September 1, 2026
Home » ବରଗଡ଼ରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ଦିବସ ପାଳିତ

ବରଗଡ଼ରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ଦିବସ ପାଳିତ

0
WhatsApp Image 2026-09-01 at 2.32.43 PM

୧୦୩ ପରିବାରଙ୍କୁ ମିଳିଲା ପକ୍କା ଘର ନିର୍ମାଣ କାର୍ଯ୍ୟାଦେଶ, ଶ୍ରେଷ୍ଠ ପୌର କର୍ମଚାରୀ ସମ୍ମାନିତ

ବରଗଡ଼,: ସ୍ଥାନୀୟ ସ୍ୱାୟତ୍ତ ଶାସନ ଦିବସ ଅବସରରେ ସମାବେଶୀ ସହରାଞ୍ଚଳ ବିକାଶ ଓ ଦକ୍ଷ ପୌର ସେବା ପ୍ରଦାନ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ ବରଗଡ଼ ପୌରପାଳିକା ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

କାର୍ଯ୍ୟକ୍ରମରେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ମାନ୍ୟବର ବିଧାୟକ ଶ୍ରୀ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ, ପୌରାଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ, ସାଂସଦ ପ୍ରତିନିଧି ଶ୍ରୀମତୀ ଲିପ୍ସିତା ମିଶ୍ର ଏବଂ ନିର୍ବାହୀ ଅଧିକାରୀ ଶ୍ରୀ ଦେବାନନ୍ଦ ସାହୁଙ୍କ ସମେତ ବହୁ ଅଧିକାରୀ ଓ ପୌର କର୍ମଚାରୀ ଉପସ୍ଥିତ ରହି ପ୍ରଧାନ ମନ୍ତ୍ରୀ ଅବାସ ଯୋଜନା (ସହରାଞ୍ଚଳ)-୨.୦ ଅଧୀନରେ ମୋଟ ୦୩ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିବା ସହ ପୌରପାଳିକାର ସଫଳ କର୍ମଚାରୀମାନଙ୍କୁ ମଧ୍ୟ ସମ୍ମାନିତ କରିଥିଲେ । ସେମାନଙ୍କ ସେମାନଙ୍କ ମଧ୍ୟରୁ ଶ୍ରୀ ଆଲୋକ ମଲ୍ଲିକଙ୍କୁ ଶ୍ରେଷ୍ଠ ରୋଡ୍ କୁଲି ଜମାଦାର ଭାବେ ସମ୍ମାନିତ କରାଯାଇଥିବା ବେଳେ ଶ୍ରୀ ଦିନଦୟାଲ ସୁନା ଓ ଶ୍ରୀ ତ୍ରିଲୋଚନ ମହାକୁରଙ୍କୁ ଶ୍ରେଷ୍ଠ କର ଆଦାୟକାରୀ, ଶ୍ରୀ ସର୍ଜୁ ଡୁଙ୍ଗ୍ରିଙ୍କୁ ଶ୍ରେଷ୍ଠ ସଫେଇ କର୍ମଚାରୀ, ଶ୍ରୀମତୀ ବର୍ଷା ଦୀପଙ୍କୁ ଶ୍ରେଷ୍ଠ ସ୍ୱଚ୍ଛ ସୁପରଭାଇଜର ଏବଂ ଶ୍ରୀମତୀ ଜୁଲି ବେହେରା ଓ ଶ୍ରୀମତୀ ଜୟନ୍ତୀ ବାରିକଙ୍କୁ ୟୁଜର ଫି ଆଦାୟ କ୍ଷେତ୍ରରେ ଶ୍ରେଷ୍ଠ ସ୍ୱଚ୍ଛସାଥୀ ଭାବେ ସମ୍ମାନିତ କରାଯାଇଥିଲା।

ଏହି ଅବସରରେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଲୋକାଭିମୁଖୀ ସହରାଞ୍ଚଳ ଶାସନ, ନାଗରିକଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ଦକ୍ଷତାର ସହ ପୌର ସେବା ପ୍ରଦାନର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ନାଗରିକଙ୍କ ଜୀବନଧାରଣର ମାନ ଉନ୍ନତ କରିବା ସହ ପୌର ଭିତ୍ତିଭୂମି ଓ ସେବାକୁ ଆହୁରି ସୁଦୃଢ଼ କରିବା ପାଇଁ ପୌରପାଳିକା ପ୍ରତିବଦ୍ଧ ହେବା ମତ ରଖିଥିଲେ ।

Leave a Reply

Your email address will not be published. Required fields are marked *