ବିଶ୍ଵଶାନ୍ତିର ବାର୍ତ୍ତା ବାହକ ହେଉଛନ୍ତି: କବି
ସୁବର୍ଣ୍ଣପୁର –ବିଶ୍ୱ କବିତା ଦିବସ ଅବସର ରେ ସୋନପୁର ଏୟୁପିଟିଏଫ କାର୍ଯ୍ୟାଳୟ ଠାରେ ସଭାପତି ଅନିତା ମେହେରଙ୍କ ଆବାହକତ୍ୱରେ ଅନୁଷ୍ଠିତ କବିତା ଆସର ରେ ନିମନ୍ତ୍ରିତ କବି ମାନେ ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ। କବି ରଂଜିତା ପଣ୍ଡା ଓ କବି ଅଦ୍ୱେତ କୁମାର ପଣ୍ଡାଙ୍କ ସଂଯୋଜନା ରେ ଅନୁଷ୍ଠିତ ଆସର ରେ କବି ଅମ୍ବୁଜ ବିହାରୀ ଶତପଥି ନିଜ ବକ୍ତବ୍ୟରେ ପ୍ରକାଶ କଲେଯେ “ଯୁଦ୍ଧ ବିଶ୍ୱକୁ ଶାନ୍ତି ପ୍ରଦାନ କରିବାରେ ବିଫଳ ହେବ”। ବିଶ୍ୱରେ ଶାନ୍ତି ଫେରେଇବା ପାଇଁ ବିଶ୍ୱ ଶାନ୍ତି ଯଜ୍ଞର ପ୍ରକୃତ ବାର୍ତ୍ତା ବାହକ ହେଉଛନ୍ତି କବି ମାନେ” ଏଣୁ ତାଙ୍କ ଭୂମିକା ସୁଦୃଢ ହେଉବୋଲି କହିଥିଲେ।ଆସର ରେ କବି ଦେବଦାସ ମହାପାତ୍ର, ଭାର୍ଜନ କୁମାର ପ୍ରଧାନ, ବୃତ୍ତାନନ୍ଦ ଭୋଇ, ଅନୁପମା ମିଶ୍ର, ପ୍ରଦ୍ୟମ୍ନ ସାହୁ,ସୁଧୀର ମିଶ୍ର କବିତା ପାଠ କରି ଏକ ମନୋରମ ପରିବେଶ ସୃଷ୍ଟି କରି ଆକର୍ଷଣୀୟ କରିଥିଲେ ।ବରିଷ୍ଠ କବି ଶ୍ରୀଧର ବାଗ କବିତାର ମୂଲ୍ୟବୋଧ ଓ ତାର ଦିଗ ସମ୍ପର୍କରେ ସମୀକ୍ଷା କରିଥିଲେ।କବି ରଂଜୁ ଅମାତ କାର୍ଯ୍ୟକ୍ରମ କୁ ସଂଚାଳନ କରିଥିବା ବେଳେ ଅଧ୍ୟାପିକା ଡ଼. ଇତିଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ଅନ୍ୟ ମାନଙ୍କ ମଧ୍ୟରେ ସୁଶୀଲ ପ୍ରଧାନ, ଲଳିତ ନାଏକ ପ୍ରମୁଖ ରହିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
