August 26, 2025
Home » ଶ୍ରୀ ମନ୍ଦିର ରେ ଆତଙ୍କବାଦୀ ଆକ୍ରମଣ ନେଇ ଧମକ ପୂର୍ଣ୍ଣ ଲେଖା ଘଟଣା

ଶ୍ରୀ ମନ୍ଦିର ରେ ଆତଙ୍କବାଦୀ ଆକ୍ରମଣ ନେଇ ଧମକ ପୂର୍ଣ୍ଣ ଲେଖା ଘଟଣା

0
WhatsApp Image 2025-08-13 at 9.33.46 PM (1)

ଶ୍ରୀ ମନ୍ଦିର ପରିକ୍ରମା ମାର୍ଗ ନିକଟରେ ଥିବା ବୁଢ଼ୀ ମା ମନ୍ଦିର ର କାନ୍ଥ ରେ ଶ୍ରୀ ମନ୍ଦିର ରେ ଆତଙ୍କବାଦୀ ଆକ୍ରମଣ ନେଇ ଧମକ ପୂର୍ଣ୍ଣ ଲେଖା ଘଟଣା ରେ ଜଣେ ବ୍ୟକ୍ତି ଙ୍କୁ ପୁରୀ ପୋଲିସ୍ ଅଟକ ରଖି ପଚରା ଉଚରା କରୁଚି। ଅଟକ ବ୍ୟକ୍ତି ଜଣକ ହେଉଛନ୍ତି ପୁରୀ ଗଡିଶାଗୋଦା ବାସିନ୍ଦା ରଘୁନାଥ ସାହୁ (୫୫)। ତାଙ୍କୁ ପୋଲିସ ଅଟକ ରଖି ପଚରଉଚରା କରୁଚି।ସେ କିଭଳି କାନ୍ଥ ରେ ଲେଖିଲେ ଏ ନେଇ ସିଂହ ଦ୍ୱାର ଥାନା ଏକ ଡେମୋ ପୋଲିସ ପକ୍ଷରୁ ଅଭିଯୁକ୍ତ କୁ ନେଇ କରାଯାଇଛି।

ପ୍ରାଥମିକ ତଦନ୍ତ ରୁ ରଘୁନାଥ ହିଁ ଏଭଳି ଧମକ ପୂର୍ଣ୍ଣ ଲେଖା ବୁଢ଼ୀ ମା ମନ୍ଦିର କାନ୍ଥ ରେ ଲେଖିଥିବା ପୁରୀ ଏସପି ସୂଚନା ଦେଇଛନ୍ତି। ତେବେ ଅଟକ ଥିବା ବ୍ୟକ୍ତି ଟିକେ ମାନସିକ ବିକାର ଗ୍ରସ୍ତ ଥିବା ପୋଲିସ ପକ୍ଷରୁ କୁହାଯାଇଛି। ସେ କିଛି ସ୍ପଷ୍ଟ କହିପାରୁନି। ତେବେ ଅଟକ ବ୍ୟକ୍ତି କୁ ମେଡିକାଲ ନିଆଯାଇ ତାଙ୍କ ମାନସିକ ଅବସ୍ଥା କିଭଳି ରହିଚି ସେ ନେଇ ପରୀକ୍ଷା କରାଯିବ। ଏହା ପରେ ଆହୁରି ପଚରା ଉଚରା କରାଯିବ।


ସକାଳେ ଶ୍ରୀ ମନ୍ଦିର ରେ ଆତଙ୍କବାଦୀ ଆକ୍ରମଣ ଧମକ ଚେତାବନୀ କଥା ନଜର କୁ ଆସିଥିଲା। ଶ୍ରୀ ମନ୍ଦିର ପରିକ୍ରମା ମାର୍ଗ ରେ ଥିବା ବୁଢ଼ୀ ମା ମନ୍ଦିର କାନ୍ଥ ରେ ଶ୍ରୀ ମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣ ନେଇ ଲେଖା ଯାଇଥିଲା।

ଏଥି ସହିତ ଫୋନ୍ ନମ୍ୱର୍ ମଧ୍ୟ ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ମଧ୍ୟ ଧମକ ଦିଆଯାଇଥିଲା। ଯାହାକୁ ପୁରୀ ରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ଶ୍ରୀ ମନ୍ଦିର ପରିକ୍ରମା ମାର୍ଗ ରେ ଏତେ କଡା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ କିଏ କେତେବେଳେ ଏହି ଲେଖା ବୁଢ଼ୀ ମା ମନ୍ଦିର ରେ ଲେଖିଲା, ସେଠାର ମୁତୟନ ହୋଇଥିବା ସୁରକ୍ଷା କର୍ମୀ କଣ କରୁଥିଲେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ତୁରନ୍ତ ପୋଲିସ ସିସିଟିଭି ଯାଞ୍ଜ କରି ଏଭଳି କିଏ କାର୍ଯ୍ୟ କରିଛି ସେମାନଙ୍କ ବିରୋଧ ରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଥିଲା।

puri ru soubhagya pattanayak nka report epa news

Leave a Reply

Your email address will not be published. Required fields are marked *