July 9, 2026
Home » ସନ୍ତକବି ଭୀମଭୋଇଙ୍କ ଭକ୍ତମାନଙ୍କ ପାଇଁ ଏକ ଖୁସୀ ଖବର

ସନ୍ତକବି ଭୀମଭୋଇଙ୍କ ଭକ୍ତମାନଙ୍କ ପାଇଁ ଏକ ଖୁସୀ ଖବର

0
WhatsApp Image 2026-07-09 at 1.24.47 PM

ସୋନପୁର ବ୍ଲକ ଛକରେ ଭୀମଭୋଇ ଙ୍କ ଦଶ ଫୁଟ ଉଚ୍ଚର ଏକ ମୂର୍ତ୍ତି ପ୍ରତିଷ୍ଠା ହେବ l

ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କ ସୂତ୍ରରୁ ଆଜି ଜଣା ପଡିଛି ଯେ ସୋନପୁର ବ୍ଲକ ଛକରେ ସନ୍ଥକବି ଭୀମଭୋଇଙ୍କର ଯେଉଁ ପ୍ରତିମୂର୍ତ୍ତି ଥିଲା ତାହା ଜିଲ୍ଲା ସଂସ୍କୃତି ଭବନରେ ପ୍ରତିଷ୍ଠିତ ହେବ ଏବଂ ଭୀମଭୋଇଙ୍କର ଦଶଫୁଟ ଉଚ୍ଚତା ବିଶିଷ୍ଟ ଏକ ପ୍ରତିମୂର୍ତ୍ତି ବ୍ଲକ ଛକରେ ପ୍ରତିଷ୍ଠା କରାଯିବ I ଜିଲ୍ଲାପାଳ ଡ. ସାହୁ ଏହାମଧ୍ୟ କହିଲେ ଯେ ଉକ୍ତ ପ୍ରତିମୂର୍ତ୍ତି ସକାଶେ ଜିଲ୍ଲା ପ୍ରଶାସନ ତରଫରୁ ଆର୍ଥିକ ଅନୁଦାନ ସହ ନିର୍ମାଣ ନିମନ୍ତେ ପଦକ୍ଷେପ ନିଆ ସରିଛି I ସେ ଏହା ମଧ୍ୟ ପ୍ରକାଶ କଲେଯେ ବ୍ଲକ ଛକର ଉନ୍ନତିକରଣ ସକାଶେ ଯେଉଁ ଅର୍ଥ ମଂଜୁର ହୋଇଛି ଭୀମଭୋଇଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ତାହାର ଏକ ଅଙ୍ଗ ବିଶେଷ ହେବ I ଏତଦ୍ବାରା ସୁବର୍ଣ୍ଣପୁର ଜିଲ୍ଲାର ଗର୍ବ ଗୌରବ ଭୀମଭୋଇଙ୍କ ପ୍ରତି ଉପଯୁକ୍ତ ସମ୍ମାନ ପ୍ରଦର୍ଶନ ହେବ I ବୁଧବାର ଦିନ (08/07/26) ରେ ଜିଲ୍ଲାପାଳଙ୍କ ବାସଗୃହ କାର୍ଯ୍ୟାଳୟରେ ଡ. ସାହୁଙ୍କୁ ସାକ୍ଷାତ କରି ସନ୍ଥକବୀ ଚନ୍ଦ୍ରମଣି ଦାସ ଓ ଭୀମଭୋଇ ସ୍ମୃତି ନ୍ୟାସର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଗୋରେଖନାଥ ସାହୁ ଏ ପ୍ରସଙ୍ଗରେ ଆଲୋଚନା କରିଥିଲେ I ଏହି ସାକ୍ଷାତ ଆଲୋଚନାରେ ସୁବର୍ଣ୍ଣପୁର ଜିଲ୍ଲାର ଅନ୍ୟ ଉନ୍ନୟନ ମୂଳକ କାର୍ଯ୍ୟ ସଂପର୍କରେ ମଧ୍ୟ ବିଚାର ବିମର୍ଷ ହୋଇଥିଲା I ପ୍ରକାଶ ଥାଉକି ପୂର୍ବତନ ଜିଲ୍ଲାପାଳ ଡ. ପ୍ରଫୁଲ୍ଲ କୁମାର ଚାଉଳିଆ ଜିଲ୍ଲା ସାମ୍ବାଦିକ ସଂଘ ଅନୁରୋଧ କ୍ରମେ ସୋନପୁର ବ୍ଲକ ଛକ ଠାରେ ଭୀମଭୋଇଙ୍କ ଆବକ୍ଷ ମୂର୍ତ୍ତି ପ୍ରତିଷ୍ଠା କରିଥିଲେ ଯେଉଁ ମୂର୍ତ୍ତି ସ୍ଥାନାନ୍ତର ହେବାପରେ ତାହା ପୂନଃ ପ୍ରତିଷ୍ଟା ପାଇଁ ଭୀମଭୋଇଙ୍କ ଭକ୍ତମାନଙ୍କ ତରଫରୁ ଦୀର୍ଘଦିନ ହେଲା ଦୃଢ ଦାବି ହୋଇ ଆସୁଥିଲା l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *