ଶ୍ରୀ ଯୋଗେଶ୍ବର ମନ୍ଦିର ଯୋଗବିହାର, ଛନ୍ ଛାନ୍ ଡୁଙ୍ଗୁରିରେ ପ୍ରଥମ ରଥଯାତ୍ରା
ସୁବର୍ଣ୍ଣପୁର ସହର ନିକଟସ୍ଥ ଛନ୍ ଛାନ୍ ଡୁଙ୍ଗୁରି ଶ୍ରୀଶ୍ରୀ ଯୋଗେଶ୍ବର ମନ୍ଦିର ଯୋଗ ବିହାରରେ ପ୍ରଥମ କରି ସମାରୋହ ସହିତ ରଥଯାତ୍ରା ଗତକାଲି ପାଳନ କରାଯାଇଥିଲା I ଏହି ରଥଯାତ୍ରାରେ ଚତୁର୍ଦ୍ଦାମୂର୍ତ୍ତି ସାଜସଜ୍ଜା ସହ ଶ୍ରୀ ଶ୍ରୀ ଯୋଗେଶ୍ବର ମନ୍ଦିରରୁ ପହଣ୍ଡି ବିଜେକରି ରଥାରୂଢ ହେଲାପରେ ରଥଟଣା ଆରମ୍ଭ ହୋଇଥିଲା I ଏତିକିବେଳେ ଘଣ୍ଟ, ଶଙ୍ଖ, ମୃଦଙ୍ଗ ଏବଂ ହୁଳହୁଳି ଧ୍ବନିରେ ଛନ୍ ଛାନ୍ ଡୁଙ୍ଗୁରିର ମନୋରମ ପ୍ରାକୃତିକ ପରିବେଶ ପ୍ରକଂପିତ ହୋଇ ଉଠିଥିଲା I

ସଂଧ୍ୟା ସମୟରେ ରଥଯାଇ ଧୋବାବାହାଲି ଗ୍ରାମବାସୀଙ୍କ ଇଷ୍ଟଦେବୀ ଖମ୍ବେଶ୍ବରୀ ମାଉଲି ମନ୍ଦିର ନିକଟରେ ଲାଗିଥିଲା I ସେହିଠାରୁ ପୁଣି ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପହଣ୍ଡି ବିଜେକରି ମାଉସୀ ମା ମନ୍ଦିରକୁ ନିଆଯାଇଥିଲା I ମା ଭଉଣୀମାନେ ମା ସୁଭଦ୍ରାଙ୍କ ପହଣ୍ଡି ବିଜେ କରିବା ସହ ଗୋଟିଏ ରଥ ଦଉଡି କେବଳ ମହିଳାମାନେ ଟାଣିଥିଲେ I ପଣ୍ଡିତ ଶିବ ନାରାୟଣ ପୁଜାହାରୀ ଓ ବିଶ୍ବନାଥ ରଥ ପୂଜାର୍ଚ୍ଚନା ଶେଷ କରିବାପରେ ପହଣ୍ଡି ବିଜେ ଓ ରଥଟଣା ଆରମ୍ଭ କରାଯାଇଥିଲା I ଗୁରୁ ରାମପ୍ରସାଦ ଥନାପତିଙ୍କ ନେତୃତ୍ବରେ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏହି ରଥଯାତ୍ରାରେ ଶତାଧିକ ନରନାରୀ,ଆବାଳ ବୃଦ୍ଧବନୀତା ଯୋଗଦେଇଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ.
