ମହାପ୍ରଭୁଙ୍କୁ ଦର୍ଶନ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ
।
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆର୍ଶୀବାଦ ଓ ଦର୍ଶନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବାପରେ ନୀତିନ ନବୀନଙ୍କ ଏହା ପ୍ରଥମ ଓଡିଶା ଗସ୍ତ। ସାଙ୍ଗରେ ଥିଲେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା,,ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ,,, ପୁରୀ ସାଂସଦ ସମ୍ବିତ ପାତ୍ର। କଡା ସୁରକ୍ଷା ମଧ୍ୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ତାଙ୍କୁ ପ୍ରଶାସନ,, ବିଜେପି ନେତୃବୃନ୍ଦ ଓ ସେବାୟତଙ୍କ ତରଫରୁ ସ୍ୱାଗତ କରାଯାଇ ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ। ଶ୍ରୀମନ୍ଦିର ଭିତରେ ପ୍ରାୟ ୩୦ ମିନିଟ୍ ସମୟ ଅତିବାହିତ କରି ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ଓ ଆର୍ଶୀବାଦ ନେବାସହ ପାର୍ଶ୍ୱଦେବାଦେବୀଙ୍କ ଦର୍ଶନ ମଧ୍ୟ କରିଥିଲେ। ତେବେ ମହାପ୍ରଭୁଙ୍କ ଦର୍ଶନ ସମୟରେ ନୀତିନ ନବୀନ ବେଶ୍ ଭାବବିହୋଳ ହୋଇପଡିଥିଲେ। ଦର୍ଶନ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ନୀତିନ ନବୀନ। ମହାପ୍ରଭୁଙ୍କ ଦର୍ଶନ କରି ସେ ବେଶ୍ ଖୁସି ପ୍ରକଟ କରିବା ସହ ତାଙ୍କ ଆର୍ଶୀବାଦ ନେଇଛନ୍ତି। ଦେଶର ତଥା ରାଜ୍ୟର ମଙ୍ଗଳ କାହନା କରିବା ସହ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ବାଜିମାତ୍ କରିଥିବାରୁ ସେ ମହାପ୍ରଭୁଙ୍କ ନିକଟରେ କୃତଞ୍ୟତା ଞାପନ କରିଥିଲେ। ପିଲାବେଳେ ଥରୁଟିଏ ସେ ଶ୍ରୀମନ୍ଦିର ଆସିଥିବା ବେଳେ ଆଜି ଦ୍ୱିତୀୟ ଥର ପାଇଁ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଆର୍ଶୀବାଦ ଓ ଦର୍ଶନ କରିଥିବା କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ଶ୍ରୀମନ୍ଦିରରୁ ପ୍ରତ୍ୟାବର୍ତ୍ତନ କରିବା ସମୟରେ ବ୍ୟାରିକେଡ୍ ରେ ରହିଥିବା ଭକ୍ତ ଶ୍ରଦ୍ଧାଳୁଙ୍କୁ ଉଭୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ହାତ ହଲାଇ ଅଭିଵାଦନ ଜଣାଇଥିଲେ। ଏହାପରେ ସମସ୍ତେ ସିଧାସଳଖ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ପୁରୀସ୍ଥିତ ବାସଭବନକୁ ଯାଇ ମହାପ୍ରସାଦ ସେବନ କରି ଭୁବନେଶ୍ୱର ଫେରିଯାଇଥିବା ଜଣାପଡ଼ିଛି।
