ବାଲ୍ୟ ବିବାହ ନିରାକରଣ ପାଇଁ ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ
ସୁବର୍ଣ୍ଣପୁର —ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ସଭା ଗୃହ ଠାରେ ଅଷୟ ତୃତୀୟl ଉପଲକ୍ଷେ ବାଲ୍ୟ ବିବାହ ନିରାକରଣ ପାଇଁ ବ୍ଲକ ସ୍ତରୀୟ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହୋଇ ଥିଲା l ସୋନପୁର ସିଡିପିଓ ସାଗରିକା ସ୍ଵାଇଁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ବୈଠକ ରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରହଲ୍ଲାଦ ନାଏକ, ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରତିକ କର,DSP ରେଣୁକା ସୁନା, ABEO କୃଷ୍ଣଚନ୍ଦ୍ର ପଣ୍ଡା, DCPO ଯୋଗଦାନ କରିଥିଲେ l DSP ରେଣୁକା ସୁନା ବାଲ୍ୟ ବିବାହ ଆଇନ ଓ ଦଣ୍ଡବିଧାନ ଉପରେ ଧାରଣା ଦେଇଥିଲେ l ସିଡିପିଓ ସାଗରିକା ସ୍ଵାଇଁ ବାଲ୍ୟ ବିବାହ ର କୁ ପରିଣାମ ବିଷୟରେ କହିଥିଲେ l ବାଲ୍ୟ ବିବାହ କୁ କିପରି ଆମେ ଦୁର କରି ପାରିବା ଓ ଏଥିପାଇଁ ଆମେ କେଉଁ ପନ୍ଥା ଅବଲମ୍ବନ କଲେ ଲୋକ ମାନେ ବାଲ୍ୟ ବିବାହ ନ କରିବା ପାଇଁ ସଚେତନ ହୋଇ ପାରିବେ ସେହି ସଂପର୍କ ରେ ଆଲୋଚନା କରାଗଲା l ଉପସ୍ଥିତ ଥିବା ବିଭିନ୍ନ ଅଞ୍ଚଳର ଓ୍ବାର୍ଡ ମେମ୍ବର,ସରପଞ୍ଚ ,ଟେଣ୍ଟ ହାଉସ ର କର୍ମକର୍ତ୍ତା,ଅଙ୍ଗନୱାଡି କର୍ମୀ, ମନ୍ଦିର ପୂଜକ,କମିଟିର ସଦସ୍ଯ ,ପି ଆର ଆଇ ମେମ୍ବର ବାଲ୍ୟ ବିବାହ ଦୂରୀକରଣ ରେ ତାଙ୍କର ଭୂମିକା ସଂପର୍କ ରେ କହିଥିଲେ l ପରେ ନିଜ ବ୍ଲକ କୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ଶପଥ ନେଇଥିଲେ l ସର୍ବ ଶେଷରେ ରୋଜିସ୍ମିତା ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
