August 22, 2026
Home » ମହିମା” ସୁବର୍ଣ୍ଣପୁର ଲୋକ ମହୋତ୍ସବ ରେ ଜିଲ୍ଲାର କୁଟୀର ଶିଳ୍ପର ସ୍ଥିତି ଓ ସମ୍ଭାବନା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

ମହିମା” ସୁବର୍ଣ୍ଣପୁର ଲୋକ ମହୋତ୍ସବ ରେ ଜିଲ୍ଲାର କୁଟୀର ଶିଳ୍ପର ସ୍ଥିତି ଓ ସମ୍ଭାବନା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

0
WhatsApp Image 2026-01-09 at 5.13.28 PM

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ରାମେଶ୍ବର ଷ୍ଟାଡିୟମ୍ ଠାରେ “ମହିମା” ସୁବର୍ଣ୍ଣପୁର ଲୋକ ମହୋତ୍ସବ ଏବଂ ରାଜ୍ୟ ସ୍ତରୀୟ ପଲ୍ଲିଶ୍ରୀ ମେଳା – ୨୦୨୬ ର ତୃତୀୟ ଦିବସ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର କୁଟୀର ଶିଳ୍ପର ସ୍ଥିତି ଓ ସମ୍ଭାବନା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରର ସଭାପତି ଶ୍ରୀ ସୌରଭ ରଞ୍ଜନ ଖମାରୀ ପଲ୍ଲୀଶ୍ରୀ ମେଳାର ଦ୍ୱିତୀୟ ଆଲୋଚନା ଚକ୍ର ଆୟୋଜନ କରିଥିଲେ । ଏହି ଆଲୋଚନା ଚକ୍ରରେ “ସୁବର୍ଣ୍ଣପୁରର କୁଟୀର ଶିଳ୍ପ: ସ୍ଥିତି ଓ ସମ୍ଭାବନା” ବିଷୟବସ୍ତୁ ଉପରେ ଉପସ୍ଥିତ ଅତିଥି, ଅଂଶଗ୍ରହଣକାରୀ ଓ ଆୟୋଜକମାନେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହି
ଆଲୋଚନା ଚକ୍ରରେ ଅତିଥି ଭାବେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପ୍ରବନ୍ଧକ ଶ୍ରୀ ରମେଶ କୁମାର ପଟେଲ ଉପସ୍ଥିତ ଥିଲେ। ମୁଖ୍ୟ ବକ୍ତା ଭାବେ ବୀରମହାରାଜପୁର ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପିକା ଓ ମୃତ୍ତିକା ଗବେଷକ ଡ଼. ବନ୍ଦିତା ବିଶ୍ୱାଳ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ସଂଯୋଜନା ଦେବାଶିଷ ପଧାନ କରିଥିଲେ। ଏହା ସହିତ ଜିଲ୍ଲା ହସ୍ତଶିଳ୍ପ ସହାୟକ ନିର୍ଦ୍ଦେଶକ ଶ୍ରୀ ବନମାଳୀ ଟୋପୋ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ଶ୍ରୀ ଗତିକୃଷ୍ଣ ମିଶ୍ର ପ୍ରମୁଖ ଏହି ଆଲୋଚନା ଚକ୍ରରେ ଯୋଗ ଦେଇଥିଲେ। ମୃତ୍ତିକାର ବ୍ୟବହାର ପୁରାତନ ଯୁଗରୁ ହେଉଥିବା ପ୍ରମାଣ ମିଳୁଥିବା କଥା ଡ଼. ବନ୍ଦିତା ବିଶ୍ୱାଳ କହିଥିଲେ। ସୁବର୍ଣ୍ଣପୁର ଜିଲ୍ଲାରେ ମୃତ୍ତିକା ଶିଳ୍ପର ବ୍ୟବହାର ଧାର୍ମିକ ପର୍ବପର୍ବାଣୀ ସହ ଜଡିତ ରହିଛି। ଲଙ୍କାପୋଡି ସମୟରେ ମାଟିର ହନୁମାନ ତିଆରି କରିବା ଏହାର ଏକ ଉଦାହରଣ ଅଟେ। ପୁରାତନ ଯୁଗରେ ସୁବର୍ଣ୍ଣପୁରର ବିଭିନ୍ନ ଅଞ୍ଚଳରେ ମାଟିର ମୂର୍ତ୍ତି ବ୍ୟବହାର ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିବା ସେ କହିଥିଲେ। କୁଇବାହାଲର ମୃତ୍ତିକା ବାହାର ରାଜ୍ୟ ଓ ଦେଶକୁ ରପ୍ତାନୀ ହେଉଥିବା ସହ ଏକ କିଲୋଗ୍ରାମ ମୃତ୍ତିକା ୩୦୦ ଟଙ୍କାରେ ବିକ୍ରି ହେଉଥିବା ବିଷୟରେ ସେ ଅବଗତ କରାଇଥିଲେ। ମୃତ୍ତିକା ଶିଳ୍ପ ଉତ୍ପାଦ ଘର ସୌନ୍ଦର୍ଯ୍ୟକରଣ ଉପାଦାନ, ଗୃହ ଉପକରଣ ଓ ଅଳଙ୍କାର ତିଆରିରେ ବ୍ୟବହୃତ ହେଉଛି। ପରିବେଶ ମିତ୍ର ହେବା ସହ ଏହାର ଉପକରଣ ଶରୀର ପାଇଁ ଉପକାରୀ ବୋଲି ଡ଼. ବିଶ୍ୱାଳ କହିଥିଲେ।
ସରକାରୀ ସ୍ତରରେ ମୃତ୍ତିକା ଶିଳ୍ପକୁ ଏକ ଉଦ୍ୟୋଗ ଭାବେ ବିକାଶ କରିବା ପାଇଁ ପ୍ରୟାସ ଚାଲିଥିବା କଥା ଉଲ୍ଲେଖ କରାଯାଇଥିଲା। ଜିଲ୍ଲା ହସ୍ତଶିଳ୍ପ ସହାୟକ ନିର୍ଦେଶକ ଶ୍ରୀ ବନମାଳୀ ଟୋପୋ ସରକାରୀ ସ୍ତରରେ ଚିହ୍ନିତ 64 ହସ୍ତଶିଳ୍ପ ପାଇଁ ଦିଆଯାଉଥିବା ତାଲିମ, ସହାୟକ ରାଶି ଓ ନିଃଶୁଳ୍କ ଉପକରଣ ବିଷୟରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ସେଥିସହ ମୃତ୍ତିକା, ଚାନ୍ଦୁଆ, ତାରକସି, ବାଉଁଶ, ଚାଉଳ ତିଆରି ଘର କରଣା ଓ ବୟନ ଶିଳ୍ପକୁ ଡିଜିଟାଲ ବଜାରରେ କିପରି ବିକ୍ରୟ କରାଯାଇପାରିବ ସେଥିପ୍ରତି ସରକାର ଗୁରୁତ୍ୱ ଦେଉଥିବା କଥା ଉଲ୍ଲେଖ କରିଥିଲେ।
ପରିଶେଷରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରେ ସଂସ୍କୃତି ଗବେଷକ ଓ ଶିକ୍ଷକ ଶ୍ରୀ ଅନିରୁଦ୍ଧ କୁରକୁରିଆ ଧନ୍ୟବାଦ ଜ୍ଞାପନ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।