June 15, 2026
Home » ବୀରମହାରାଜପୁର ପୋଲିସ ର ବଡ଼ ସଫଳତା : ଡକାୟତି ଉଦ୍ୟମ ପଣ୍ଡ କଲା ପୁଲିସ : 5 ଡକାୟତ ଗିରଫ l

ବୀରମହାରାଜପୁର ପୋଲିସ ର ବଡ଼ ସଫଳତା : ଡକାୟତି ଉଦ୍ୟମ ପଣ୍ଡ କଲା ପୁଲିସ : 5 ଡକାୟତ ଗିରଫ l

0
WhatsApp Image 2026-06-13 at 11.53.30 AM (1)

ସୁବର୍ଣ୍ଣପୁର — ବୀରମହାରାଜପୁର ପୋଲିସ କୁ ମିଳିଛି ବଡ଼ ସଫଳତା l ଡକାୟତି ପାଇଁ ଉଦ୍ୟମ କରୁଥିବା ବେଳେ ମାଡି ବସିଲା ପୋଲିସ l ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅଞ୍ଚଳ ରୁ ଏକ ଡକାୟତି ଉଦ୍ୟମ କରୁଥିବା ସମୟ ରେ ପୁଲିସ ଦ୍ୱାରା ଧରାପଡ଼ିଲେ ଡକାୟତ ଦଳ l ବିଭିନ୍ନ ମାରଣାସ୍ତ୍ର ସହ 5 ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି ବୀରମହାରାଜପୁର ପୋଲିସ l ଏ ନେଇ ଶୁକ୍ରବାର ଦିନ ବୀରମହାରାଜପୁର ପୋଲିସ ଷ୍ଟେସନ ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ବିଳନୀ ରେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ସୂଚନା ଦେଇଛନ୍ତି l ସୂଚନା ଅନୁସାରେ ବୀରମହାରାଜପୁର ଥାନା ଅଧିକାରୀ ଯଯାତି କେଶରୀ ସାହୁ ଏକ ବିଶ୍ଵସ୍ଥ ସୂତ୍ର ରୁ ଖବର ପାଇ ହିକୁଡି ଫାଣ୍ଡି ଅନ୍ତର୍ଗତ ଆଇ ଟି ଆଇ ନିକଟ ରେ କିଛି ଯୁବକ ଡକାୟତି ପାଇଁ ଯୋଜନା କରୁଥିଵା ନେଇ ସୂଚନା ପାଇ ଥିଲେ l ଆଇ ଆଇ ସି ଙ୍କ ନେତୃତ୍ୱ ଏକ ପୁଲିସ ଟିମ ଉକ୍ତ ସ୍ଥାନକୁ ରେଡ କରି ଡକାୟତ ଦଳ କୁ କାବୁ କରିଥିଲେ l

ଡକାୟତି ଦଳ ରେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଥାନା କିର୍ତ୍ତୀପୁର ଗ୍ରାମର ଲିପୁନ ମହାକୁର (21), ହରଡୋଖୋଲ ଗ୍ରାମର ସତ୍ୟରାମ ଚାଉଳିଆ (20), ତରଭା ଥାନା ବାଲାଡୀ ଗ୍ରାମର ଦେବାନନ୍ଦ ପାତ୍ର (30), ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ମହେଶ୍ୱରପିଣ୍ଡା ଗ୍ରାମର ଉତ୍ତମ ଉର୍ମା(28) ଓ ବୀରମହାରାଜପୁର ଥାନା ଚମ୍ପାମାଲ ଗ୍ରାମର ସୌଭାଗ୍ୟ କୁମାର ନାଏକ(23) ଙ୍କୁ ପୁଲିସ ଗିରଫ କରିବା ସହିତ ସେମାନଙ୍କ ଠାରୁ ଏକ ବନ୍ଧୁକ ଦୁଇଟି ଅଫୁଟା ଗୁଳି, ଏକ ଖଣ୍ଡା, ଚକୁ, 5 ଟି ମୋବାଇଲ, ଗୋଟିଏ ବାଇକ ଆଉ ଗୋଟିଏ ସ୍କୁଟି ଜବତ କରିବା ସହ ଅନ୍ୟାନ ମାରାଣାସ୍ତ୍ର ଜବତ କରିଥିଵା ସହିତ ସମସ୍ତ ଅଭିଯୁକ୍ତ ଙ୍କୁ ବୀରମହାରାଜପୁର ପୁଲିସ କୋର୍ଟ ଚାଲାଣ କରିଥିବା ଏହି ସାମ୍ବାଦିକ ସମ୍ବିଳନୀ ରେ ସୂଚନା ଦେଇଛନ୍ତି l ବୀରମହାରାଜପୁର ପୋଲିସ କେଶ ନମ୍ବର 149/2026 ରେ ଏକ ମାମଲା ରୁଜୁ ହୋଇଛି l ଏ ନେଇ ବୀରମହାରାଜପୁର ପୋଲିସ ରେ ଏକ ମାମଲା ରୁଜୁ ହୋଇଛି l ଆଜିର ଏହି ସାମ୍ବାଦିକ ସମ୍ବିଳନୀ ରେ ଅରକ୍ଷୀ ଅଧିକ୍ଷକ ନାରାୟଣ ନାଏକ ଙ୍କ ସହିତ ବୀରମହାରାଜପୁର ଏସ୍ଡ଼ିପିଓ ହେମନ୍ତ ରାଓ ଏବଂ ଥାନା ଅଧିକାରୀ ଯଯାତି କେଶରୀ ସାହୁ ଉପସ୍ଥିତ ଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *