“ବରିଷ୍ଠ ନାଗରିକ ପରିସଂଘ, ଓଡ଼ିଶା ଦ୍ବାରା ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ”
ଭୁବନେଶ୍ବର-“ବରିଷ୍ଠ ନାଗରିକ ପରିସଂଘ”, ଓଡ଼ିଶା ଦ୍ବାରା ରାଜ୍ଯ ସ୍ତରୀୟ “ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ” ମହା ସମାରୋହ ରେ ଭାରତୀୟ ମଜଦୁର ସଂଘର ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇ ଯାଇଛି ।ଏହି ଅବସରରେ “ମା ଭାରତୀଙ୍କ ” ସମୀପରେ ଧୂପ ଓ ଦୀପ ପ୍ରଜ୍ବଳନ ପୂର୍ବକ ଅନୁଷ୍ଠାନ ର ବରିଷ୍ଠ ସଭାପତିଙ୍କ ପୌରହିତ୍ୟରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ ଅବସରରେ ବରିଷ୍ଠ ସଂଗଠନ ସଂପାଦକ ଶ୍ରୀ ଅକ୍ଷୟ ପାଟ୍ଟଯୋଶୀ ,ସାଧାରଣ ସଂପାଦକ ଶ୍ରୀ ପଦ୍ମଲୋଚନ ନାୟକ ଓ ସଂପାଦକ ଶ୍ରୀ ସୁବାଷ ଷଢଂଗୀ ଆଦି ନେତୃତ୍ବମାନେ ଉଦବୋଧନ ଦେଇଥିଲେ । ବରିଷ୍ଠ ନାଗରିକ ମାନଙ୍କର ସାମାଜିକ, ଆର୍ଥିକ ଓ ସ୍ବାସ୍ଥ୍ୟଗତ ବିଭିନ୍ନ ସମସ୍ୟା ଏବଂ ତା’ର ସମାଧାନ
ସମ୍ବନ୍ଧ ରେ ବ୍ୟାପକ ଆଲୋଚନା କରାଯାଇଥିଲା । ଏହି ଅବସରରେ ସବୁ ବରିଷ୍ଠ ନାଗରିକ ମାନଙ୍କର ସ୍ବାସ୍ଥ୍ୟଗତ ମଂଗଳ ବିଧାନ ପାଇଁ “ଆୟୁଷ୍ମାନ ବୟୋବନ୍ଦନ ଯୋଜନାର” ସର୍ବନିମ୍ନ ବୟସ ସୀମା 70 ବର୍ଷ ରୁ 60 ବର୍ଷକୁ କମାଇବା ନିମନ୍ତେ ସଭାରେ ପ୍ରସ୍ଥାବ ଗୃହୀତ ହୋଇଥିଲା ।
କେବଳ ପେନ୍ସନ୍ ଭୋଗୀ ନୁହଁନ୍ତି,ସମାଜ ର ସବୁ ବର୍ଗର ବରିଷ୍ଠ ନାଗରିକ ମାନଙ୍କର ସମାଜ ତଥା ରାଷ୍ଟ୍ର ଗଠନ ରେ ବଳିଷ୍ଠ ଏବଂ ଗୁରୁତ୍ବପୂର୍ଣ୍ଣ ଭୂମିକା
ରହିଛି ବୋଲି ସଭାରେ ମତୈକ୍ୟ ପ୍ରକାଶ ପାଇଥିଲା। ବରିଷ୍ଠ ନାଗରିକ ମାନେ ସେମାନଙ୍କ ଅବସର ସମୟକୁ ଯୋଗ,ପ୍ରାଣାୟାମ, ବୃକ୍ଷରୋପଣ ଓ ପର୍ଯାବରଣ ର ସୁରକ୍ଷା ସହିତ ସାମାଜିକ ସଦଦ୍ଭାବନା ରକ୍ଷା ରେ ନିଜକୁ ନିୟୋଜିତ କରାନ୍ତୁ ବୋଲି ବକ୍ତା ମାନେ ଆହ୍ଵାନ ଦେଇ ଥିଲେ । ସର୍ବଶେଷ ରେ ସଭାପତିଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଂଗ ହୋଇଥିଲା ।
