ଫି’ ମାସ ଗୁଟେ ଦିନ, ସାହିତ୍ୟ ଭିତରେଁ ହେମା ଲିନ୍ ର ବାର୍ଷିକୋତ୍ସବ : ଭାଷା ପାଇଁ ସମନ୍ମୟର ସୂତ୍ରଧର ହେଉଛି ବରଗଡ ଜିଲ୍ଲା
ବରଗଡ: ପଶ୍ଚିମ ଓଡିଶାବାସୀଙ୍କ ଭାଷା ହେଉଛି ଏକ ଓ ଅଭିନ୍ନ । ଏହାର ନାମକରଣରେ ଭିନ୍ନତା ରହିଥିଲେ ମଧ୍ୟ ବରଗଡ଼ ଜିଲ୍ଲାରେ ଏଥିପାଇଁ କୌଣସି ମତାନ୍ତର ଘଟିନାହିଁ । ସମସ୍ତଙ୍କ ଆବେଗକୁ ସମ୍ମାନ ଦେବାପୂର୍ବକ ଏକଜୁଟ ହୋଇ ଭାଷାର ସାମ୍ବିଧାନିକ ସ୍ୱୀକୃତି ହାସଲ କରିବା ଦିଗରେ ବରଗଡ଼ ଜିଲ୍ଲାର ଭାଷା କର୍ମୀମାନେ କାର୍ଯ୍ୟ କରିଆସୁଥିବା ବେଳେ ଏ ଦିଗରେ ଦୀର୍ଘ ଚାରି ଦଶନ୍ଧି ହେଲା ଉଦ୍ୟମ ଜାରି ରଖିଥିବା ସମ୍ବଲପୁରୀ ସାହିତ୍ୟ ପରିଷଦର ଭୂମିକା ଗୁରୁତ୍ୱପୂର୍ଣ ଅଟେ ବୋଲି ରବିବାର ଅନୁଷ୍ଠାନର ବାର୍ଷିକୋତ୍ସବରେ ମତ ପ୍ରକାଶ ପାଇଛି । ବରଗଡ ସ୍ଥାନୀୟ ଗାନ୍ଧୀ ସ୍ମୃତି ପାଠାଗାର ଠାରେ ଆୟୋଜିତ ନିଆରା କାର୍ଯ୍ୟକ୍ରମ ଫି’ ମାସ ଗୁଟେ ଦିନ, ସାହିତ୍ୟ ଭିତରେଁ ହେମା ଲିନ୍ ର ବର୍ଷପୂର୍ତ୍ତି ଉପଲକ୍ଷେ ଚଳିତ ମାସ ଜନ୍ମଦିନ ପଡୁଥିବା ଦିବଙ୍ଗତ ସାରସ୍ୱତ ସାଧକ ପ୍ରକୃତିବନ୍ଧୁ ରାମଚନ୍ଦ୍ର ଆଚାର୍ଯ୍ୟ, କବି କେଶବ ଚନ୍ଦ୍ର ମେହେର ଓ ଭାଷାବିତ ହୃଦମଣି ପ୍ରଧାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ଅନୁଷ୍ଠିତ ସଭା ମଞ୍ଚରେ ଉପସ୍ଥିତ ଥିବା ଗୀତିକାର ଦୁର୍ଗାମାଧବ ପଣ୍ଡା, କବି ନୀତିଶ ଚନ୍ଦ୍ର ଆଚାର୍ଯ୍ୟ, ଦିଲ୍ଲୀପ କୁମାର ଦେବତା, ଲଳିତ କୁମାର ସାହୁ ଶେଖ ଜଲିଲ, ମହେନ୍ଦ୍ର ସେଠ. ଗୌରଚରଣ ସା, ରଂଜିତ ପ୍ରଧାନ, ମକରଧ୍ବଜ ସାହୁ, ଅର୍ଜୁନ ସାହୁ, ଗଣେଶ ପ୍ରଧାନ, ଜଗଦୀଶ ବେହେରା ଓ ସହଦେବ ମେହେରଙ୍କୁ ପୁଷ୍ପମାଲ୍ୟ, ଉପାୟନ ପ୍ରଦାନ ପ୍ରଦାନ ସମ୍ମାନ ପ୍ରଦର୍ଶନ କରାଯାଇଥିଲା ।


ସମ୍ବଲପୁରୀ ସାହିତ୍ୟ ପରିଷଦର ସଭାପତି ଔପନ୍ୟାସିକ ଧନପତି ମହାପାତ୍ରଙ୍କ ଅଧ୍ୟକ୍ଷତା ତଥା ନାଟ୍ୟକାର କେଶରଞ୍ଜନ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ସମାବେଶକୁ ସଂଗଠକ ଉତ୍ପନ୍ନ କୁମାର ଭୋଇ ପରିଚାଳନା କରିଥିଲେ l ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ଡ ରବୀନ୍ଦ୍ର କୁମାର ଗଡ଼ତିଆ, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ରାମଚନ୍ଦ୍ର ସାହୁ ଯୋଗଦେଇ ପ୍ରତିଭାମାନଙ୍କ ସାଧନା ଓ କୃତି ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ପ୍ରଥମ କଳାପଟା ସାହିତ୍ୟ ବାଟୁଆ ବାସ, ଘେଁସ ର ପ୍ରତିଷ୍ଠାତା ଡ ଲକ୍ଷ୍ମୀନାରାୟଣ ପାଣିଗ୍ରାହୀଙ୍କୁ ଭାଷାର ଧରସା ସମ୍ମାନ, ଗବେଷକ ଡ ସୁବାସ ମେହେରଙ୍କୁ ହୃଦମଣି ସ୍ମୃତି ସମ୍ମାନ ତଥା ହୃଦମଣି ପ୍ରଧାନଙ୍କ ଉତ୍ତର ଦାୟାଦ ଅସୀମ ଓ ଶୀର୍ଷଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । କଥାକାର ତେଜରୁ ବାରିକ ସ୍ୱାଗତ ଭାଷଣ, ଅଧ୍ୟାପକ ମlନଭଞ୍ଜନ ପାଣିଗ୍ରାହୀ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ ।


ସମାବେଶରେ ଡ ଗୋବର୍ଦ୍ଧନ ସାହୁ, କବି ଗୌରଚରଣ ପ୍ରଧାନ, ବିନୋଦିନୀ ପ୍ରଧାନ, ଲୋଭା ପ୍ରଧାନ, ଅନ୍ନପୂର୍ଣ୍ଣା ମହାପାତ୍ର, ପୁଷ୍ପାଞ୍ଜଳି ପଣ୍ଡା, ସନ୍ତୋଷିନୀ ନାଗ ,ସାମ୍ବାଦିକ ସୁରେନ୍ଦ୍ର ହୋତା, ଅଶୋକ କୁମାର ପୁଜାହାରୀ , ସାହିତ୍ୟିକ ନରେନ୍ଦ୍ର ମହାନ୍ତି, ଧ୍ରୁବଚରଣ ପ୍ରଧାନ, ଡ ନାରାୟଣ ଭୋଇ, ଡ ଶେଷନ ବିଶି, ମୁନିରାମ କୁମ୍ଭାର, ହରିଲାଲ ସାହୁ, ରାମପ୍ରସାଦ ବାଗ ପ୍ରମୁଖ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ଆୟୋଜନରେ କବି ସୁଶାନ୍ତ ଭୁସାଗର, ଲକ୍ଷ୍ମଣ ମଲ୍ଲିକ, ଗୁଣନିଧି ଭୋଇ, କୁମୁଦ ବାରିକ, ଲଳିତ ବାରିକ, ଗୋପାଳ ଭେସ୍ରା, ଯୋଗେଶ୍ୱର ତାଣ୍ଡି, ମାରଖୁଲୁ ହରିପାଲ, ମନୋହର ସାହୁ ଓ ମାନସ ରଞ୍ଜନ ଦାଶ ସକ୍ରିୟ ସହଯୋଗ କରିଥିଲେ । ଶେଷରେ ସଂଗଠକ ଉମେଶ ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ ।
ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.
