May 2, 2026
Home » ରଥଖଳା:ରଥ ନିର୍ମାଣ କାର୍ଯ୍ୟ ଦଶମ ଦିବସ

ରଥଖଳା:ରଥ ନିର୍ମାଣ କାର୍ଯ୍ୟ ଦଶମ ଦିବସ

0
WhatsApp Image 2026-05-01 at 5.59.32 AM (1)

ରଥ ନିର୍ମାଣକାରୀଙ୍କ ଉପସ୍ଥାନ
*ତିନିରଥ ମହାରଣା ସେବକ – ୬ ୭*ତିନିରଥ କରତୀ ସେବକ – ୪*ତିନିରଥ ଓଝା କମାର ସେବକ – ୧୫*ତିନିରଥ ରୂପକାର ସେବକ – ୨୦
*ତିନିରଥ ଭୋଇ ସେବକ – ୫୭*ରଥ ଖଳା ସହାୟକ(ପାଣି ବାଲା) ୧ମୋଟ – ୧୬୪ ଜଣରଥ ନିର୍ମାଣ ଅଗ୍ରଗତି ରଥ ନିର୍ମାଣର ଏକାଦଶ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟିକା ପୂର୍ବରୁ ରଥ ଖଳା ଠାରେ ଉପସ୍ଥିତ ହୋଇ ଦୈନନ୍ଦିନ ପ୍ରକାରେ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନ ରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।ପବିତ୍ର ଶ୍ରୀନୃସିଂହ ଚତୁର୍ଦ୍ଦଶୀରେ ଗୁଜ ଅନୁକୂଳ ପୂଜା ସମ୍ପନ୍ନ
ଆଜି ପବିତ୍ର ଶ୍ରୀନୃସିଂହ ଚତୁର୍ଦ୍ଦଶୀ ଜନ୍ମ ତିଥିରେ ରଥ ଖଳା ଠାରେ ତିନି ରଥର ଗୁଜ, ଅର ଏବଂ ତୁମ୍ବରେ ଅର ସଂଯୋଗ ଅନୁକୂଳ ପୂଜା ବିଧିମତେ ପାଳିତ ହୋଇଅଛି।

ଏଥିସହ ଚକ ନିର୍ମାଣ ପାଇଁ ତୁମ୍ବ ରେ ଅର ଭୁଜା ଯାଇ ଅର ରେ କଣ୍ଟା ବାଦିଆ ବା ସିଙ୍ଗଡ଼ା ବାଡିଆ କାର୍ଯ୍ୟ ନିମନ୍ତେ ଭୋଇ ସର୍ଦ୍ଦାର ରବି ଭୋଇ ,କାର୍ତ୍ତିକ ଭୋଇ ଙ୍କ ନେତୃତ୍ବରେ ଭୋଇ ସେବକ ମାନେ ଆଜି ରଥ ଖଳା ସମ୍ମୁଖ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଯନ୍ତାଗାଡ ପ୍ରସ୍ତୁତି କାର୍ଯ୍ୟ ଶେଷ କରିଛନ୍ତି।ଏହି ପବିତ୍ର ଦିନର ନିର୍ମାଣ କାର୍ଯ୍ୟ ଅଗ୍ରଗତି ପାଇଁ ପୂର୍ବଦିନ ରୁ ରଥ ଅମୀନ ସାଲ ଗୁଜ, କୁଡ଼ୁକା ଏବଂ ଜଳ ଯନ୍ତ୍ର ନିର୍ମାଣ ନିମନ୍ତେ ଚଉପଟ ପାଇଁ ତିନି ରଥ ଚାଳି କୁ ପ୍ରଥମ ପର୍ଯ୍ୟାୟରେ ୮ ଟି ଲେଖାଏଁ ୧୨ ଫୁଟିଆ ଧଉରା ଏବଂ ଅସନ କାଠ ଯୋଗାଇ ଦେଇଥିଲେ ସକାଳ ଘ.୮.୩୦ ରେ ତିନି ରଥର ମୁଖ୍ୟ ମହାରଣା ମାନେ ନିର୍ମାଣ ଉଦ୍ଦିଷ୍ଟ କାଠରେ ମହାପ୍ରଭୁଙ୍କ ମାହାରଦ ରଖି ନଡ଼ିଆ ବାଡେଇ ଅନୁକୂଳ ପୂଜା ସାରିବା ପରେ ତିନି ରଥର ସାଥୀ ମହାରଣା ସେବକ ମାନେ ସାଲ ଗୁଜ କାଠ,ଜଳାଜନ୍ତ୍ର ଚଉପଟ କରିବାସହ ଅର ପଟା କୁ ମାପ ପ୍ରକାରେ କାଟି ତାର ମୁଖକୁ ସାଲ କରି ସାଇତି ରଖିଥିଲେ ।ଶ୍ରୀମନ୍ଦିରରୁ ଚନ୍ଦନ ଠାକୁର ବିଜେ ହୋଇ ରଥ ଖଳା ନିକଟରେ ପହଁଚିବା କ୍ଷଣି ତିନି ରଥର ରୂପକାର ସେବକ ମାନେ ଚଉପଟ ସାଲଗୁଜ ରେ ଶ୍ରୀନୃସିଂହ ଦେବଙ୍କ ରୂପ ଅଙ୍କନ କରି ମାହାରଦ ରଖି ନଡିଆ ବାଡେଇ ପୂଜା ସହ ରୂପ ଖୋଦେଇ ଅନୁକୂଳ କାର୍ଯ୍ୟ ପରମ୍ପରା ପ୍ରକାରେ ସମ୍ପନ୍ନ କରିଛନ୍ତି।କମାର ଶାଳ
ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ତିନି ରଥର ଚକା ଡେରା ନୀତି ପାଇଁ ଆବଶ୍ୟକୀୟ ପନ୍ଦାରି, ବଳା, ଏବଂ ଅର କଣ୍ଟା ନିର୍ମାଣ ଶେଷ କରି ବାକି ରଥ ଚକ ଗୁଡ଼ିକ ପାଇଁ ଆବଶ୍ୟକ ପରିମାଣ ବଳା, ପନ୍ଦାରି ଏବଂ ଅର କଣ୍ଟା ପ୍ରସ୍ତୁତି ଜାରୀ ରଖିଛନ୍ତି।

Leave a Reply

Your email address will not be published. Required fields are marked *