“ ବିକାଶଧାର ଓଡ଼ିଶା ସାରା “ ଦୁଇ ବର୍ଷ ପୂର୍ତ୍ତି ଅବସରରେ, ବୟନଶିଳ୍ପ ହସ୍ତତନ୍ତ ପ୍ରଦର୍ଶନୀ ଉଦ୍ଘାଟିତ
ତା.୧୭.୦୬.୨୦୨୬ ରିଖ ଦିବା ୧୧.୦୦ ଘଟିକା ସମୟରେ “ ବିକାଶଧାର ଓଡ଼ିଶା ସାରା “ ଦୁଇ ବର୍ଷ ପୂର୍ତ୍ତି ଅବସରରେ, ବୟନଶିଳ୍ପ ନିର୍ଦ୍ଦେଶାଳୟ, ଓଡ଼ିଶା, ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ସମ୍ବଲପୁରୀ ବସ୍ତ୍ରାଳୟ, ବରଗଡ଼ଙ୍କ ଦ୍ଵାରା ଏକ ବ୍ଲକ ସ୍ତରୀୟ ହସ୍ତତନ୍ତ ପ୍ରଦର୍ଶନୀ ନିୟନ୍ତ୍ରିତ ବଜାର କମିଟି, ଅତାବିରା ଙ୍କ ମାର୍କେଟ କମ୍ପ୍ଲେକ୍ସ ରେ ମାନ୍ୟବର ବିଧାୟକ, ଅତାବିରା ଶ୍ରୀଯୁକ୍ତ ନୀହାର ରଞ୍ଜନ ମହାନନ୍ଦ ଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଅଛି ।


ଏହି ସମାରୋହରେ ଅତିରିକ୍ତ ଜିଳ୍ଳାପାଳ, ବରଗଡ଼, ଅତାବିରା ଏ ନ୍ ଏ ସି , ଚେୟାରମେନ ତଥା ପରିଚାଳନା ନିର୍ଦ୍ଦେଶକ, ସମ୍ବଲପୁରୀ ବସ୍ତ୍ରାଲୟ ଓ ଅନ୍ୟାନ୍ୟ ଅଫିସର ବୃନ୍ଦ ଉପସ୍ତିତ ଥିଲେ । ଉକ୍ତ ପ୍ରଦର୍ଶନୀ ରେ ବରଗଡ଼ ଜିଲ୍ଲା/ ବୟନ ମଣ୍ଡଳର ୫ ଗୋଟି ତନ୍ତୁବାୟ ସମିତି, ସୁନ୍ଦରଗଡ଼ ବୟନ ମଣ୍ଡଳର ୧ ଗୋଟି, ସୋନପୁର ବୟନ ମଣ୍ଡଳର ୧ ଗୋଟି ଓ ବୌଦ୍ଧ ବୟନ ମଣ୍ଡଳର ୧ ଗୋଟି ତନ୍ତୁବାୟ ସମିତି ତାଙ୍କ ଉତ୍ପାଦିତ ବସ୍ତ୍ର ବିକ୍ରୟ କରିବାପାଇଁ ଭାଗ ନେଇଛନ୍ତି । ପ୍ରଦର୍ଶନୀ ଆସନ୍ତା ତା.୨୧.୦୬.୨୦୨୬ ପର୍ଯନ୍ତ ଚାଲୁ ରହିବ ଓ ଏଥିରେ ଗ୍ରାହକ ମାନେ ୧୦% ସ୍ଵତନ୍ତ୍ର ରିହାତି ପାଇପାରିବେ । ମାନ୍ୟବା ବିଧାୟକ ଓ ଅତିରିକ୍ତ ଜିଲ୍ଲାପାଳ ମହୋଦୟା ପ୍ରଦର୍ଶନୀର ସମସ୍ତ ୯ ଗୋଟି ଷ୍ଟଲ କୁ ପ୍ରିଦର୍ଶନକରି ସମ୍ବଲପୁରୀ ବସ୍ତ୍ରର ଭୁରିୟଶୀ ପ୍ରସଂଶା କରିଥିଲେ । ବିଶେଷତଃ ସମ୍ବଲପୁରୀ ବସ୍ତ୍ରାଲୟ ର ସମ୍ବଲପୁରୀ ଗାର୍ମେଣ୍ଟ କୁ ପସନ୍ଦ କରି ଅଧିକ ଗୁରୁତ୍ଵ ଦେଇ ଏହାର ଆହୁରି ପ୍ରସାର କରିବାପାଇଁ ମତାମତ
ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.
