ପୁରୀ ର ୩ ଟି କେନ୍ଦ୍ର ରେ ହବିଷ୍ୟାଳୀ ମା ମାନଙ୍କ ରହଣି ବ୍ୟବସ୍ଥା।
ହବିଷ୍ୟାଳୀ ମା ମାନଙ୍କ ସେବା ଏକ ପୂଣ୍ୟର କଥା।
ହବିଷ୍ୟାଳୀ ମା ମାନଙ୍କ ସହଯୋଗରେ
ସ୍ବେଛାସେବୀ ଙ୍କ ଭୂମିକା ପ୍ରଶଂସନୀୟ
ପୁରୀ ୨୩/୧୦ ଚଳିତ ବର୍ଷ ର ହବିଷ ବ୍ରତ ୩ ଟି କେନ୍ଦ୍ର ରେ ଅକ୍ଟୋବର ମାସ ୨୬ ତାରିଖ ରୁ ଆରମ୍ଭ ହୋଇ ନଭେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ।ଏହି ହବିଷ୍ୟାଳୀ ମା ମାନଙ୍କୁ ଉପଯୁକ୍ତ ଓ ଆବଶ୍ୟକୀୟ ସହାୟତା ଯୋଗାଇ ଦେବା ଆମ ସମସ୍ତଙ୍କ ଦାୟିତ୍ୱ।କାର୍ତ୍ତିକ ମାସରେ ଏହାକୁ ଏକ ପବିତ୍ର ସେବା ଭାବେ ଗ୍ରହଣ କରି ମାଆ ମାନଙ୍କୁ ସହଯୋଗ କରିବାକୁ ସମସ୍ତ ସ୍ବେଚ୍ଛାସେବୀ ମାନଙ୍କୁ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ପରାମର୍ଶ ଦେଇଛନ୍ତି। ଆଜି ପୂର୍ବାହ୍ନ ରେ ଟାଉନ ହଲ ଠାରେ ହବିଷ ବ୍ରତ କାର୍ଯ୍ୟ ରେ ନିୟୋଜିତ ସ୍ୱଛାସେବୀ ମାନଙ୍କୁ ନେଇ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ପରିଡା ହବିଷ୍ୟାଳୀ ମାନଙ୍କର ସେବା କୁ ନିଷ୍ଠା ଓ ଧର୍ମର କାର୍ଯ୍ୟ ବୋଲି ବିବେଚନା କରି ପ୍ରତ୍ୟେକ ଦାୟିତ୍ୱ ନିର୍ବାହ ପାଇଁ ଆହ୍ୱାନ ଦେଇଥିଲେ।ବିଗତ ବର୍ଷ ମାନଙ୍କ ରେ ସ୍ବେଛାସେବୀ ମାନଙ୍କର ସେବା ଓ ସହଯୋଗ ବେଶ ପ୍ରଶଂସନୀୟ ଥିଲା।ଚଳିତ ବର୍ଷ ଅନୁରୂପ ସହଯୋଗ ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।ପବିତ୍ର କାର୍ତ୍ତିକ ମାସ ପାଇଁ ଆସୁଥିବା ବିଭିନ୍ନ ଅଞ୍ଚଳର ମାଆ ମାନଙ୍କୁ ଆମେ ଉପଯୁକ୍ତ ସେବା ଯୋଗାଇ ଦେବା।ସେମାନେ ମାସକ ପରେ ନିଜ ଘରକୁ ଫେରି ଗଲା ବେଳେ ଯେପରି ଏକ ସୁଖଦ ଓ ଆନନ୍ଦମୟ ଅନୁଭବ ନେଇ ଫେରିବେ ସେହି ଅନୁସାରେ ଆମେ ତାଙ୍କୁ ସେବା ଯୋଗାଇଦେବା।ସକାଳ ଦର୍ଶନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।ତେଣୁ ଯେଉଁ ମାନଙ୍କ ଡିଉଟି ଯେଉଁ ସମୟରେ ରହୁଛି ତାହାକୁ ସଠିକ ଭାବେ ପାଳନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

ହବିଷ୍ୟାଳୀ କାର୍ଯ୍ୟରେ କୌଣସି ଅବହେଳା ଗ୍ରହଣୀୟ ନୁହେଁ ବୋଲି କହିବା ସହ ପ୍ରତ୍ୟେକ ନିଷ୍ଠାପର ଭାବେ ଦାୟିତ୍ୱ ନିର୍ବାହ ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ଅନୁରୋଧ କହିଥିଲେ।ଏସପି ପ୍ରତୀକ ସିଂ ଯୋଗ ଦେଇ ହବିଷ୍ୟାଳୀ ମା ମାନଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ ବ୍ୟବସ୍ଥା ଗୁଡିକୁ ସଠିକ ଭାବେ ନିର୍ବାହ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି।ପୋଲିସ ଓ ସ୍ବେଚ୍ଛାସେବୀ ମାନଙ୍କ ସମନ୍ୱୟ ରେ ଚଳିତ ବର୍ଷ ଶୃଙ୍ଖଳିତ ଭାବେ ଏହାକୁ ଆମେ ସମ୍ପର୍ଣ୍ଣ କରିବା ବୋଲି ସେ ମତ ଦେଇଥିଲେ।ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ସମସ୍ତ ଙ୍କୁ ସ୍ୱାଗତ କରି ବୃନ୍ଦାବତୀ ନିବାସ, ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ଓ ମୋଚିସାହି କଲ୍ୟାଣ ମଣ୍ଡପ ଠାରେ ହବିଷ୍ୟାଳୀ ମା ମାନଙ୍କର ରହଣି ର ବ୍ୟବସ୍ଥା ହୋଇଛି ବୋଲି କହିଥିଲେ। ହବିଷ୍ୟାଳୀ ଯୋଜନା ଆଧାର ରେ ବୟସ୍କା ମା ମାନେ ଏହି ବ୍ରତରେ ସାମିଲ ହେଉଛନ୍ତି। ତେଣୁ ପ୍ରଶାସନ ସମସ୍ତ ସୁବିଧା ସେମାନଙ୍କୁ ଯୋଗାଇ ବାକୁ ବ୍ୟବସ୍ଥା କରିଛି।ଏହାକୁ ସମ୍ମିଳିତ ଭାବେ ସଫଳ କରିବା ବୋଲି ସେ କହିଥିଲେ। ସେମାନଙ୍କର ସୁରକ୍ଷିତ ରହଣି, ସୁରକ୍ଷା, ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ, ପ୍ରବଚନ, ଭଜନ,ପାଲା ଇତ୍ୟାଦି ବ୍ୟବସ୍ଥା, ଚିକିତ୍ସା, ପରିମଳ,ପାନୀୟ ଜଳ, ନରେନ୍ଦ୍ର ରେ ସ୍ନାନ ବ୍ୟବସ୍ଥା, ସ୍ୱଛାସେବୀ ସହଯୋଗ ଇତ୍ୟାଦି ବ୍ୟବସ୍ଥା କରାଯାଇଛି। ଏଥିପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ଙ୍କୁ ଦାୟିତ୍ୱ ଦିଆଯାଇଛି। ଏହାକୁ ସୁ ନିୟନ୍ତ୍ରିତ କରିବାକୁ ନୋଡାଲ ଅଧିକାରୀ, ବରିଷ୍ଠ ଅଧିକାରୀ,ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଦାୟିତ୍ୱ ଦିଆଯାଇଛି। ମା ମାନଙ୍କୁ ଠାକୁର ଦର୍ଶନ ସମୟରେ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ଆରକ୍ଷୀ ବିଭାଗ ଓ ସ୍ୱଛାସେବୀ ମାନେ ସମନ୍ୱୟ ରଖି କାର୍ଯ୍ୟ କରିବେ। ଏହି କାର୍ଯ୍ୟ ଏକ ବ୍ୟାପକ ଓ ଏକ ମାସ ଧରି କରିବା ର ଆବଶ୍ୟକତା ଥିବାରୁ ବିଭାଗ ବିଭାଗର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯାଉଛି।ତେଣୁ ଏହି କାର୍ଯ୍ୟ କୁ ପାରସ୍ପରିକ ସମନ୍ବୟ ରଖି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ସମସ୍ତ ଙ୍କୁ ପରାମର୍ଶ ଦେଇଛନ୍ତି।ପିକେଡିଏ ସେକ୍ରେଟାରୀ ଦିଲ୍ଲୀପ କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ସୁଶାନ୍ତ କୁମାର ପତି, ପୁରୀ ମହାନଗର ନିଗମର ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା,
ଶ୍ରୀମନ୍ଦିର ସୁରକ୍ଷା କମାଣ୍ଡର ତାପସ କୁମାର ଦାସ,ଅତିରିକ୍ତ ଏସପି ଡିଆଇବି ଦେବୀ ଶଙ୍କର ପ୍ରତାପ,ଉପଜିଲ୍ଲାପାଳ ରାଜ କିଶୋର ଜେନା , ସଦର ବିଡ଼ିଓ ସମ୍ବିତ ଶତପଥୀ,ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ଅନୁଶ୍ରବ ଗନ୍ତାୟତ, ସୌମ୍ୟଶ୍ରୀ ପାଣିଗ୍ରାହୀ, ସିଟି ଡିଏସପି ରଶ୍ମିରଞ୍ଜନ ମହାପାତ୍ର,ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ , କର୍ମଚାରୀ, ସ୍ୱଛାସେବୀ, ଆଶା ଓ ଅଙ୍ଗନବାଡି କର୍ମୀ ପ୍ରମୁଖ ଯୋଗ ଦେଇଥିଲେ।
