ମୁନୁପାଲି ସର୍କଲ ନୂତନ ଗୁଡି କମିଟି ଗଠନ : ସଭାରେ ହେଲା ବିଭିନ୍ନ ଆଲୋଚନା
ବରଗଡ/ବରପାଲି : ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ମୁନୁପାଲି କଲ୍ୟାଣ ମଣ୍ଡପ ଠାରେ ଗୋଁଣ୍ଡ ସମାଜର ନୂତନ ଜିଲ୍ଲା କମିଟି ଆନୁକୂଲ୍ୟରେ ମୁନୁପାଲି ସର୍କଲର ଆୟୋଜନ ତଥା ଟାଏଚୁନ ଧରୁଆ ଓ ବୈଦ୍ୟନାଥ ଭୁଏଙ୍କ ନେତୃତ୍ବରେ ଏକ ସଭାରେ ମୁନୁପାଲି ସର୍କଲର ନୂତନ ଗୁଡି କମିଟି ଗଠିତ ହୋଇଯାଇଛି । ଗୋଁଣ୍ଡ ସମାଜ ନୂତନ ଜିଲ୍ଲା କମିଟି ସଭାପତି ସରୋଜ ଧରୁଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ଜିଲ୍ଲା କମିଟି ତରଫରୁ ମହାସଚିବ କ୍ଷମାନିଧି ଦଳପତି ଉପସ୍ଥିତ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ବାବୁଲାଲ ଧରୁଆ, ଡୋଲାମଣି ଧରୁଆ, ତରଣି ଛତ୍ରିଆ, ସୁରଥ ଧରୁଆ, ବୈଦ୍ୟନାଥ ଧରୁଆଙ୍କ ସମେତ ସମାଜର ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଗଣ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତବ୍ୟକ୍ତ କରିଥିଲେ ।


ଜିଲ୍ଲା କମିଟି ମହାସଚିବ ସାନନ୍ଦ ମାଝୀ ସଭା ପରିଚାଳନା ଦାୟୀତ୍ବ ତୁଳାଇଥିବା ବେଳେ ସଭାରେ ଜିଲ୍ଲା କମିଟି ସଭ୍ୟଙ୍କ ସମେତ ୧୧ ଗୋଟି ସର୍କଲର ସଭ୍ୟ/ସଭ୍ୟା, ୫ ଗୋଟି ବ୍ଲକର ସଭାପତି, ସମ୍ପାଦକ ଆଦି ଉପସ୍ଥିତ ଥିଲେ । ପ୍ରଥମେ ସମାଜର ଈଷ୍ଟଦେବ ବୁଢାଦେଓଙ୍କ ଯଥା ବିଧି ପୂଜାର୍ଚ୍ଚନା ପରେ ସଭା ଆରମ୍ଭ ହୋଇଥିଲା । ସଦାନନ୍ଦ ଧରୁଆ ଅତିଥି ସ୍ବାଗତ କରିଥିବା ବେଳେ ଶତୃଘନ ଧରୁଆ ସେମାନଙ୍କର ପରିଚୟ ପ୍ରଦାନ କରିଥିଲେ । ସଭାରେ ସମସ୍ତ ଅତିଥିଙ୍କ ସମେତ ସମାଜର ବିଶିଷ୍ଟ ବୟୋଜ୍ୟେଷ୍ଠ ବ୍ୟକ୍ତି ମାନଙ୍କୁ ପୁଷ୍ପମାଲ୍ୟ, ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ମୁନୁପାଲି ସର୍କଲ ଗୁଡି କମିଟି ଗଠନ କରାଯାଇଥିବା ବେଳେ ସଭାପତି ଭାବେ ବୈଦ୍ୟନାଥ ଭୁଏ, ଊପ-ସଭାନେତ୍ରୀ ପଷ୍ପାଞ୍ଜଳୀ ଛତ୍ରିଆ, ମହାସଚିବ ତୁଳାଧର ଭୋଇ, କୋଷାଧ୍ୟକ୍ଷ ଗୋପାଳ ରାଏ, ସଚିବ ଶେଷଦେବ ରାଏ, ପ୍ରଚାର ସଚିବ ତୀର୍ଥ ଭୋଇ ଓ କାର୍ଯ୍ୟକାରୀ ସଦସ୍ୟ ଭାବେ ଟିକିଲାଲ ଭିତିରିଆ, ରୂପ ଧରୁଆ, ବିରଞ୍ଚି ରାଏ ଓ ଲିଙ୍ଗରାଜ ଧରୁଆଙ୍କୁ ଚୟନ କରାଯାଇଥିଲା ।


ସେହିପରି ଜିଲ୍ଲା ଉପଦେଷ୍ଟା କମିଟି ପାଇଁ ସଦାନନ୍ଦ ଧରୁଆ, ପ୍ରସନ୍ନ ଧରୁଆ, ସୁରତ ଧରୁଆ, ବେଣୁ ଭୋଇ, ସୋରାଙ୍ଗ ଧରୁଆ, ସୁବାସ ଧରୁଆ, ତରଣି ଛତ୍ରିଆ, ବୈଦ୍ୟନାଥ ଧରୁଆ, କାର୍ତ୍ତିକ ରାଏ (ମୁନୁପାଲି), କାର୍ତ୍ତିକ ରାଏ(ରକ୍ସା), ବାବୁଲାଲ ଧରୁଆ, ମଙ୍ଗଳ ସିଂ ସିରଦାର ପ୍ରମୁଖ ୧୨ ଜଣଙ୍କୁ ମନୋନୟନ କରାଯାଇଥିଲା ଏବଂ ସମସ୍ତଙ୍କୁ ନିସ୍ବାର୍ଥପର, ନିରପେକ୍ଷ କାର୍ଯ୍ୟ କରିବା ପାଇଁ ଶପଥପାଠ କରାଯାଇଥିଲା । ଶିକ୍ଷା, ସ୍ବାସ୍ଥ୍ୟ, ସାମାଜିକ ବିକାଶ, ବିଭିନ୍ନ ସମସ୍ୟା, ଆତ୍ମସମ୍ମାନ, ସମାଜର ମେଧାବୀ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ନିମନ୍ତେ ସହଯୋଗ ପାଇଁ ଆଗାମୀ ଦିନରେ ତତ୍ପର ରହି କାମ କରିବା ପାଇଁ ଆଲୋଚନା କରାଯାଇଥିବା ବେଳେ ନିସ୍ବାର୍ଥପର, ନିରପେକ୍ଷ ଓ ଉପଯୁକ୍ତ ପଦକ୍ଷେପ ଦ୍ବାରା ସମାଜର ବିକାଶ ସୁନିଶ୍ଚିତ ବୋଲି ମତପ୍ରକାଶ ପାଇଥିଲା । ଖାଦ୍ୟ ବିରତି ପରେ ଗୋଁଣ୍ଡ ସମାଜର ବିଭିନ୍ନ ଦିଗ ତଥା ସମସ୍ୟା ବିଷୟରେ ବିଷଦ ଆଲୋଚନା ପରେ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା ।
ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.
