August 25, 2026
Home » ଭବାନୀପାଟଣାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୩୨ କିଲୋ ବାସି ଓ କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ।

ଭବାନୀପାଟଣାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୩୨ କିଲୋ ବାସି ଓ କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ।

0
WhatsApp Image 2026-08-24 at 6.27.00 PM

 

ଭବାନୀପାଟଣା : ଆସନ୍ତା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଭବାନୀପାଟଣା ପୌରପାଳିକା ଅଞ୍ଚଳରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଏକ ବିଶେଷ ଯାଞ୍ଚ ଅଭିଯାନ କରାଯାଇଥିଲା। ଏହି ଅଭିଯାନରେ ମୋଟ ୨୧ଟି ଖାଦ୍ୟ ପ୍ରତିଷ୍ଠାନ ଯାଞ୍ଚ କରାଯାଇଥିଲା।

ଯାଞ୍ଚ ସମୟରେ ପ୍ରାୟ ୩୨ କିଲୋଗ୍ରାମ ବାସି ଖାଦ୍ୟ ଓ କୃତ୍ରିମ ଖାଦ୍ୟ ରଙ୍ଗ ବ୍ୟବହୃତ ଖାଦ୍ୟ ସାମଗ୍ରୀ ଚିହ୍ନଟ କରାଯାଇ ଘଟଣାସ୍ଥଳରେ ନଷ୍ଟ କରାଯାଇଥିଲା। ଖାଦ୍ୟ ବ୍ୟବସାୟୀମାନଙ୍କୁ ଖାଦ୍ୟ ପ୍ୟାକେଜିଂ, ସ୍ୱଚ୍ଛତା ଓ ନିରାପଦ ଖାଦ୍ୟ ପରିଚାଳନା ସମ୍ପର୍କରେ ସଚେତନ କରାଯାଇଥିବା ବେଳେ ଖାଦ୍ୟ ଗୁଡ଼ାଇବା ପାଇଁ କାଗଜ କିମ୍ବା ଖବରକାଗଜ ବ୍ୟବହାର ନକରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଅଭିଯାନ ସମୟରେ ଖୋଲା ଓ ପ୍ୟାକେଜ୍ ହୋଇଥିବା ପନିରର ୧୮ଟି ନମୁନା ଉପରେ ଆୟୋଡିନ୍ ଦ୍ରବଣ ବ୍ୟବହାର କରି ଷ୍ଟାର୍ଚ୍ଚ ଚିହ୍ନଟ ପାଇଁ ଦ୍ରୁତ ପରୀକ୍ଷା କରାଯାଇଥିଲା। ପରୀକ୍ଷାରେ କୌଣସି ନମୁନାରେ ଷ୍ଟାର୍ଚ୍ଚ ଉପସ୍ଥିତିର ସକାରାତ୍ମକ ପ୍ରତିକ୍ରିୟା ମିଳିନଥିଲା।
ଆସନ୍ତା ପର୍ବପର୍ବାଣୀ ସମୟରେ ଦୁଗ୍ଧଜାତୀୟ ଉତ୍ପାଦ, ପନିର ଓ ବିଭିନ୍ନ ପ୍ରକାରର ମିଠା ଉପରେ ଅଧିକ ଗୁରୁତ୍ୱ ଦେଇ ଏହିପରି ଯାଞ୍ଚ ଓ ଦ୍ରୁତ ପରୀକ୍ଷା ଅଭିଯାନ ଜାରି ରହିବ ବୋଲି ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ କୁହାଯାଇଛି।
ଏହି ଯାଞ୍ଚ ଅଭିଯାନରେ ସନ୍ତୋଷ କୁମାର ମହାପାତ୍ର, ପଦସ୍ଥ ଅଧିକାରୀ, ଖାଦ୍ୟ ନିରାପତ୍ତା, କଳାହାଣ୍ଡି; ବିଶ୍ୱଜିତ ନାଏକ, ଖାଦ୍ୟ ନିରାପତ୍ତା ଅଧିକାରୀ, କଳାହାଣ୍ଡି; ସନ୍ତୋଷ କୁମାର ନାୟକ, ଏଏସ୍‌ଆଇ, ଟାଉନ୍ ଥାନା, ଭବାନୀପାଟଣା, ଏବଂ ଅନ୍ୟ ପୋଲିସ କର୍ମଚାରୀ ଓ ଖାଦ୍ୟ ନିରାପତ୍ତା ବିଭାଗର କର୍ମଚାରୀମାନେ ସାମିଲ ହୋଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Leave a Reply

Your email address will not be published. Required fields are marked *