June 29, 2026
Home » ଶିଶୁ କଲ୍ୟାଣ ସମିତି ର ନୂତନ ସରକାରୀ ଭବନ ଉଦଘାଟିତ

ଶିଶୁ କଲ୍ୟାଣ ସମିତି ର ନୂତନ ସରକାରୀ ଭବନ ଉଦଘାଟିତ

0
WhatsApp Image 2026-06-29 at 1.42.31 PM

ଦୀର୍ଘ ୧୩ ବର୍ଷ ପରେ ଶିଶୁ କଲ୍ୟାଣ ସମିତି କୁ ମିଳିଲା ନିଜସ୍ୱ ସରକାରୀ ଭବନ

ସୁବର୍ଣ୍ଣପୁର —-ଦୀର୍ଘ ୧୩ ବର୍ଷର ପ୍ରତୀକ୍ଷା ପରେ ଶିଶୁ କଲ୍ୟାଣ ସମିତି ସୁବର୍ଣ୍ଣପୁର ର ନୂତନ ସରକାରୀ କାର୍ଯ୍ୟାଳୟ ଭବନ ଉଦଘାଟିତ ହୋଇଛି l ନୂତନ କାର୍ଯ୍ୟାଳୟ ଦ୍ୱାରା ଶିଶୁ ମାନଙ୍କ ସୁରକ୍ଷା,ଯତ୍ନ ଓ ପୁନର୍ବାସ ସମ୍ବନ୍ଧୀୟ କାର୍ଯ୍ୟ ଅଧିକ ସୁବିଧାଜନକ ଓ ସୁଚାରୁ ଭାବେ ସମ୍ପାଦିତ ହୋଇ ପାରିବ lଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସୁବର୍ଣ୍ଣପୁର ଡା. ନୃପରାଜ ସାହୁ ନାଲି ଫିତା କାଟି କାର୍ଯ୍ୟାଳୟ କୁ ଉଦଘାଟନ କରିଥଲେ l ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନେ ହେଲେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସ, ଶିଶୁ କଲ୍ୟାଣ ସମିତିର ପୂର୍ବତନ ଶିଶୁ ସଭ୍ୟ ରାଧେଶ୍ୟାମ ପଣ୍ଡା , ଶାନ୍ତନୁ କୁମାର କର୍ଣ୍ଣ,ହେମନ୍ତ କୁମାର ସା,ଦିଲ୍ଲୀପ କୁମାର ମୁଖୀ, ସାମାଜିକ କର୍ମୀ ଗୋବିନ୍ଦ ମହାରଣା, ସଖୀ,ଉତ୍କଳ ବାଳାଶ୍ରମ ର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ l ନୂତନ କାର୍ଯ୍ୟାଳୟ ଭବନ ଶିଶୁ ସୁରକ୍ଷା ଦିଗରେ ଏକ ନୂଆ ପଦକ୍ଷେପ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ lଏହି ନୂତନ ସରକାରୀ କାର୍ଯ୍ୟାଳୟ ପାଇଁ ନୂତନ ଭାବେ ନିଯୁକ୍ତ ହୋଇଥିବା ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷା ଲୀନା ବାବୁ, ସଦସ୍ୟା ଅଞ୍ଜଳି ନେଗି, ରଞ୍ଜିତା ସାହୁ, ସଦସ୍ୟ କେଶବ ଚନ୍ଦ୍ର ମେହେର ଓ ବ୍ରଜେନ୍ଦ୍ର କୁମାର୍ ବିଶି ସମସ୍ତେ ମିଶି ଜିଲ୍ଲାପାଳ ମହୋଦୟଙ୍କୁ ଲିଖିତ ଭାବେ ଜଣାଇ ଥିଲେ ଏବଂ ପରବର୍ତ୍ତୀ ସମୟରେ ଜିଲ୍ଲାପାଳ ମହୋଦୟ ସମିତିର ଅଭିଯୋଗକୁ କଥା ରଖି ତାଙ୍କର ପ୍ରଚେଷ୍ଟା ଫଳରେ ଉକ୍ତ କାର୍ଯ୍ୟାଳୟ କୁ ମଞ୍ଜୁର କରିଥିଲେ lପୂର୍ବରୁ ଭଡ଼ା ଘରେ କାର୍ଯ୍ୟାଳୟ ଚାଲୁ ଥିବାରୁ ବିଭିନ୍ନ ସମସ୍ୟା ଦେଖା ଦେଇ ଥିଲା l ନୂତନ ସରକାରୀ ଭବନ ମିଳିବା ପରେ ଶିଶୁ ମାନଙ୍କ ହିତରେ ଶୁଣାଣି ଓ ଅନ୍ୟାନ୍ୟ କାର୍ଯ୍ୟ ଆହୁରି ଭଲ ଭାବରେ ହୋଇପାରିବ l ଏହି କାର୍ଯ୍ୟକ୍ରମ କୁ ଶିଶୁ କଲ୍ୟାଣ ସମିତିର ସମସ୍ତ ସଭ୍ୟ ଓ ସଭ୍ୟା ସମ୍ପାଦନ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *