ବୀରମହାରାଜପୁର ରେ ଗୁଳିକାଣ୍ଡ ଘଟଣା
ପୁର୍ବ ଶତ୍ରୁତା ରୁ ହିଁ ହୋଇଥିଲା ହତ୍ୟାକାଣ୍ଡ : ଅଭିଯୁକ୍ତ ଗିରଫ l
ସୁବର୍ଣ୍ଣପୁର –ପୂର୍ଵ ଶତ୍ରୁତା ରୁ ହିଁ ହୋଇଥିଲା ଗୁଳିକାଣ୍ଡ l ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସହର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଛକ ନିକଟରେ ଏହି ଗୁଳିକାଣ୍ଡ ରେ ଚମ୍ପାମାଳ ଗ୍ରାମର ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଥିଲା l ଏହି ହତ୍ୟାକାଣ୍ଡ ସେହି ଗ୍ରାମର ଶୁଭମ ପ୍ରୀତମ ହୋତା ଭିଆଇଥିବା ନେଇ ପରିବାର ପକ୍ଷରୁ ବୀରମହାରାଜପୁର ଥାନା ରେ ଅଭିଯୋଗ ହୋଇଥିଲା l ତେବେ ଘଟଣା ପରଠାରୁ ଅଭିଯୁକ୍ତ ଶୁଭମ ପ୍ରୀତମ ହୋତା ଫେରାର ଥିଲା l ସେ ବିଭିନ୍ନ ବାହାର ରାଜ୍ୟ କୁ ଫେରାର ମାରିଥିବା ବେଳେ ପୋଲିସ ଟିମ ତାକୁ ଧରିବାକୁ ବିଭିନ୍ନ ସ୍ଥାନରେ ଡେରା ପକାଇଥିଲା l ଆଜି ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ ବୀରମହାରାଜପୁର ଥାନା ପରିସର ରେ ଏକ ସାମ୍ବାଦିକ ସମ୍ବିଳନୀ ଜରିଆ ରେ ଉକ୍ତ ଗୁଳିକାଣ୍ଡ ଘଟଣା ର ମୁଖ୍ୟ ଅଭିଯୁକ୍ତ କୁ ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନିକଟସ୍ଥ ଏକ ଛାତ୍ରାବାସ ରୁ ଗିରଫ କରିଥିବା ନେଇ ସୂଚନା ଦେବା ସହ ଉକ୍ତ ଘଟଣା ଟି ସମ୍ପୂର୍ଣ୍ଣ ଭାବେ ଜାଣିଶୁଣି ପୁର୍ବ ଶତ୍ରୁତା କୁ ନେଇ ହତ୍ୟାକାଣ୍ଡ ଘଟିଥିବା ନେଇ ସୂଚନା ଦେଇଥିଲେ l ସୂଚନା ଥାଉ କି ଏକ ପାନ ଦୋକାନ ପଛପଟେ ଗତ ଅପ୍ରେଲ ମାସ ଏକ ସନ୍ଧ୍ୟା ସମୟ ରେ ଘଟିଥିବା ଗୁଳିକାଣ୍ଡ ରେ ଚମ୍ପାମାଲ ଗ୍ରାମର ବିକ୍ରମ ମହାରଣା (ଭିକି) (24) ଙ୍କ ମୃତ୍ୟୁ ହୋଇଥିଲା l ଉକ୍ତ ଘଟଣା କ୍ରମ ରେ ଗତ ଅପ୍ରେଲ 17 ତାରିଖ ରାତି 9.30 ଘଣ୍ଟା ସମୟରେ ଅଭିଯୁକ୍ତ ଶୁଭମ ପ୍ରତିମ ହୋତା (ବିକି) ଓ ମୃତ ବିକ୍ରମ (ଭିକି) ଏବଂ କିଛି ସାଙ୍ଗ ଙ୍କ ସହିତ ଉକ୍ତ ଛକ ଏକ ଦୋକାନ ପଛପଟେ ବସିଥିଲେ ହଠାତ ଗୁଳି ଫୁଟିବା ଶବ୍ଦ ଶୁଣlଯାଇଥିଲା l ଗୁଳି ଟି ବିକ୍ରମ ଙ୍କ ବେକରେ ବାଜି ବାହାରି ଯାଇଥିଲା l ବୀରମହାରାଜପୁର ପୋଲିସ କେଶ ନମ୍ବର 90/2026 ରେ ଏକ ମାମଲା ରୁଜୁ ହୋଇଥିଲା l ସେଠାରେ ଥିବା ଅନ୍ୟ ସାଙ୍ଗ ମାନେ ବିକ୍ରମ କୁ ଉଦ୍ଧାର କରି ପ୍ରଥମେ ବୀରମହାରାଜପୁର ଓ ପରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ଚିକିତ୍ସା ପାଇଁ ନେଇଥିଲେ l ହେଲେ ସୁବର୍ଣ୍ଣପୁର ରେ ଡାକ୍ତର ବିକ୍ରମ କୁ ମୃତ ଘୋଷଣା କରିଥିଲେ l ଉକ୍ତ ଗୁଳିକାଣ୍ଡ କୁ ନେଇ ସେ ସମୟରେ ଏକ ସଙ୍ଗରେ ଖଟି ରେ ବସିଥିବା ବେଳେ ଶୁଭମ ରଖିଥିବା ବନ୍ଧୁକ ସାଙ୍ଗ ମାନେ ଦେଖୁଥିବା ସମୟରେ ଭୁଲରେ ଗୁଳି ଫୁଟିଥିଲା ଏବଂ ବିକ୍ରମ ଙ୍କ ମୃତ୍ୟୁ ହୋଇଥିବା ସନ୍ଧେହ କରାଯାଉଥିଲା l କିନ୍ତୁ ଉକ୍ତ ଘଟଣା ପୁର୍ବ ଶତ୍ରୁତା ରୁ ଘଟିଥିବା ନେଇ ତଦନ୍ତରୁ ଜଣାପଡିଵା ସହ ଅନେକ ପ୍ରମାଣ ମିଳିଥିବା ନେଇ ସୂଚନା ଦେଇଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
