August 22, 2026
Home » ଭିନ୍ନକ୍ଷମ ମାନଙ୍କ ଗୋଷ୍ଠୀ ଭିତ୍ତିକ ସାମଗ୍ରୀକ ବିକାଶ ଓ ଥଇଥାନ

ଭିନ୍ନକ୍ଷମ ମାନଙ୍କ ଗୋଷ୍ଠୀ ଭିତ୍ତିକ ସାମଗ୍ରୀକ ବିକାଶ ଓ ଥଇଥାନ

0
WhatsApp Image 2025-08-24 at 5.26.33 PM

,

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅଧନସ୍ତୁ ସମଲେଇଚୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟ ଶ୍ରେଣୀ କକ୍ଷରେ ଟାଟା ପାଓ୍ବାର ପଶ୍ଚିମ ଓଡିଶା ବିତରଣ ପ୍ରା.ଲି. ସହାୟତା ଏବଂ ରେଆର, ସୋନପୁର ପରିଚାଳନାରେ ୧୩ ଗୋଟି ପଞ୍ଚାୟତର ୩୮ ଟି ବିଦ୍ୟାଳୟର ଜଣେ ଲେଖାଏଁ ଶିକ୍ଷକ/ଶିକ୍ଷୟିତ୍ରୀ ସମସ୍ତ ବ୍ଳକ ସମ୍ବଳ ଶିକ୍ଷକ, ଅନ୍ତର୍ନିବେଶି ଶିକ୍ଷା, ସ୍ଵେଚ୍ଛାସେବୀ ମାନଙ୍କ ଉପସ୍ଥିତିରେ ଶିକ୍ଷକ ପରାମର୍ଶ ଏବଂ ଶ୍ରେଣୀ ପରିଚାଳନା ଶିବିର ଅନୁଷ୍ଠିତ ହୋଇ ଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସମଲେଇଚୂଆଁ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଲୋକନାଥ ମେହେର ଆସନ ଅଲଙ୍କୃତ କରି ଏହି ଶିବିରର ଲକ୍ଷ୍ୟ ଉଦ୍ଦେଶ୍ୟ ବିଷୟରେ ଅଲୋଚନା କରି ସମସ୍ତଙ୍କୁ ସକ୍ରିୟ ଅଂଶଗ୍ରହଣ କରିବା ପାଇଁ ଜଣାଇଥିଲେ । ସାଧନ କର୍ମୀ ତଥା ଅନ୍ତର୍ନିବେଶି ଶିକ୍ଷା ଭାରପ୍ରାପ୍ତ ସଂଯୋଜକ ଶ୍ରୀ ସଚ୍ଚିତାନନ୍ଦ ସାହୁ, ଅନ୍ତର୍ନିବେଶି ଶିକ୍ଷା, ତାହାର ପ୍ରାଧାନ୍ୟ, ମେକାନିଜମ, ଶ୍ରେଣୀ ପରିଚାଳନା ଓ ତାହାର ଆବଶ୍ୟକତା ଏବଂ ଯୋଜନା ବିଷୟରେ ଭିଜୁଆଲ ଓ ଉଦାହରଣ ମାଧ୍ୟମରେ ଦିଗ ଦର୍ଶନ ଦେଇଥିବା ବେଳେ ଭୌତିକ ଚିକିତ୍ସକ ଡାକ୍ତର ଅରୁପ କୁମାର ମେହେର ବିଭିନ୍ନ ଶ୍ରେଣୀର ଭିନ୍ନକ୍ଷମ ମାନଙ୍କ ଚିହ୍ନଟି କରଣ, ପ୍ରତିକାର ପ୍ରକ୍ରୀୟ. ଶିକ୍ଷା ପ୍ରଣାଳୀର ଆବଶ୍ୟକ ଓ ସହେଯାଗ ବିଷୟରେ ଉପସ୍ଥାପନା କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଭିନ୍ନକ୍ଷମ ଗୋଷ୍ଠିଭିତ୍ତିକ ସାମଗ୍ରୀକ ବିକାଶ ଓ ଥଇଥାନ, ଡୁଙ୍ଗୁରୀପାଲିର କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ମନଗଡ଼ୁ ଜୁଆଡି ଉପସ୍ଥିତ ସମସ୍ତଙ୍କୁ ସ୍ବାଗତ ଓ ଅଭିନନ୍ଦନ ସହ ଅତିଥି ପରିଚୟ ପ୍ରଦାନ କରି ପ୍ରକଳ୍ପର ଆଭିମୁଖ୍ୟ ଉପସ୍ଥାପନା କରିଥିଲେ । ରେଆର ର ପ୍ରୋଗ୍ରାମ ମେନେଜର ଶ୍ରୀ ମନୋଜ କୁମାର ସ୍ବାଇଁ ରେଆର ଅନୁଷ୍ଠାନର ବିଭିନ୍ନ ପ୍ରକଳ୍ପ ଓ ଆଭିମୁଖ୍ୟ ବିଷୟରେ ଉପସ୍ଥାପନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେଏବଂ ପ୍ରକଳ୍ପର ସି.ବି.ଆର. କର୍ମୀ ନବୀନ ବଗର୍ତୀ, ସମ୍ବିତ ନେଗୀ, ବିଭୁତି ଭୂଷଣ ଅମାତ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।