ପାରାଦ୍ୱୀପ ନଗର କଂଗ୍ରେସ ପକ୍ଷରୁ ଡ଼ଃ. ବି ଆର ଆମ୍ବେଦକରଙ୍କ ଜୟନ୍ତୀ ପାଳିତ।
ପାରାଦ୍ୱୀପ- ପାରାଦ୍ୱୀପ ନଗର କଂଗ୍ରେସ ପକ୍ଷରୁ ସମ୍ବିଧାନ ପ୍ରଣେତା ଡ଼ଃ. ଭୀମ ରାଉ ଆମ୍ବେଦକର ଜୟନ୍ତୀ ଉତ୍ସବ ଆଲୋଚନା ଚକ୍ର ଓ ସ୍ମୃତି ଚାରଣ କରାଯାଇ ଥିଲା। ଏପ୍ରିଲ ୧୪ ତାରିଖ ମଙ୍ଗଳବାର ଦିନ ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଅବସରରେ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ଡ଼ଃ. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ତାଙ୍କର ସ୍ମୃତି ଚାରଣ କରାଯାଇ ଥିଲା। ପୂର୍ବାହ୍ନରେ ବଡପଡ଼ିଆ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଆଲୋଚନା ଚକ୍ରରେ ଆମ୍ବେଦକର, ସମ୍ବିଧାନ ଓ ସାମାଜିକ ନ୍ୟାୟ ସମ୍ପର୍କରେ ଆଲୋଚନା ହୋଇଥିଲା।

ନଗର କଂଗ୍ରେସ ସଭାପତି ଶ୍ରୀ କେଦାରନାଥ ବିଶ୍ଵାଳ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନା ଚକ୍ରରେତ୍ରିନାଥ ମହାନ୍ତି,ସରୋଜ ପ୍ରଧାନ, ଚନ୍ଦ୍ର ଶେଖର ମହାପାତ୍ର, ପ୍ରଦୀପ୍ତ ସ୍ୱାଇଁ,କୈଳାସ ଚନ୍ଦ୍ର ବାରିକ,ମନୋଜ ପ୍ରଧାନ,ଅଜୟ କୁମାର ନାୟକ, ବିଜୟ କୁମାର ସେଠୀ ଓ ଜଗନ୍ନାଥ ଶତପଥୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ଏବଂ ପୁରୁଖା କଂଗ୍ରେସ କର୍ମୀ ,ସଙ୍ଗଠକ ମାନେ ଉପସ୍ଥିତ ଥିଲେ।
paradeep ru prasanta dash nka report epa news
