ଶାନ୍ତିର ସହ ଶାନ୍ତି ଅନୁଷ୍ଠାନର ରୋଡ଼ ଫୁଡ ପର୍ବର ଉଜାପନୀ ଦିବସ ପାଳିତ
ଶ୍ରୀକ୍ଷେତ୍ରରେ ବାରମାସରେ ତେରପର୍ବ ପାଳିତ ହୁଏ ସେଥିମଧ୍ୟରୁ ସହରରେ ମଧ୍ୟ୍ୟ କେତକ ପର୍ବ ନିଆରା ଢଙ୍ଗରେ ପାଳିତ ହୋଇଥାଏ, ସହରର ଏକ ପ୍ରମୁଖ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ଶାନ୍ତି” ପକ୍ଷରୁ ମହାପ୍ରଭୁଙ୍କ ଓଢଣ ଷଷ୍ଠୀ ଠାରୁ ଘୋଡଲାଗି ଅନୁଷ୍ଠିତ ହୋଇଥାଏ, ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ପ୍ରତ୍ୟହ ବିଭିର୍ଣ୍ଣ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଆବାଳ ବୃଦ୍ଧବନିତାକୁ ବିତରଣ କରାଯାଇଥାଏ,

ଏଇପ୍ରକାର ଉତ୍ସବ ଦୀର୍ଘ 59ଦିନ ପର୍ଯ୍ୟନ୍ତ ଚାଲିଥିବା ଉତ୍ସବର ଆଜି ଥିଲା ଉଜାପନୀ ଦିବସ, ଆଜିର ଦିବସରେ ଅନୁଷ୍ଠାନ ପକ୍ଷରୁ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ଶହଶହ ଶ୍ରଦ୍ଧାଳୁଙ୍କୁ ବିତରଣ କରାଯାଇଥିଲା, ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଯେଉଁମାନଙ୍କର ଉଦ୍ଧ୍ୟମ ପ୍ରଶଂସନିଅ ସେମାନଙ୍କ ମଧ୍ୟରୁ ପଦ୍ମ ନାଭ ତ୍ରିପାଠୀ, ପୁଷ୍ପ ଜିତ ମହାପାତ୍ର, ପୂର୍ଣ ଚନ୍ଦ୍ର ସାମନ୍ତରା, କାଶୀନାଥ ସୁବୁଦ୍ଧି, ପୀତବାସ ସାହୁ, ଦୁର୍ଗା ଚାରଣ ଦଳେଇ, ବୈଦ୍ୟନାଥ ମହାପାତ୍ର, ମନୋରଞ୍ଜନ ସିଂହାରୀ ପ୍ରମୁଖଙ୍କ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ସମାପନ ହୋଇଥିଲା l

ମହାପ୍ରଭୁ ଜଗନ୍ନାଥଙ୍କର ଘୋଡଓଲାଗି ପର୍ବ ଥିଲା ଏବଂ ମାତା ସରସ୍ବତୀଙ୍କ ପୂଜା ଥିଲା l
