October 3, 2026
Home » ଅବସରପ୍ରାପ୍ତ ବିଇଓଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା।

ଅବସରପ୍ରାପ୍ତ ବିଇଓଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା।

0
WhatsApp Image 2026-10-02 at 7.50.50 PM

ପୋଲସରା : ଅବସରପ୍ରାପ୍ତ ବିଇଓ ଶ୍ରୀ ହର୍ଷବାବୁ ଖାଡ଼ଙ୍ଗାଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗତ ସେପ୍ଟେମ୍ବର ୩୦ ତାରିଖ ବୁଧବାର ଦିନ ତାଙ୍କର ତିନି ଦଷନ୍ଧି ଚାକିରି କର୍ମମୟ ଜୀବନର ଶେଷ ଦିବସରେ ବିଇଓ କାର୍ଯ୍ୟାଳୟରେ
ଆୟୋଜିତ କାର୍ଯ୍ୟକ୍ରମକୁ କାର୍ଯ୍ୟାଳୟ ପକ୍ଷରୁ କରାଯାଇଥିଲା। ଏଥିରେ ବିଇଓ ଭାଗୀରଥୀ ପାତ୍ର, ଏବିଇଓ କମ୍ ବିଆରସିସି ସ୍ବରୂପ କୁମାର ପାତ୍ର, ଏସ ଓ ଶ୍ରୀନିବାସ ପଟ୍ଟନାୟକ, ଆକାଉଣ୍ଟାଣ୍ଟ ଗଣେଶ ବାଡତ୍ୟା, ଭଞ୍ଜନଗର ଏବିଇଓ ଶ୍ରୀମତୀ ସୁବାସିନୀ ତ୍ରିପାଠୀ, ବି.ଆର୍ ଟି ଉପେନ୍ଦ୍ର ସେଠୀଙ୍କ ସମେତ ଷ୍ଟାଫ୍ ଓ କର୍ମଚାରୀମାନେ ଯୋଗଦେଇ ସେବାନିବୃତ୍ତ ଶ୍ରୀଯୁକ୍ତ ଖାଡ଼ଙ୍ଗାଙ୍କୁ ଜଣେ ନିଷ୍ଠାପର ଦକ୍ଷତା ସମ୍ପନ୍ନ, କର୍ତ୍ତବ୍ୟପରାୟଣତା ଏବଂ ସମସ୍ତଙ୍କୁ ଭଲ ପାଉଥିବା ବ୍ୟକ୍ତି ଭାବେ ବର୍ଣ୍ଣନା କରିବା ସହ ତାଙ୍କର ଅବସର ପରବର୍ତ୍ତୀ ଜୀବନ ନିରାମୟ ଓ ଖୁସି ଆନନ୍ଦରେ ଅତିବାହିତ ପାଇଁ ପ୍ରଭୂଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ବ୍ଲକର ପ୍ରାଥମିକ ଶିକ୍ଷକ ସଂଘ ପୋଲସରା ପକ୍ଷରୁ ସମ୍ପାଦକ ଅମିତାଭ ମିଶ୍ର, କୋଷାଧ୍ୟକ୍ଷ ସୂର୍ଯ୍ୟନାରାୟଣ ନାୟକ, ସହସମ୍ପାଦକ ଅକ୍ଷୟ କୁମାର ପଣ୍ଡା, ବ୍ଲକ୍ ସଂଯୋଜକ ସତ୍ୟବାନ ପଣ୍ଡା, ଜିଲ୍ଲା ସଭ୍ୟ ତ୍ରିନାଥ ବେହେରୁକ ଓ ବାଳକୃଷ୍ଣ ହୋତା ଓ ସହ ସମ୍ପାଦିକା ସୁପ୍ରଭା ଦାସଙ୍କ ସମେତ ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟିତ୍ରୀ ଏବଂ ସହକାରୀ ଶିକ୍ଷକ ଓ ଶିକ୍ଷୟତ୍ରୀବୃନ୍ଦ କାର୍ଯ୍ୟାଳୟକୁ ଆସି ବିଇଓଙ୍କ ଅମାୟିକ ବ୍ୟବହାର,କାର୍ଯ୍ୟଦକ୍ଷତା ଏବଂ ପ୍ରେରଣାଦାୟୀ କାର୍ଯ୍ୟମନୋଭାବର ଭୂୟସୀ ପ୍ରଶଂସା କରିଥିଲେ ଏବଂ ଅବସର ପରବର୍ତ୍ତୀ ଜୀବନକାଳ ଖୁସି ଆନନ୍ଦ ଓ ନିରାମୟରେ ଅତିବାହିତ ହେବାକୁ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିବା ବେଳେ ସ୍ଵତନ୍ତ୍ର ଭାବେ ଉପସ୍ଥିତ ଥିବା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାମ୍ଫ ବାଢ଼େଇ ଏବଂ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ଅଧ୍ୟାପକ ଦେବାଶିଷ ସ୍ୱାଇଁ ନିଜ ନିଜର ବକ୍ତବ୍ୟରେ ଶ୍ରୀ ଖାଡ଼ଙ୍ଗାଙ୍କ ଉତ୍ତମ କାର୍ଯ୍ୟଶୈଳୀ ଓ କାର୍ଯ୍ୟଦକ୍ଷତାର ଭୂରି ଭୂରି ପ୍ରଶଂସା ଏବଂ ପରବର୍ତ୍ତୀ ଜୀବନ ନିରାମୟ ଓ ଶାନ୍ତିରେ କଟିବାକୁ ପ୍ରଭୂଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

ଏହି ଅବସରରେ କାର୍ଯ୍ୟାଳୟ ଏବଂ ସଂଘ ପକ୍ଷରୁ ପୃଥକ ଭାବେ ଶ୍ରୀଯୁକ୍ତ ଖାଡ଼ଙ୍ଗାଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ସହିତ ପ୍ରଶ°ସାପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏତଦ୍ ପରେ ସମ୍ବର୍ଦ୍ଧିତ ବିଇଓ ନିଜର ବକ୍ତବ୍ୟରେ ତାଙ୍କର ଦୀର୍ଘ ତିରିଶି ବର୍ଷ କାର୍ଯ୍ୟକାଳ ସମୟ ମଧ୍ୟରେ ମିଳିଥିବା ଶିକ୍ଷକ,ଶିକ୍ଷୟତ୍ରୀ ବିଇଓ କାର୍ଯ୍ୟାଳୟର ସମସ୍ତ ଷ୍ଟାଫ୍ ଓ କର୍ମଚାରୀ ଅକୁଣ୍ଠ ସହଯୋଗ ଓ ସମର୍ଥନ ମିଳିଥିବାକୁ ନେଇ ଏବଂ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ତାଙ୍କୁ ଦିଆଯାଇଥିବା ବିଦାୟକାଳୀନ ସମ୍ବର୍ଦ୍ଧନା ପାଇଁ ଆନ୍ତରିକ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଇବା ସହ ଗୁରୁ ଓ ଶିଷ୍ୟ ପରମ୍ପରା ଏବଂ ଶିକ୍ଷିତ ବିକଶିତ ଭାରତ ଗଠନ ଲକ୍ଷ୍ୟ ନେଇ ପବିତ୍ର ହୃଦୟରେ ନିଃସ୍ଵାର୍ଥ ଭାବରେ ବାଳକ ବାଳିକାମାନଙ୍କୁ ଉଚିତ୍ ଶିକ୍ଷା ହେବାପାଇଁ ପରାମର୍ଶ ଦେଇଥିଲେ। ଏବଂ ସମସ୍ତଙ୍କ ମଙ୍ଗଳ କାମନା ପ୍ରଭୂଙ୍କ ନିକଟରେ କରିଥିଲେ। ଶେଷରେ ସ୍ମରଣୀୟ କାର୍ଯ୍ୟକ୍ରମରେ ଯୋଗଦେଇଥିବାସମସ୍ତଙ୍କୁ କାର୍ଯ୍ୟାଳୟ ପକ୍ଷରୁ ଏବିଇଓ ଶ୍ରୀଯୁକ୍ତ ପାତ୍ର ଆନ୍ତରିକ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଇଥିଲେ।

ରିପୋର୍ଟ ହୃଷିକେଶ ନାୟକ

Leave a Reply

Your email address will not be published. Required fields are marked *