August 22, 2026
Home » ନୟାଗଡରୁ ସଂଗ୍ରାମର ଡାକରା ଆସିଛି : ଭକ୍ତ

ନୟାଗଡରୁ ସଂଗ୍ରାମର ଡାକରା ଆସିଛି : ଭକ୍ତ

0
WhatsApp Image 2026-01-12 at 7.53.11 PM

ଭୁବନେଶ୍ବର: ଧାନ କିଣାରେ ଅବ୍ୟବସ୍ଥା, ମଣ୍ଡି ଖୋଲା ନଯିବା, ଚାଷୀଙ୍କୁ ମାଗଣା ବିଦ୍ୟୁତ ଯୋଗାଣ ଆଦି ସମସ୍ୟାକୁ ନେଇ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶଙ୍କ ନେତୃତ୍ୱରେ ଏକ ବିଶାଳ ଚାଷୀ ନ୍ୟାୟ ଶୋଭାଯାତ୍ରା ଏବଂ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ପିସିସି ସଭାପତି ଭକ୍ତ ଚରଣ ଦାସ ଯୋଗଦେଇ ଉପସ୍ଥିତ ଥିବା ହଜାର ହଜାର ଚାଷୀଙ୍କୁ ସମ୍ବୋଧିତ କରି କହିଲେ ଯେ, ନୟାଗଡ଼ରେ ସଂଗ୍ରାମର ଡାକରା ଆସିଛି, ସଂଗ୍ରାମୀ ମାଟି ନୟାଗଡ଼ ଅନେକ ସଂଗ୍ରାମୀଙ୍କୁ ଜନ୍ମ ଦେଇଛି । ଚାଷୀଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇବାରେ ଲାଗିଛି । ନୟାଗଡ଼ରେ ଏପର୍ଯ୍ୟନ୍ତ ମଣ୍ଡି ଖୋଲିପାରିନି । ଗତଥର କ୍ୟୁଂଟାଲ ପିଛା ୧୦ କିଲୋ ଧାନ କାଟି ୫୦ କୋଟି ଟଙ୍କା ମଣ୍ଡିରୁ ମନ୍ତ୍ରୀ ପର୍ଯ୍ୟନ୍ତ ଆତ୍ମସାତ କରିଥିଲେ । ସମଗ୍ର ରାଜ୍ୟରେ ୨ ହଜାର କୋଟି ଟଙ୍କାର ଲୁଣ୍ଠନ ହୋଇଛି । ୪୦୦ ଟଙ୍କା ୟୁରିଆ ବସ୍ତା ଚାଷୀ ୧୨ ଶହ ଟଙ୍କା ଦେଇ କଣିବାକୁ ବାଧ୍ୟ ।

ସରକାର ଧାନ କୁୃ୍ୟଂଟାଲ ପିଛା ୩୧ ଶହ ଟଙ୍କା ଘୋଷଣା କଲାବେଳେ ନୟାଗଡ଼ ଚାଷୀ କାହିଁକି ୧୭୦୦ ଟଙ୍କା ଦେଇ କିଣିବ । ଏହା ଆଜିର ବଡ଼ ପ୍ରଶ୍ନ । ଏଭଳି ସ୍ଥଳେ ଚାଷୀ କିପରି ଲାଭବାନ ହୋଇପାରିବ । କେନ୍ଦ୍ର ଓ ରାଜ୍ୟର ବିଜେପି ସରକାର ଚାଷୀକୁ କେବେ ମଧ୍ୟ ନ୍ୟାୟ ଦେଇପାରିବେ ନାହିଁ । କୌଣସି ଜିଲ୍ଲାରେ ଚାଉଳ ରଖିବାପାଇଁ ଗୋଦାମ ନାହିଁ, ସରକାରଙ୍କ ପାଖରେ ଟଙ୍କା ନାହିଁ । ତେଣୁ ସେମାନେ ଧାନ ଉଠାଉ ନାହାନ୍ତି । ନିର୍ବାଚନ ସମୟରେ ଚାଷୀଙ୍କ ସହିତ ମିଠା ବ୍ୟବହାର କରାଯାଏ । କିନ୍ତୁ ମଣ୍ଡିରେ ସମବାୟ କର୍ମଚାରୀ ଓ ମିଲର କଥାବି ହୁଅନ୍ତି ନାହିଁ । ଚାଷୀ ଦୁବ୍ୟବହାରରେ ଶିକାର ହୁଏ । ୧୯୭୫ ମସିହାରେ ନୟାଗଡ଼ ଅଞ୍ଚଳରର ଲୋକ ଠେଙ୍ଗା ଲାଠି ଧରି ନିଜେ ଜଙ୍ଗଲରର ସୁରକ୍ଷା କରିଥିଲେ । ଭାରତର ଇତିହାସରେ ଏହା ଏକ ବିରଳ ଘଟଣା । କଂଗ୍ରେସ ସରକାର ଜଙ୍ଗଲର ମହତ୍ୱ ହଦୃୟଙ୍ଗମରି ୧୯୦୬ ମସିହାରେ ଜଙ୍ଗଲ ସଂରକ୍ଷଣ ଗ୍ରାମବାସୀଙ୍କ ହାତକୁ ଦେଇଥିଲା । ଚାଷୀଙ୍କ ସ୍ୱାର୍ଥ ପାଇଁ, ଲୋକଙ୍କ ଅଧିକାର ପାଇଁ, ନାରୀଙ୍କ ସମ୍ମାନ ପାଇଁ ନୟାଗଡ଼ର ନାମ ଅଛି । ହଜାର ହଜାର ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଚାଲିଛି ସରକାର ରୋକିପାରୁ ନାହିଁ । ଲକ୍ଷ ଲକ୍ଷ ଯୁବକ ଯୁବତୀ ବେକାର ବସିଛନ୍ତି । ସରକାର ଚାକିରୀ ଦେଇପାରୁ ନାହିଁ ।

ସମସ୍ତ କାମ ଠିକାଦାର ହାତରେ ଟେକି ଦିଆଯାଉଛି । ଆମ ଶିକ୍ଷିତ ଯୁବକ କ’ଣ ଠିକାଦାର ପାଖରେ କାମ କରିବାକୁ ପାଠ ପଢ଼ିଥିଲେ କି? ସରକାର ଗଣତନ୍ତ୍ର ମୂଲ୍ୟକୁ ତଣ୍ଟିଚିପି ହତ୍ୟା କରୁଛନ୍ତି । ନାଗରିକଙ୍କ ସାମ୍ବିଧାନିକ ଅଧିକାରକୁ କାଢ଼ି ନିଆଯାଉଛି । ମହାତ୍ମା ଗାନ୍ଧୀ ନଥିଲେ କ’ଣ ଆମ ଦେଶ ସ୍ୱାଧୀନ ହୋଇଥାନ୍ତା କି? ସେହି ମହାତ୍ମା ଗାନ୍ଧୀଙ୍କ ନାମରେ ମନରେଗା ଯୋଜନା ତିଆରି କରି କଂଗ୍ରେସ କୋଟି କୋଟି ଜନତାଙ୍କର ପେଟପୋଷଣ ବ୍ୟବସ୍ଥା କରିଥିଲା । କିନ୍ତୁ କେନ୍ଦ୍ରରେ ଥିବା ବିଜେପି ସରକାର ନୂଆ ଆଇନ ଆଣି ମହାତ୍ମା ଗାନ୍ଧୀଙ୍କ ନାମ ହଟାଇ ଦେଇଛନ୍ତି । ଏହା ସହ କଂଗ୍ରେସ ସମୟରେ ଯୋଜନା ପାଇଁ ୯୦ ପ୍ରତିଶତ ଅର୍ଥ କେନ୍ଦ୍ର ଦେଉଥିଲା । କିନ୍ତୁ ନୂଆ ନୀୟମରେ ୬୦ ଭାଗ କେନ୍ଦ୍ର ଦେବ ଓ ୪୦ ଭାଗ ରାଜ୍ୟ ଦେବ । ରାଜ୍ୟ ସରକାର ଦରମା ଦେଇ ପାରୁ ନାହାନ୍ତି । ଯୋଜନାକୁ ୪୦ ଭାଗ ଦେବେ କେମିତି? ଯଦି ରାଜ୍ୟ ସରକାର ୪୦ ଭାଗ ଦେଇ ପାରିବେ ନାହିଁ ତେବେ କେନ୍ଦ୍ର ସରକାର ଅନୁଦାନ ଦେବ ନାହିଁ । ତେଣୁ କ୍ଷତି ଶ୍ରମିକଙ୍କର ହେଲା । ମନରେଗାରେ ୧୦୦ ଦିନର ମଜୁରି ନିଶ୍ଚିତ ଥିଲା କିନ୍ତୁ ନୂଆ ଯୋଜନାରେ ୫୦ ଦିନ ମଧ୍ୟ କାମ ମିଳିବ ନାହିଁ । ଆମ ରାଜ୍ୟର ଖଣି ଖାଦାନରେ ବିଭିନ୍ନ ଖଣିଜ ଦ୍ରବ୍ୟ ଲକ୍ଷ ଲକ୍ଷ ଟଙ୍କାର ଗଛିତ ଅଛି । କିନ୍ତୁ ଅଦାନୀ, ଟାଟା, ବେଦାନ୍ତ ଭଳି କମ୍ପାନୀ ହଜାର ହଜାର କୋଟି ଟଙ୍କାର ଲାଭ ଉଠାଉଛନ୍ତି । କିନ୍ତୁ ତଥାପି ଆମ ରାଜ୍ୟ ଗରିବ ଅଛି । ଟାଟା କମ୍ପାନୀ ହଜାର ହଜାର କୋଟି ଟଙ୍କା ସରକାରଙ୍କୁ ଦେଇ ଲୋକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ରାଶି ଅସୁଲ କରୁଛି । ଓଡ଼ିଶା ଚାଷୀଙ୍କ ଦୁଇଭାଗ ମାତ୍ର ବିଜୁଳି ବ୍ୟବହାର କରୁଛି । ଅନ୍ୟ ରାଜ୍ୟରେ ୩୦-୪୦% ଚାଷୀ ବିଜୁଳି ବ୍ୟବହାର କରୁଛନ୍ତି ଏବଂ ଚାଷୀଙ୍କୁ ମାଗଣା ବିଦ୍ୟୁତ ଯୋଗାଇ ଦିଆଯାଉଛି । କିନ୍ତୁ ଓଡ଼ିଶାରେ ଟାଟା ପାୱାର ଆପଣଙ୍କ ଠାରୁ ଏବଂ ଚାଷୀଙ୍କ ଠାରୁ ବିଜୁଳି ଟଙ୍କା ଅସୁଲ କରୁଛି । କଳକାରଖାନାକୁ ଅତି ସସ୍ଥାରେ ବିଜୁଳି ଯୋଗାଣ କରୁଛି । ଏଭଳି ସ୍ଥଳେ ଆମ ରାଜ୍ୟରେ ଚାଷୀ ସମୃଦ୍ଧ ହେବ କେମିତି? ଉତ୍ପାଦନ ବୃଦ୍ଧି ହେବ କେମିତି? ନୟାଗଡ଼ ଅଞ୍ଚଳରେ ନଦନଦୀ ନାହିଁ କିନ୍ତୁ ଚାଷୀଙ୍କୁ ବିଜୁଳି ଯୋଗାଇ ଦେଲେ ଚାଷୀ ବରୁୱେଲ ମାଧ୍ୟମରେ ଚାଷକରି ନିଜ ଉତ୍ପାଦନ ଶକ୍ତି ବୃଦ୍ଧି କରିପାରିବ । ପ୍ରତିମାସରେ ୨ଲକ୍ଷ ୨୨ ମିଲିୟନ ଟନ କୋଇଲା ଉତ୍ପାଦନ କରୁଛୁ । ୨ଲକ୍ଷ ୨ ମିଲିୟନ ଟନ ବାହାରକୁ ରପ୍ତାନି କରୁଥିବା ବେଳେ ୨୦ ହଜାର ଟନ ଆମେ ବ୍ୟବହାର କରୁଛୁ । ଆମ କୋଇଲାରେ ଉତ୍ପାଦିତ ବିଜୁଳି ଅନ୍ୟ ରାଜ୍ୟ ମାଗଣାରେ କୃଷକଙ୍କୁ ଏବଂ ଖାଉଟିଙ୍କୁ ଯୋଗାଉଥିବା ବେଳେ ଆମ ରାଜ୍ୟରେ ବିଜୁଳି ପାଇଁ କର ଦେବାକୁ ପଡ଼ୁଛି । ୩୦୦ ୟୁନିଟ ବିଜୁଳି ମାଗଣା ଦେବାକୁ ବିଜେପି ଘୋଷଣା କରିଥିଲା । କିନ୍ତୁ ଏପର୍ଯ୍ୟନ୍ତ ଦେଲା ନାହିଁ । କୃଷକଙ୍କୁ ମଧ୍ୟ ଦେଲା ନାହିଁ । ଆପଣ ଦାବି କରିବେ ନାହିଁ କାହିଁକି? ଚାଷୀ ଦାବି କିମ୍ବା ଆନ୍ଦୋଳନ କଲେ କୃଷି ମନ୍ତ୍ରୀ ପୋଲିସ ଲଗାଇ ଗୁଣ୍ଡାଗିରି କରି ଚାଷୀଙ୍କୁ ମାଡ଼ ମାରୁଛନ୍ତି । ସୋନପୁର, ବରଗଡ଼, ବଲାଙ୍ଗୀର ଅଞ୍ଚଳର ଚାଷୀଙ୍କ ଉପରେ ଜୁଲମ ଚାଲିଛି । ଏଭଳି ଲୋକଙ୍କୁ ଆପଣ ଭୋଟ ଦେଇ ସରକାର ଗଢ଼ିଛନ୍ତି । ଏହି ଅତ୍ୟାଚାର ବିରୋଧରେ ସହରୁ ଠୁ ପଞ୍ଚାୟତ ପର୍ଯ୍ୟନ୍ତ ପ୍ରତିବାଦ ଏବଂ ଆନ୍ଦୋଳନ ହେଲେ ନ୍ୟାୟ ମିଳିପାରିବ । ଏହି ସରକାର ଆପଣଙ୍କୁ ନ୍ୟାୟ ଦେବ ନାହିଁ । ଆପଣଙ୍କୁ ନ୍ୟାୟ ଛଡ଼ାଇ ଆଣିବାକୁ ପଡ଼ିବ । ଆସନ୍ତା ଦିନରେ ସାଧାରଣ ଲୋକଙ୍କୁ ଯୁବକଙ୍କୁ ଓ ଚାଷୀଙ୍କୁ ଜାଗ୍ରତ କରିବାପାଇଁ ଲୋକତନ୍ତ୍ରକୁ ମଜବୁତ କରିବାପାଇଁ ପ୍ରତ୍ୟେକ ବ୍ଲକରେ ୨୦ କିଲୋମିଟର ପଦଯାତ୍ରା କରିବି, ଆପଣଙ୍କ ସହ ମିଶିବି । କୌଣସି ସରକାର ଆପଣଙ୍କ ସାମ୍ବିଧାନିକ କିମ୍ବା ଗଣତାନ୍ତ୍ରିକ ଅଧିକାରକୁ ଅସିଦ୍ଧ କରିପାରିବେ ନାହିଁ । ଜନତା ଯାହା ଚାହିଁବେ ତାହା ସରକାର କରିବାପାଇଁ ବାଧ୍ୟ । ଆସନ୍ତା ଦିନରେ ନୟାଗଡ଼ରେ ବିପ୍ଳବର ସୁତ୍ରପାତ ହେବ । ଉକ୍ତ ସଭାରେ, ଜିଲ୍ଲା କିଷାନ କଂଗ୍ରେସ ସଭାପତି ବସନ୍ତ କର, ହୁସେନ ଖାଁ, ସରୋଜ ପରିଡା, ଫକୀର ମଲ୍ଲ, ସତ୍ୟବ୍ରତ ନାୟକ, ବିଭୁ ପ୍ରସାଦ ମିଶ୍ର, ପୂର୍ଣଚନ୍ଦ୍ର ଶାନ୍ତ, ବୈଜୟନ୍ତୀମାଳା ମହାନ୍ତି, ଯୁବନେତା ୟାଶୀର ନାୱାଜ, ପ୍ରତୀକ ମହାନ୍ତି, ଛାତ୍ର କଂଗ୍ରେସ ସଭାପତି ଶିବ ରଞ୍ଜନ ସାହୁ, ଜୀବନଜ୍ୟୋତି ପ୍ରକାଶ ରାଉତ, ଅମ୍ଲାନ ଅଂଶୁମାନ ତଥା ହଜାର ହଜାର ସଂଖ୍ୟାରେ ଚାଷୀ, ମୁଲିଆ ଓ ଶ୍ରମିକ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।