August 22, 2026
Home » ବିଦ୍ୟାଳୟ ରେ ଅଭିନବ ପଦକ୍ଷେପ ଶିକ୍ଷା ବ୍ୟବସ୍ଥାକୁ ପରିଦର୍ଶନ “ଟିଚ କନ୍ଧମାଳ”

ବିଦ୍ୟାଳୟ ରେ ଅଭିନବ ପଦକ୍ଷେପ ଶିକ୍ଷା ବ୍ୟବସ୍ଥାକୁ ପରିଦର୍ଶନ “ଟିଚ କନ୍ଧମାଳ”

0
WhatsApp Image 2026-08-22 at 12.57.07 PM

ଫୁଲବାଣୀ ଇ ପି ଏ – ବିଦ୍ୟାଳୟର ଚାରିକାନ୍ଥ ଭିତରେ ସୀମିତ ନରହି ଶିକ୍ଷା ବ୍ୟବସ୍ଥାର ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କରିବା ସହ ଛାତ୍ର ଛାତ୍ରୀ ଙ୍କ ନିକଟରେ ପହଞ୍ଚିବା ଲକ୍ଷରେ କନ୍ଧମାଳ ଜିଲ୍ଲା ରେ ଆରମ୍ଭ ହୋଇଛି ଅଭିନବ ପଦକ୍ଷେପ “ଟିଚ କନ୍ଧମାଳ”।ଏହି ପଦକ୍ଷେପ ଅଧୀନ ରେ ସୋମବାର ତା-୧୭.୮.୨୬ ରିଖ ବାଲିଗୁଡା ବ୍ଲକ ର ବିଭିନ୍ନ ବିଦ୍ୟାଳୟରେ ପହଞ୍ଚିଥିଲେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟ ଓ ଶିଶୁଙ୍କ ନିକଟରେ ପହଞ୍ଚି ଶିକ୍ଷାଦାନର ବିଭିନ୍ନ ଦିଗ ଅନୁଧ୍ୟାନ କରିବା, ସମସ୍ୟା ଚିହ୍ନଟ କରିବା ଏବଂ ଛାତ୍ର ଛାତ୍ରୀ ଓ ବିଦ୍ୟାଳୟ ସହ ଜଡ଼ିତ ହିତାଧିକାରୀ ଙ୍କୁ ଆବଶ୍ୟକ ସହଯୋଗ ଓ ମାର୍ଗଦର୍ଶନ ଦେବା ଏହି ପଦକ୍ଷେପର ମୂଖ୍ୟ ଲକ୍ଷ୍ୟ – ୨୦୨୬-୨୦୨୭ ଶିକ୍ଷା ବର୍ଷରୁ ଏହାକୁ ଜିଲ୍ଲା ରେ କାର୍ଯ୍ୟ କରାଯାଉଛି। ଏହି କ୍ରମରେ ଅଧିକାରୀ ମାନେ ନିଜ ନିଜକୁ ଆବଣ୍ଟନ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର ପ୍ରାତଃ ସମାବେଶ, ଶିକ୍ଷାଦାନ,ଓ ଶିକ୍ଷଣ ପ୍ରକ୍ରିୟା, ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି, ବିଦ୍ୟାଳୟ ପରିସରର ସ୍ବଚ୍ଛତା, ବିଶେଷକରି ଶୋଚାଳୟର ପରିଚ୍ଛନ୍ନତା, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଆଦି ଯାଞ୍ଚ କରିଥିଲେ।

ଏଥିସହ ଛାତ୍ର ଛାତ୍ରୀ ଓ ବିଦ୍ୟାଳୟ କର୍ମଚାରୀଙ୍କ ସିଧାସଳଖ ଆଲୋଚନା କରି ଶିକ୍ଷା ପରିବେଶର ଉନ୍ନତି ପାଇଁ ଆବଶ୍ୟକ ପରାମର୍ଶ ଦେଇଥିଲେ। ବାଲିଗୁଡା ବ୍ଲକ ରେ ଏହି ଅଭିଯାନକୁ ବ୍ୟାପକ କରିବା ପାଇଁ ମୋଟ ୧୯ ଟି ବିଦ୍ୟାଳୟକୁ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଙ୍କୁ ପରିଦର୍ଶନ ନିମନ୍ତେ ଆବଣ୍ଟନ କରାଯାଇଥିଲା। ତାଲିକା ରେ ଜିଲ୍ଲାପାଳ ଓ ମାଜିଷ୍ଟ୍ରେଟ ବେଦ ଭୁଷଣ, ଆରକ୍ଷୀ ଅଧିକ୍ଷକ ରାମେନ୍ଦ୍ର ପ୍ରସାଦ, ପ୍ରଶିକ୍ଷଣରତ IAS ଯଶକରଣ ସିଂ,DFO ଘନଶ୍ୟାମ ମହାନ୍ତା,CDO- cum- EO ଶମ୍ଭୁନାଥ ନନ୍ଦୀ, ବାଲିଗୁଡା ଉପ ଜିଲ୍ଲାପାଳ ପ୍ରଣିତା ଦାସ,PD- DUDA ପ୍ରବୀଣ କୁମାର ବାଣୁଆ,DEO ରାଜେଶ କୁମାର ସ୍ବାଇଁ,PA- ITDA କୃପାସିନ୍ଧୁ ଵେ‌ହେରାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ସାମିଲ ଥିଲେ “ଟିଚ କନ୍ଧମାଳ” କେବଳ ବିଦ୍ୟାଳୟ ପରିଦର୍ଶନ ରେ ସୀମିତ ନରହି ଶିକ୍ଷା ବ୍ୟବସ୍ଥାର ତୃଣମୂଳ ସ୍ଥିତିକୁ ବୁଝିବା ଓ ତାହାର ଗୁଣାତ୍ମକ ଉନ୍ନତି ପାଇଁ ଏକ ନିରନ୍ତର ପ୍ରୟାସ।ପ୍ରତି ଅଭିଯୋଗ ଶୁଣାଣି ଦିନ ପୂର୍ବରୁ ସଂମ୍ପୃକ୍ତ ଅଧିକାରୀ ମାନେ ବିଦ୍ୟାଳୟ ପରିଦର୍ଶନ କରିବେ ଏବଂ ପରିଦର୍ଶନର ସଂକ୍ଷିପ୍ତ ରିପୋର୍ଟ ଦାଖଲ କରିବେ।” ବିଦ୍ୟାଳୟ ରେ ଅଧିକାରୀ ଙ୍କ ପହଞ୍ଚ ଓ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ସମ୍ପର୍କ ଶିକ୍ଷା ଗୁଣାତ୍ମକ ପରିଦର୍ଶନ ଦିଗରେ”ଟିଚ କନ୍ଧମାଳ “ର ଏହି ପଦକ୍ଷେପ ଏକ ନୂଆ ଆଶା ସୃଷ୍ଟି କରିଛି।

ଇ ପି ଏ ରୁ କନ୍ଧମାଳ ଜିଲ୍ଲାପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ

Leave a Reply

Your email address will not be published. Required fields are marked *