August 20, 2026
Home » ରଥ ନିର୍ମାଣ କୁ ନେଇ ରଥ ଖଳା ଚଳଚଞ୍ଚଳ

ରଥ ନିର୍ମାଣ କୁ ନେଇ ରଥ ଖଳା ଚଳଚଞ୍ଚଳ

0
WhatsApp Image 2026-05-28 at 5.06.49 PM

ରଥ ନିର୍ମାଣ କୁ ନେଇ ରଥ ଖଳା ଚଳଚଞ୍ଚଳ।ତିନିରଥ ର ପାଞ୍ଚଦଣ୍ଡା ର ନିର୍ମାଣ କାର୍ଯ୍ୟ ସହ ମୁଖ ସାଲ ଶେଷ ହୋଇଛି। ମୁଖ୍ୟ ମହାରଣାଙ୍କ ତଦାରଖରେ ଶେଷ ହୋଇଛି ତିନିରଥର ପାଞ୍ଚଦଣ୍ଡା ର ଚଉପଟ କାର୍ଯ୍ୟ।ଏଥି ସହ ଦଣ୍ଡା ଗୁଡ଼ିକର ଉଭୟ ପାର୍ଶ୍ୱ ର ସାଲ କାର୍ଯ୍ୟ ମଧ୍ୟ ଶେଷ ହୋଇଛି । ଦଣ୍ଡା ଫ୍ରେମ୍ ପ୍ରସ୍ତୁତି ପାଇଁ ପାଞ୍ଚ ଦଣ୍ଡାର ଉଭୟ ପାର୍ଶ୍ୱରେ ସଂଯୋଗ ହୋଇଛି ମୁହାଁଟ। ତିନିରଥର ଏହି ୨୦ ଫୁଟିଆ ମୁହାଁଟ ର ନିର୍ମାଣ କାର୍ଯ୍ୟ ଶେଷ ହୋଇ ରଥ ଖଳାରେ ସାଇତା ଯାଇଛି।ଏଥିସହ ତିନିରଥର ପାର୍ଶ୍ୱ ଦଣ୍ଡା ଗୁଡ଼ିକର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପାଞ୍ଚ ଦଣ୍ଡାର ଉଭୟ ପାର୍ଶ୍ୱରେ କୁଡ଼ୁକା ଦ୍ୱାରା ସଂଯୋଗ ହୋଇଚି ପାର୍ଶ୍ୱ ଦଣ୍ଡା।ଦର୍ପଦଳନ ରଥର ପାଞ୍ଚ ଦଣ୍ଡା ସହ ଦୁଇ ପାର୍ଶ୍ୱରେ ଗୋଟିଏ ଗୋଟିଏ ଦଣ୍ଡାକୁ ମିଶାଇ ୭ ଗୋଟି ଦଣ୍ଡା ଲାଗୁଥିବା ବେଳେ ତଳଧ୍ଵଜା ରଥ ଏବଂ ନନ୍ଦିଘୋଷ ରଥର ପାଞ୍ଚ ଦଣ୍ଡା ସହ ଉଭୟ ପଟରେ ଦୁଇଟି ଲେଖାଏଁ ପାର୍ଶ୍ୱ ଦଣ୍ଡାକୁ ମିଶାଇ ମୋଟ ୯ ଗୋଟି ଲେଖାଏଁ ଦଣ୍ଡା ସଂଯୋଗ ହୋଇ ଫ୍ରେମ୍ ପ୍ରସ୍ତୁତ କରାଯାଇଛି।ରୂପକାର ସେବକ ମାନେ ତିନିରଥର ୩୩ ଗୋଟି ସାଲ ଗୁଜର ରୂପ ଖୋଦେଇ ସହ ରୂପ ଗୁଡ଼ିକର ଅଳଙ୍କାର ପକା କାର୍ଯ୍ୟ ସହ ପଲିସ୍ କାର୍ଯ୍ୟ ଶେଷ କରି ତିନିରଥର ୮ ଟି ଲେଖାଏଁ ତୀଖ ଗୁଜ ରେ ସିଂହ ବିରଳ ରୂପ ଖୋଦେଇ ଶେଷ କରି ରୂପ ଗୁଡିକରେ ଅଳଙ୍କାର ପକା କାର୍ଯ୍ୟ ସହ ପଲିସ୍ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

 

ତିନିରଥର କରତି ସେବକ ମାନେ ତାଳଧ୍ଵଜ ରଥର ପୋଲ ଗୟଳ ର ଚିରଟ କାର୍ଯ୍ୟ ଶେଷ କରି ନନ୍ଦିଘୋଷ ରଥ ୪୦ ଫୁଟିଆ ପୋଲ ଗୟଳ ର ଚିତା କାର୍ଯ୍ୟ ପରେ ଚିରଟ କାର୍ଯ୍ୟ ଶେଷ କରି ଆଜି ଦର୍ପଦଳନ ରଥ ୪୦ ଫୁଟିଆ ପୋଲ ଗୟଳ ର ଚିରଟ କାର୍ଯ୍ୟ ପୂର୍ବରୁ ଉଭୟ ପାର୍ଶ୍ୱକୁ ବାରିସିରେ ହାଣି ସମତଳ ବା ଚିତା କାର୍ଯ୍ୟ ଜାରୀ ରଖିଛନ୍ତି।ଦୋଳ ବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ତିନି ରଥର ଦଣ୍ଡା କଣ୍ଟା ସହ ଗରଗରା କଣ୍ଟା ନିର୍ମାଣ ଶେଷ କରି ୧୬ ଏମ୍ ଏମ୍ ସାଇଜ ର ଚାନ୍ଦା ଗୟଳ କଣ୍ଟା ଏବଂ ବଡ଼ ଥଳ ଗୟଳ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।ଦୋଳବେଦୀ ଠାରେ ପାହି ମହାରଣା ମାନେ ଅଣସର ତଥା ରଥଯାତ୍ରାରେ ସେବା ନୀତି ପାଇଁ କୂରୁମ ପିଢ଼ା, ସୁଦ୍ଧା ସୁଆର ପିଢ଼ା, ବନକ ପିଢ଼ା, ରୁଖା, ଭେଟ ବାକ୍ସ ପାଇଁ ଟେବୁଲ୍ ଷ୍ଟାଣ୍ଡ କାଠ ନିର୍ମିତ ସରଞ୍ଜାମ ମାନ ପ୍ରସ୍ତୁତ ଜାରୀ ରଖିଛନ୍ତି।

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।