April 29, 2026
Home » ସଂପୂର୍ଣ୍ଣ ସେବା ଓ ସମର୍ପଣ ମନୋଭାବ ନେଇ ଶ୍ରୀନହର ସମ୍ମୁଖ ରଥ ଖଳାରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

ସଂପୂର୍ଣ୍ଣ ସେବା ଓ ସମର୍ପଣ ମନୋଭାବ ନେଇ ଶ୍ରୀନହର ସମ୍ମୁଖ ରଥ ଖଳାରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

0
WhatsApp Image 2026-04-27 at 6.36.49 PM (1)

ସଂପୂର୍ଣ୍ଣ ସେବା ଓ ସମର୍ପଣ ମନୋଭାବ ନେଇ ଶ୍ରୀନହର ସମ୍ମୁଖ ରଥ ଖଳାରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ।ଏହି ନିର୍ମାଣ ପ୍ରକ୍ରିୟାରେ ନନ୍ଦିଘୋଷ ପାଇଁ ୧୬ଟି, ତାଳଧ୍ୱଜ ପାଇଁ ୧୪ଟି ଓ ଦେବୀଦଳନ ପାଇଁ ୧୨ଟି, ସମୁଦାୟ ୪୨ଟି ତୁମ୍ଭ ପ୍ରସ୍ତୁତ ହୋଇଛି। ଅକ୍ଷୟ ତୃତୀୟାରେ ଆଜ୍ଞାମାଳ ବିଜେ ପରେ ରଥ ନିର୍ମାଣ କାର୍ଯ୍ୟ ଚାଲିଛି।କରତି ସେବକଙ୍କ ଦ୍ୱାରା ଫାଶୀ କାଠ ଚିରଟ କରାଯାଇ ତୁମ୍ଭ ତିଆରି ପରେ ଗତ କାଲି ଠାରୁ ତୁମ୍ଭ ରେ ବିନ୍ଧ କରାଯାଉଛି।

ବିଶ୍ୱକର୍ମା, ଭୋଇ, କରତି ଓ କମାର ସେବାୟତମାନେ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି ।ଯୋଡା ଜ୍ୟେଷ୍ଠ ମାସ ଯୋଗୁଁ ଚଳିତ ବର୍ଷ ରଥ ନିର୍ମାଣ ପାଇଁ ଅଧିକ ସମୟ ମିଳିଛି।ଜୁଲାଇ ୧୬ ତାରିଖରେ ମହାପ୍ରଭୁଙ୍କର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା।ଆଗାମୀ ଶ୍ରୀକ୍ଷେତ୍ର ଭଉଁରୀ ତିଥିରେ ତିନି ରଥର ଅଖ ଚକ ଡେରା ବିଧି ହେବ।ଆସନ୍ତା ନୃସିଂହ ଚତୁର୍ଦ୍ଦଶୀରୁ ଗୁଜ ଅନୁକୂଳ ହେବା ସହ ଭୋଈ ସେବକମାନେ ଯନ୍ତାଗାଡ଼କୁ ପ୍ରସ୍ତୁତ କରିବେ । ଯନ୍ତା ଗାଡରେ ତୁମ୍ୱ ବିନ୍ଧ ସହ ଅର ସଂଯୋଗ କାର୍ଯ୍ଯ କରାଯିବ।

 

puri ru soubhagya pattanayak nak report

Leave a Reply

Your email address will not be published. Required fields are marked *