“ନୟାଗଡ଼ ସହରରୁ ଉଠାଇ ନେଲେ 20 ଗାଈ ଗୋରୁ”
ନୟାଗଡ : ( ଇପିଏ ) ନୟାଗଡ଼ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପୌର ପରିଷଦ ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ନୟାଗଡ଼ ସହରର ରାଜ ରାସ୍ତାରୁ ୨୦ ଟି ବୁଲା ଗାଈ ଗୋରୁଙ୍କୁ ମିନି ଟ୍ରକ୍ ଯୋଗେ ଖଣ୍ଡପଡା ଗୋଶାଳାକୁ ଉଠାଇ ନିଆଯାଇଚି I ଶନିବାର ରାତି ୧୨ ଘଟିକାରୁ ଏନଫୋର୍ସ ଟିମ୍ ସହାୟତାରେ ଏହି ଚଢାଉ କରାଯାଇଥିଲା I କିଛି ବ୍ୟକ୍ତି ଜାଣିଶୁଣି ନିଜ ଗାଈଗୋରୁଙ୍କୁ ଘରୁ ପଦାକୁ ଛାଡ଼ି ଦେଉଛନ୍ତି, ଯାହା ଫଳରେ ଯାନବାହାନ ଚଳା ଚଳରେ ଗୁରୁତ୍ୱର ସମସ୍ୟା ସ୍ରୁଷ୍ଟି ହେଉଛି I

ଟ୍ରାଫିକ୍ ସମସ୍ୟା ସ୍ରୁଷ୍ଟି ହୋଇ ମୂଲ୍ୟବାନ୍ ଜୀବନ ଚାଲିଯାଉଛି ଓ ଚାଲିଯିର ଆଶଙ୍କା କରି ମ୍ୟୁନିସିପାଲଟି ଏପରି ଦୃଢ଼ ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି I ଆଜିର ଚଢାଉରେ ଶ୍ରୀ ନାରାୟଣ ନାୟକ, ଅଜିତ କୁମାର ମଲ୍ଲିକ, ରଞ୍ଜନ କୁମାର ମହାପାତ୍ର, ବିବେକନନ୍ଦ ପ୍ରଧାନ, ଦୀପକ କୁମାର ଜେନା ପ୍ରମୁଖ କର୍ମଚାରୀମାନେ ସାମିଲ ହୋଇଥିଲେ I ପ୍ରକାଶ ଥାଉକି ଲୋକ ଜିଲ୍ଲାପାଳ ମଧୁମିତା ରଥ ବିଭିନ୍ନ ସଭାରେ ତାଗିଦ୍ କଲେ ମଧ୍ୟ ଗୋରୁ ମାଲିକ ମାନେ ନଛୋଡ ବନ୍ଧା ହେଉଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀ ଓ ତାଙ୍କ ସହକର୍ମୀ ମାନଙ୍କ ଏତାଦୃଶ କାର୍ଯ୍ୟକୁ, ନୟାଗଡ ସଚେତନ ନାଗରିକମାନେ ସାଧୁବାଦ ଓ ପ୍ରଶଂସା କରୁଥିବାର ଶୁଣିବାକୁ ମିଳୁଛି ।ଆଜି ପର୍ୟ୍ୟନ୍ତ ୬୦ ଟି ଗାଇଗୋରୁଙ୍କ ଧରାଯାଇ, “ଗୋଶାଳା” ପଠା ଗଲାଣି I ଆଗକୁ ଅଧିକ୍ ଜୋରଦାର୍ ଚଢାଉ କାର୍ଯ୍ୟ ଜାରି ରହିବ ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
