ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଯୋଗଦେଲେ ଜିଲ୍ଲାପାଳ l
ସୁବର୍ଣ୍ଣପୁର —ଭାରତ ବିକାଶ ପରିଷଦ ସୋନପୁର ଶାଖାର ପର୍ଯ୍ୟାବରଣ ପ୍ରମୁଖ ଅରବିନ୍ଦ ସାହୁଙ୍କ ନେତୃତ୍ୱରେ ଓ ଓଡିଶା ପଶ୍ଚିମ ପ୍ରାନ୍ତ ମହାସଚିବ ଶ୍ରୀ ଦୁର୍ଯ୍ୟୋଧନ ସାହୁଙ୍କ ମାର୍ଗ ଦର୍ଶନରେ ତଥା ଶାଖାର ସମସ୍ତ ସକ୍ରିୟ ସଦସ୍ୟ/ସଦସ୍ୟା ଓ ମହିଳା କଲେଜ୍ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଛାତ୍ରୀ ଙ୍କ ସହଯୋଗରେ ଏକ ମେଗା ବୃକ୍ଷ ରୋପଣ କାର୍ଯକ୍ରମ ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ ନୂଆ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଏକ ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ )ଶ୍ରୀମତୀ ଅଞ୍ଜଳିନା ପ୍ରଧାନ , ଜିଲ୍ଲା ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡା, ସୋନପୁର ରେଞ୍ଜର ଶ୍ରୀ ସୁଭାଷ ଚନ୍ଦ୍ର ମହାପାତ୍ର , କଲେଜ୍ ଅଧ୍ୟକ୍ଷା ରୀତା ରାଣୀ ପୂଝାରୀ ଯୋଗଦେଇ ପରିବେଶ ସୁରକ୍ଷା ଦିଗରେ ଶୁଭେଛା ବାର୍ତ୍ତା ପ୍ରଦାନ କରିଥିଲେ ।
ଏହି ବୃକ୍ଷ ରୋପଣ କାର୍ଯ୍ଯ କ୍ରମରେ ସୋନପୁର ରେଞ୍ଜ ଅଫିସର ଶ୍ରୀ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୨୦୦ ଗୋଟି ବିଭିନ୍ନ ପ୍ରକାରର ବୃକ୍ଷ ଯଥା ଆମ୍ବ, ପଣସ, ଜାମୁ, ଓଉ, କୃଷ୍ଣଚୂଡ଼ା, ପିଜୁଳି, ଅମଲା, ଲେମ୍ବୁ ଇତ୍ୟାଦି ଔଷଧୀୟ ବୃକ୍ଷ ରୋପଣ କରାଯାଇଛି। ମହାବିଦ୍ୟାଳୟ ର ପ୍ରାୟ ଶହ ଶହ ଛାତ୍ରୀ, ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇ ମହାବିଦ୍ୟାଳୟ ପରିସରକୁ ସବୁଜ, ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ସଂକଳ୍ପ ନେଇଥିଲେ। ଆଗାମୀ ଦିନରେ ଏହି ଅନୁଷ୍ଠାନ ତଥା ସହର ର ବିଭିନ୍ନ ଜାଗାରେ ଏଭଳି ବୃକ୍ଷ ରୋପଣ କାର୍ଯ୍ଯକ୍ରମ ହାତକୁ ନିଆଯିବ ବୋଲି ଭାରତ ବିକାଶ ପରିଷଦର କୋଷାଧ୍ୟକ୍ଷ ଶ୍ରୀମତୀ ସୁନନ୍ଦା ସାହୁ ମତବ୍ୟକ୍ତ କରିଥିଲେ। ଅଧ୍ୟାପକ ମଦନ ସୁନ୍ଦର ଖେତି ଏହି ପରିବେଶ ସଚେତନତା ସଭା କୁ ସଂଯୋଜନା କରିଥିବାବେଳେ ଅଧ୍ୟାପିକା ତଥା ଭାରତ ବିକାଶ ପରିଷଦ ଉପଦେଷ୍ଟା କଳ୍ପନା ମିଶ୍ର ଧନ୍ଯବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ରୀତାରାଣୀ ପୂଜାରୀ, ଅଧ୍ୟାପକ କ୍ଷୀରୋଦ ମେହେର, ବରିଷ୍ଟ ସାମ୍ବାଦିକ ତଥା ସମାଜସେବୀ ମନୋରଞ୍ଜନ ତ୍ରିପାଠୀ ଛାତ୍ରୀ ମାନଙ୍କୁ ବୃକ୍ଷ ରୋପଣ କାର୍ଯ୍ଯ କ୍ରମ ରେ ଉତ୍ସାହିତ କରିଥିଲେ।ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
