ଶ୍ରୀଜଗନ୍ନାଥ ଶିଶୁ ବିହାର ପରିସରରେ ବିଦ୍ୟାଳୟ ର ପିଲାମାନଙ୍କୁ ଯୋଗ ପ୍ରାଣାୟାମ, ସୂର୍ଯ୍ୟ ନମସ୍କାର
ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଶ୍ରୀଜଗନ୍ନାଥ ଶିଶୁ ବିହାର ପରିସରରେ ବିଦ୍ୟାଳୟ ର ପିଲାମାନଙ୍କୁ ଯୋଗ ପ୍ରାଣାୟାମ, ସୂର୍ଯ୍ୟ ନମସ୍କାର ଆଦି ଯୋଗ ପ୍ରଦର୍ଶନ କରାଯାଇଥିଲା।ଅନୁଷ୍ଠାନ ର ଶିକ୍ଷକ ପ୍ରତାପ ଆଚାର୍ଯ୍ୟ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ସୁନ୍ଦର ଭବ୍ୟ କାର୍ଯ୍ୟ ଅନୁଷ୍ଠିତ ହୋଇ ଥିଲା।


ଯୋଗାଚାର୍ଯ୍ୟ ସୁଦର୍ଶନ ମହାପାତ୍ର ଯୋଗ ସମ୍ବନ୍ଧୀୟ ଆଲୋଚନା ସହ ଶରୀର କିଭଳି ସୁସ୍ଥ ରହିବ, ବିଭିନ୍ନ ରୋଗ ର ନିରାକରଣ ନିମନ୍ତେ ବିଭିନ୍ନ ଉପାଦେୟ ବିଷୟ କୁ ପିଲା ମାନଙ୍କୁ କହିଥିଲେ।କେବଳ ଆଜି ନୁହେଁ ପ୍ରତିଦିନ ଯୋଗାଭ୍ୟାସ କରିବା ,ଇତ୍ୟାଦି କଥା କହି ଉଦବୋଧନ ଦେଇଥିଲେ।ଆଗାମୀ ପିଢ଼ି ସୁସ୍ଥ ରୁହନ୍ତୁ, ନିରୋଗ ରୁହନ୍ତୁ ।ଜୟ ଜଗନ୍ନାଥ।
