August 12, 2026
Home » ପୁରୀ କୁ ଆସୁଥିବା ଭକ୍ତ, ଶ୍ରଦ୍ଧାଳୁ , ପର୍ଯ୍ୟଟକ ଙ୍କ ସୁରକ୍ଷା ଉପରେ ଗୁରୁତ୍ଵ ଦିଆଯାଉ :ପୂର୍ବତନ କାଉନସିଲର ଭକ୍ତ ଦାସ

ପୁରୀ କୁ ଆସୁଥିବା ଭକ୍ତ, ଶ୍ରଦ୍ଧାଳୁ , ପର୍ଯ୍ୟଟକ ଙ୍କ ସୁରକ୍ଷା ଉପରେ ଗୁରୁତ୍ଵ ଦିଆଯାଉ :ପୂର୍ବତନ କାଉନସିଲର ଭକ୍ତ ଦାସ

0
WhatsApp Image 2026-08-12 at 2.39.22 PM

ପୁରୀ ରେ ଥିବା ପବିତ୍ର ପଞ୍ଚତୀର୍ଥ ପୁଷ୍କରିଣୀ କୁ ପ୍ରତିଦିନ ହଜାର ହଜାର ଭକ୍ତ ଙ୍କ ଆଗମନ ହେଉଛି। ଶ୍ରାଦ୍ଧ କର୍ମ ଠାରୁ ଆରମ୍ଭ କରି ବିଭିନ୍ନ କର୍ମକର୍ମାଣି ପାଇଁ ପ୍ରତିଦିନ ହଜାର ହଜାର ଲୋକ ପଞ୍ଚତୀର୍ଥ ପୁଷ୍କରିଣୀ କୁ ଆସୁଛନ୍ତି। ହେଲେ ଦୁର୍ଭାଗ୍ୟ ର ବିଷୟ ତୀର୍ଥ ପୁଷ୍କରିଣୀ ଗୁଡ଼ିକ ରେ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ପାଇଁ ସୁରକ୍ଷିତ ସ୍ନାନ ବ୍ୟବସ୍ଥା ନାହିଁ। ଯାହା ଫଳରେ ପୁରୀ ବାହାରୁ ଆସୁଥିବା ଶ୍ରଦ୍ଧାଳୁ ମାନେ ତୀର୍ଥ ପୁଷ୍କରିଣୀ ଗୁଡ଼ିକ ରେ ସ୍ନାନ କରିବା ବେଳେ ପାଣି ବୁଡ଼ିଯାଇ ମୃତ୍ୟୁ ବରଣ କରୁଛନ୍ତି। ଗତ ଶନିବାର ପବିତ୍ର ଶ୍ଵେତଗଙ୍ଗା ପୁଷ୍କରିଣୀ ଏକ ଅଭାବନୀୟ ଘଟଣା ଘଟିଥିଲା। ଜଣେ ୧୮ ବର୍ଷୀୟ ଯୁବକ ଶ୍ଵେତଗଙ୍ଗା ପୁଷ୍କରିଣୀ ରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ିଯାଇ ଅକାଳ ରେ ମୃତ୍ୟୁ ବରଣ କରିଥିଲେ।ରଥ ଯାତ୍ରା ଦିନ ମଧ୍ୟ ନରେନ୍ଦ୍ର ପୁଷ୍କରିଣୀ ରୁ ଜଣେ ଶ୍ରଦ୍ଧାଳୁ ଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା। ତୀର୍ଥ ପୁଷ୍କରିଣୀ ଗୁଡ଼ିକ ରେ ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ନାନ ବ୍ୟବସ୍ଥା ନଥିବାରୁ ପୁରୀ ବାହାରୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଗାଧୋଇବା ବେଳେ ବୁଡ଼ି ଯାଇ ପ୍ରାଣ ହରାଉଛନ୍ତି। ଏହାକୁ ନେଇ ପୁରୀ ସହର ର ବୁଦ୍ଧିଜୀବି ଓ ଶ୍ରଦ୍ଧାଳୁ ମାନେ ଉଦବେଗ ପ୍ରକାଶ କରିଛନ୍ତି। ପୁରୀ କୁ ଆସୁଥିବା ଭକ୍ତ, ଶ୍ରଦ୍ଧାଳୁ , ପର୍ଯ୍ୟଟକ ଙ୍କ ସୁରକ୍ଷା ଉପରେ ପୁରୀ ଜିଲ୍ଲା ଗୁରୁତ୍ଵ ଦେଇ କାର୍ଯ୍ଯ କରିବାକୁ ମତ ପ୍ରକାଶ ପାଇଛି।

ପୁରୀ ପୌରପାଳିକା ର ପୂର୍ବତନ କାଉନସିଲର ଭକ୍ତ ଦାସ କହିଛନ୍ତି, ପବିତ୍ର ଶ୍ଵେତଗଙ୍ଗା ତୀର୍ଥ ପୁଷ୍କରିଣୀ କୁ ପ୍ରତିଦିନ ଶହ ଶହ ଶ୍ରଦ୍ଧାଳୁ ଶ୍ରାଦ୍ଧ କର୍ମ ପାଇଁ ଆସୁଛନ୍ତି। ଗତ ଶନିବାର ଜଣେ ଯୁବକ ଗାଧୋଇବା ବେଳେ ବୁଡ଼ି ଯାଇ ଦୁଃଖଦ ମୃତ୍ୟୁ ବରଣ କରିଛନ୍ତି। ତୀର୍ଥ ପୁଷ୍କରିଣୀ ଗୁଡ଼ିକ ରେ ଭକ୍ତ ଙ୍କ ପାଇଁ ସୁରକ୍ଷିତ ସ୍ନାନ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ ହେବା ଉଚିତ୍। ତୀର୍ଥ ପୁଷ୍କରିଣୀ ଗୁଡ଼ିକ ର ଉପଯୁକ୍ତ ରକ୍ଷଣବେକ୍ଷଣ ହେବା ଉଚିତ୍। ଶ୍ଵେତଗଙ୍ଗା ପୁଷ୍କରିଣୀ ପାଚେରୀ ଭୁଶୁଡ଼ି ପଡ଼ିଥିବା ବେଳେ ପାହାଚ ଗୁଡ଼ିକରେ ଶିଉଳି ରହିଛି। ଯାହା ଫଳରେ ଭକ୍ତ ଙ୍କ ଗୋଡ଼ ଖସି ବିଭିନ୍ନ ସମୟ ରେ ଦୁର୍ଘଟଣା ଘଟୁଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତୀର୍ଥ ପୁଷ୍କରିଣୀ ଗୁଡ଼ିକ ରେ ଲାଇଫ ଗାର୍ଡ ବ୍ୟବସ୍ଥା ରହିବା ଉଚିତ୍। ଏହା ଦ୍ଵାରା କେହି ହଠାତ୍ ବୁଡ଼ିଗଲେ ସଙ୍ଗେ ସଙ୍ଗେ ଲୋକ ଙ୍କୁ ଉଦ୍ଧାର କରାଯାଇ ଜୀବନ ରକ୍ଷା କରିହେବ । ସବୁ ତୀର୍ଥ ପୁଷ୍କରିଣୀ ରେ ଲାଇଫ ଗାର୍ଡ ମୁତୟନ ବ୍ୟବସ୍ଥା ସହିତ ସୁରକ୍ଷିତ ସ୍ନାନ ବ୍ୟବସ୍ଥା କରାଯାଉ । ମହିଳା ଙ୍କ ପାଇଁ ପୋଷାକ ପରିବର୍ତ୍ତନ ଗୃହ ବ୍ୟବସ୍ଥା ହେଉ। ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା, ଭଲ ପାହାଚ ବ୍ୟବସ୍ଥା ସହିତ ତୀର୍ଥ ପୁଷ୍କରିଣୀ ଜଳ କିଭଳି ପରିଷ୍କାର ପରିଚ୍ଛନ୍ନ ରହିବ ସେ ନେଇ ବ୍ୟବସ୍ଥା କରାଯାଉ । ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ କୁ ଆମେ ଅନୁରୋଧ କରୁଛୁ ତୀର୍ଥ ପୁଷ୍କରିଣୀ ରେ ଭକ୍ତ ଓ ପର୍ଯ୍ୟଟକ ଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉ ।ଜଗନ୍ନାଥ ପ୍ରେମୀ ସୌମ୍ୟ ରଞ୍ଜନ ପାତ୍ର କହିଛନ୍ତି, ପବିତ୍ର ଶ୍ଵେତଗଙ୍ଗା ପୁଷ୍କରିଣୀ କୁ ପ୍ରତିଦିନ ଶହ ଶହ ଶ୍ରଦ୍ଧାଳୁ ବୁଡ ପକାଇବା ପାଇଁ ଏବଂ ପିଣ୍ଡଦାନ ପାଇଁ ଆସୁଛନ୍ତି । ଗତ ଫେବୃଆରୀ ମାସରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସି ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟ ରେ ପିଣ୍ଡଦାନ କରିଥିଲେ। ଆମେ ଭାବିଥିଲୁ ରାଷ୍ଟ୍ରପତି ଙ୍କ ଗସ୍ତ ପରେ ଶ୍ଵେତଗଙ୍ଗା ପୁଷ୍କରିଣୀ ର ଉନ୍ନତି କରଣ କାର୍ଯ୍ଯ ହେବ । ହେଲେ ସେହି ଆଶା ଏବେ ମଉଳିଯାଇଛି। ଶ୍ଵେତଗଙ୍ଗା ପୁଷ୍କରିଣୀ ଉନ୍ନତି ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ର ଆନ୍ତରିକତା ନାହିଁ। ଭକ୍ତ ଙ୍କ ପାଇଁ ସୁରକ୍ଷିତ ସ୍ନାନ ବ୍ୟବସ୍ଥା ନଥିବାରୁ ଜଣେ ଯୁବକ ଗତ ଶନିବାର ଦିନ ମୃତ୍ୟୁ ବରଣ କରିଛନ୍ତି। ତୀର୍ଥ ପୁଷ୍କରିଣୀ ଭକ୍ତ ଙ୍କ ସୁରକ୍ଷା ପାଇଁ ଲାଇଫ ଗାର୍ଡ ବ୍ୟବସ୍ଥା ନାହିଁ । ପାହାଚ ଗୁଡ଼ିକର ଶିଉଳି ସଫେଇ ହେଉନଥିବା ରୁ ଲୋକ ଙ୍କ ଗୋଡ଼ ଖସି ଆହତ ହେଉଛନ୍ତି । ପୋଖୋରି ର ପାଚେରୀ ଭୁଶୁଡ଼ି ପଡ଼ିଛି। ଭକ୍ତ ଙ୍କ ଆହୁରି ଅନେକ ଆନୁଷଙ୍ଗିକ ସୁବିଧା ନାହିଁ। ସରକାର ଙ୍କୁ ଅନୁରୋଧ ଭକ୍ତ, ପର୍ଯ୍ୟଟକ ଙ୍କ ସୁରକ୍ଷା ପାଇଁ ତୀର୍ଥ ପୁଷ୍କରିଣୀ ରେ ସୁରକ୍ଷିତ ସ୍ନାନ ବ୍ୟବସ୍ଥା ସହିତ ଲାଇଫ ଗାର୍ଡ ବ୍ୟବସ୍ଥା ହେଉ। ପ୍ରତ୍ୟେକ ତୀର୍ଥ ପୁଷ୍କରିଣୀ ର ରକ୍ଷଣାବେକ୍ଷଣ ପାଇଁ ସ୍ଥାନୀୟ ଲୋକ ଙ୍କୁ ପ୍ରଶାସନ ଦାୟିତ୍ୱ ଦେଇ ଏକ କମିଟି ଗଠନ କରୁ। ଏହା ଦ୍ଵାରା ତୀର୍ଥ ପୁଷ୍କରିଣୀ ଗୁଡ଼ିକ ର ଉପଯୁକ୍ତ ରକ୍ଷଣବେକ୍ଷଣ ହେବା ସହିତ ଭକ୍ତ ଓ ପର୍ଯ୍ୟଟକ ଙ୍କ ଜୀବନ ମଧ୍ୟ ସୁରକ୍ଷିତ ରହିପାରିବ।ପୁରୀ ରେ ଥିବା ସବୁ ତୀର୍ଥ ପୁଷ୍କରିଣୀ ର ଉନ୍ନତି ମୂଳକ କାର୍ଯ୍ୟ ହୋଇଥିଲେ ମଧ୍ୟ ଶ୍ଵେତଗଙ୍ଗା ପୁଷ୍କରିଣୀ ର ଉନ୍ନତି ମୂଳକ କାର୍ଯ୍ୟ ହୋଇନାହିଁ। ଶ୍ଵେତଗଙ୍ଗା ପୁଷ୍କରିଣୀ ରେ ଭଲ ପାହାଚ ନଥିବାରୁ ଅନେକ ସମୟ ରେ ଦୁର୍ଘଟଣା ଘଟି ଲୋକ ମାନେ ଆହତ ହେଉଛନ୍ତି। ପାହାଚ ରେ ଲାଗିଥିବା ଶିଉଳି ସଫା ହେଉନଥିବାରୁ ଲୋକ ଙ୍କ ଗୋଡ଼ ଖସି ଯାଉଛି। ପୁଷ୍କରିଣୀ ର ପାଚେରୀ ଭୁଶୁଡ଼ି ପଡ଼ି ବିପଦ ସଙ୍କୁଳ ଅବସ୍ଥାରେ ଥିବା ବେଳେ ଏହାର ମରାମତି କରାଯାଉନାହିଁ। ମହିଳା ଶ୍ରଦ୍ଧାଳୁ ମାନଙ୍କ ପାଇଁ ପୋଷାକ ପରିବର୍ତ୍ତନ ଗୃହ ଓ ଶୌଚାଳୟ ନାହିଁ। ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ନାହିଁ। ସବୁଠୁ ବଡ କଥା ହେଉଛି ସୁରକ୍ଷିତ ସ୍ନାନ ପାଇଁ ବ୍ୟାରିକେଡ଼ ବ୍ୟବସ୍ଥା ନାହିଁ। ଲୋକ ଙ୍କୁ ସଚେତନ କରିବା ପାଇଁ କୌଣସି ସୂଚନା ଫଳକ ନାହିଁ। ପାଣି ରେ କୌଣସି ଲୋକ ବୁଡ଼ିଗଲେ ସଙ୍ଗେ ସଙ୍ଗେ ଉଦ୍ଧାର ପାଇଁ ଶ୍ୱେତଗଙ୍ଗା ପୁଷ୍କରିଣୀ କୌଣସି ଲାଇଫ ଗାର୍ଡ ମୁତୟନ ବ୍ୟବସ୍ଥା ନାହିଁ। କେବଳ କିଛି ବଡ ବଡ ପର୍ବ ପର୍ବାଣୀ ରେ ଅଗ୍ନିଶମ ବାହିନୀ ର କର୍ମଚାରୀ ଙ୍କୁ ମୁତୟନ କରାଯାଉଛି। ତେବେ ଅନ୍ୟାନ୍ୟ ସମୟ ରେ ମଧ୍ୟ ପ୍ରତିଦିନ ଶହ ଶହ ଶ୍ରଦ୍ଧାଳୁ ଶ୍ଵେତଗଙ୍ଗା ପୁଷ୍କରିଣୀ କୁ ଆସୁଛନ୍ତି। ଏଣୁ ଭକ୍ତ ଙ୍କ ଜୀବନ ସୁରକ୍ଷା ପାଇଁ ସମୁଦ୍ର କୂଳ ଭଳି ଶ୍ଵେତଗଙ୍ଗା ପୁଷ୍କରିଣୀରେ ଲାଇଫ ଗାର୍ଡ ମୁତୟନ ପାଇଁ ପୁରୀ ସହର ର ବୁଦ୍ଧିଜୀବୀ ଓ ଶ୍ରଦ୍ଧାଳୁ ମାନେ ମତ ଦେଇଛନ୍ତି। କେବଳ ଶ୍ଵେତଗଙ୍ଗା ତୀର୍ଥ ପୁଷ୍କରିଣୀ ନୁହେଁ ମାର୍କଣ୍ଡ, ନରେନ୍ଦ୍ର, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ରେ ମଧ୍ୟ ସମାନ ଅବସ୍ଥା। ତେବେ ତୀର୍ଥ ପୁଷ୍କରିଣୀ ଗୁଡ଼ିକ ରେ ଭକ୍ତ ଙ୍କ ସୁରକ୍ଷା ପାଇଁ ଲାଇଫ ଗାର୍ଡ ମୁତୟନ ସହିତ ସୁରକ୍ଷିତ ସ୍ନାନ ବ୍ୟବସ୍ଥା, ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା, ଭଲ ପାହାଚ ନିର୍ମାଣ , ପୋଷାକ ପରିବର୍ତ୍ତନ ଗୃହ ବ୍ୟବସ୍ଥା ସହିତ ତୀର୍ଥ ପୁଷ୍କରିଣୀ ଜଳ କିଭଳି ପରିଷ୍କାର ରହିପାରିବ ସେ ନେଇ ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ କରିବା ଉଚିତ୍ ବୋଲି ପୁରୀ କୁ ଆସିଥିବା ଶ୍ରଦ୍ଧାଳୁ ଓ ପୁରୀ ସହର ର ବୁଦ୍ଧିଜୀବି ମତବ୍ୟକ୍ତ କରିଛନ୍ତି।କଲିକତା ରୁ ଆସିଥିବା ଜଣେ ଶ୍ରଦ୍ଧାଳୁ ଆକାଶ କହିଛନ୍ତି, ପ୍ରବଳ ବର୍ଷା ଯୋଗୁ ନରେନ୍ଦ୍ର ପୁଷ୍କରିଣୀ ର ବହୁତ୍ ପାଣି ରହିଛି । ବାହାରୁ ଆସୁଥିବା ପର୍ଯ୍ୟଟକ ମାନେ ଏଠାରେ ସ୍ନାନ କରୁଛନ୍ତି । ଏଠାରେ କେତେ ପାଣି ବାହାରୁ ଆସୁଥିବା ଭକ୍ତ ଙ୍କୁ ଜଣାନାହିଁ । ଏଣୁ ସବୁ ତୀର୍ଥ ପୁଷ୍କରିଣୀ ଜଳ ଭିତରେ ଷ୍ଟିଲ ବ୍ୟାରିକେଡ଼ ଲଗାଯାଇ ଏକ ନିର୍ଦ୍ଦିଷ୍ଟ ସୀମା ଭିତରେ ସ୍ନାନ କରିବା ପାଇଁ ବ୍ୟବସ୍ଥା ହେବା ଉଚିତ୍ । କିଛି ସଚେତନତା ବାର୍ତ୍ତା ଥିବା ଫଳକ ଲଗାଯିବା ଉଚିତ୍ । ବୁଡ଼ି ଯାଉଥିବା ଲୋକ ଙ୍କୁ ଉଦ୍ଧାର ପାଇଁ ଲାଇଫ ଗାର୍ଡ ମୁତୟନ କରାଯିବାର ଆବଶ୍ୟକତା ରହିଛି । ମହିଳା ଙ୍କ ପାଇଁ ପୋଷାକ ପରିବର୍ତ୍ତନ ଗୃହ ହେବା ଉଚିତ୍। ଏହି ଭଳି କିଛି ପଦକ୍ଷେପ ଗ୍ରହଣ କରାଗଲେ ତୀର୍ଥ ପୁଷ୍କରିଣୀ କୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକ ଙ୍କ ଜୀବନ ସୁରକ୍ଷା କରିହେବ ।ଗତ ଫେବୃଆରୀ ୪ ରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ଵେତଗଙ୍ଗା ପୁଷ୍କରିଣୀ କୁ ଆସିଥିଲେ। ସେଠାରେ ନିଜ ପୂର୍ବ ପୁରୁଷ ଙ୍କ ଉଦ୍ଦେଶ୍ୟ ରେ ଶ୍ରାଦ୍ଧ କର୍ମ, ପିଣ୍ଡ ଦାନ କରିଥିଲେ। ଏହା ପୂର୍ବରୁ ଶ୍ଵେତଗଙ୍ଗା ପୁଷ୍କରିଣୀ କୁ ପ୍ରଶାସନ ପକ୍ଷରୁ ତରବରିଆ ଭାବରେ କେବଳ ରଙ୍ଗ କରାଯାଇ ଓ ଆଲୋକ ବ୍ୟବସ୍ଥା କରାଯାଇଥିଲା। ତେବେ ରାଷ୍ଟ୍ରପତି ଙ୍କ ଗସ୍ତ ପରେ ଶ୍ଵେତଗଙ୍ଗା ପୁଷ୍କରିଣୀ ଉନ୍ନତି କରଣ କାର୍ଯ୍ଯ ହେବ ବୋଲି ପ୍ରତ୍ୟେକ ଜଗନ୍ନାଥ୍ ପ୍ରେମୀ ଆଶା ରଖିଥିଲେ। ଶ୍ଵେତଗଙ୍ଗା ପୁଷ୍କରିଣୀ ଉନ୍ନତି କରଣ କାର୍ଯ୍ଯ ଖୁବ୍ ଶୀଘ୍ର ହେବ ବୋଲି ପୁରୀ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଥିଲେ । ହେଲେ ଏ ପର୍ଯ୍ୟନ୍ତ ଶ୍ୱେତାଗଙ୍ଗା ପୁଷ୍କରିଣୀ ର ଉନ୍ନତି କରଣ ଏବଂ ସୌନ୍ଦର୍ଯ୍ୟ କରଣ କାର୍ଯ୍ଯ ଆରମ୍ଭ ହୋଇପାରିଲା ନାହିଁ। ଯାହାକୁ ନେଇ ପୁରୀ ସହରବାସୀ ଓ ଶ୍ରଦ୍ଧାଳୁ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ରାଜ୍ୟ ସରକାର ଯଥା ଶୀଘ୍ର ପୁରୀ ରେ ଥିବା ସବୁ ତୀର୍ଥ ପୁଷ୍କରିଣୀ ଉନ୍ନତି କରଣ କାର୍ଯ୍ଯ ଆରଂଭ କରିବାକୁ ଜଗନ୍ନାଥ ପ୍ରେମୀ ଦାବି କରିଛନ୍ତି।ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଜଗନ୍ନାଥ ପୂଜାପଣ୍ଡା କହିଛନ୍ତି, ଗତ ଫେବୃୟାରୀ ରେ ମହାମହିମ ରାଷ୍ଟ୍ରପତି ଙ୍କ ଗସ୍ତ ପାଇଁ ଶ୍ଵେତଗଙ୍ଗା ପୁଷ୍କରିଣୀ ଉନ୍ନତି କରଣ କାର୍ଯ୍ଯ ହୋଇଥିଲା । ତେବେ ଶ୍ଵେତଗଙ୍ଗା ପୁଷ୍କରିଣୀ ଆହୁରି ଉନ୍ନତି କରଣ କାର୍ଯ୍ଯ ହେବ। ପୁରୀ ଜିଲାପାଳ ଙ୍କ ସହ ଏ ନେଇ ଆଲୋଚନା ହୋଇଛି। ଶ୍ଵେତଗଙ୍ଗା ପୁଷ୍କରିଣୀ ପ୍ରତିଦିନ ଶହ ଶହ ଭକ୍ତ ବୁଡ ପକାଇବା ଓ ଶ୍ରାଦ୍ଧ କର୍ମ ପାଇଁ ଆସୁଛନ୍ତି। ତେବେ ଶ୍ରଦ୍ଧାଳୁ ଙ୍କ ସୁରକ୍ଷିତ ସ୍ନାନ ପାଇଁ ବ୍ୟବସ୍ଥା କରାଯିବା । ଲାଇଫ ଗାର୍ଡ ମୁତୟନ ପାଇଁ ଆମେ ଜିଲାପାଳ ଙ୍କୁ ଅବଗତ କରିବୁ। କେବଳ ଶ୍ଵେତଗଙ୍ଗା ନୁହେଁ ପୁରୀ ସହର ରେ ଯେଉଁ ତୀର୍ଥ ପୁଷ୍କରିଣୀ ରହିଛି ସେଠାରେ ଭକ୍ତ ଙ୍କ ସୁରକ୍ଷା ପାଇଁ ଯାହା ପଦକ୍ଷେପ ଆବଶ୍ୟକ ତାହା ଗ୍ରହଣ କରାଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲାପାଳ ଙ୍କ ସହ ଏ ନେଇ ଆଲୋଚନା ହୋଇଥିବା ବେଳେ ଖୁବ୍ ଶୀଘ୍ର ଏ କାର୍ଯ୍ଯ ଆରମ୍ଭ ହେବ ବୋଲି ଆମର ଆଶା ରହିଛି।

Leave a Reply

Your email address will not be published. Required fields are marked *