August 20, 2026
Home » ସରକାର ଆଗୁଆ ବିଜୁଳି ସମିକ୍ଷା କରିଥିଲେ ଭୟଙ୍କର ଗରମରେ ଲୋକେ ହସ୍ତସନ୍ତ ହୋଇନଥାନ୍ତେ

ସରକାର ଆଗୁଆ ବିଜୁଳି ସମିକ୍ଷା କରିଥିଲେ ଭୟଙ୍କର ଗରମରେ ଲୋକେ ହସ୍ତସନ୍ତ ହୋଇନଥାନ୍ତେ

0
WhatsApp Image 2026-05-23 at 7.04.20 PM
ଭୁବନେଶ୍ୱର : ଓଡ଼ିଶାରେ ଦେଖାଦେଇଥିବା ଭୟଙ୍କର ବିଦ୍ୟୁତ ସଂକଟ ଓ ଏହାକୁ ନେଇ ସାରା ରାଜ୍ୟବାସୀ ହେଉଥିବା ଅକଥନୀୟ ଦୁର୍ଦ୍ଦଶା ଉପରେ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗଦାନ କରି ପୂର୍ବତନମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଲେ, ସରକାରଙ୍କ ଅପରିଣାମଦର୍ଶିତା ଏବଂ ଦୂରଦର୍ଶିତା ଅଭାବ ଯୋଗୁଁ ମେ ମାସର ପ୍ରଚଣ୍ଡ ଗରମରେ ରାଜ୍ୟବାସୀଙ୍କୁ ଘୋର ହଇରାଣ ହେବାକୁ ପଡ଼ୁଛି । ଯଦି ସରକାର ପୂର୍ବରୁ ବିଜୁଳି ଉତ୍ପାଦନ ଓ ବଣ୍ଟନର ସମୀକ୍ଷା କରି ଆଗୁଆ ପଦକ୍ଷେପ ନେଇଥାନ୍ତେ ଏଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା । ବିଜୁଳି ବିଭାଗ ଆଇନର ପରିଛେଦ ୧୫୩/୫୪ ଅନୁସାରେ ସ୍ୱତନ୍ତ୍ର ବିଜୁଳି କୋର୍ଟ ଗଠନ ପରିଛେଦ ୫୭/୬୨ ଅନୁସାରେ ବିଜୁଳି ବଣ୍ଟନ ସଂସ୍ଥାଙ୍କ କାର୍ଯ୍ୟଦକ୍ଷତା ଏବଂ ଗୁଣବତ୍ତାର ସମୀକ୍ଷା ନିଶ୍ଚିତ କରେ । ପରିଛେଦ ୪୨ (ଏସ) ଅନୁସାରେ ପ୍ରତ୍ୟେକ ବିଜଳି ବଂଟନ କମ୍ପାନୀ ଗ୍ରାହକ ଅଭିଯୋଗ କେନ୍ଦ୍ର ସ୍ଥାପନ କରିବ । ଫଲ୍ଟି ମିଟର ବିଲିଙ୍ଗ କନ୍ଦଳ, ବିଜୁଳି କାଟ ଆଦି ବିଷୟରେ ଗ୍ରାହକ ଅଭିଯୋଗ କରିପାରିବେ । ପରିଚ୍ଛେଦ-୬୨ (୬) ଅନୁସାରେ ଗ୍ରାହକଙ୍କର ଅଧିକାର ଅଛି ସେମାନେ ଗୁଣଯୁକ୍ତ ଓ ଧାରା ପ୍ରବାହ ବିଜୁଳି ସେବା ପାଇପାରିବେ ଏବଂ ଏହାର ଖିଲାପରେ ବିଜୁଳି ସଂସ୍ଥାଙ୍କ ଉପରେ ଆର୍ଥିକ ଦଣ୍ଡ ବ୍ୟବସ୍ଥା ହୋଇପାରିବ ।
ଶ୍ରୀ କାନୁନ୍‌ଗୋ ରାଜ୍ୟର ଅଘୋଷିତ ବିଜୁଳିକାଟର ହିସାବ ଦେଇ କହିଲେ ମାର୍ଚ୍ଚରେ ୨୪ ଘଣ୍ଟା, ଅପ୍ରେଲରେ ୩୪ ଘଣ୍ଟା ଏବଂ ୨୦ ତାରିଖ ସୁଧା ମେ ରେ ୪୧ ଘଣ୍ଟା ବିଦ୍ୟୁତକାଟ ହୋଇଛି । ଏ ସବୁ ବିଜୁଳି ବିଭ୍ରାଟ କାରଣ ହେଉଛି ଅତିରିକ୍ତ ବିଜୁଳି ଲୋଡ ଯାହା ତଳ ସ୍ତର ଟ୍ରାନ୍ସଫରମର ଫେଲୁଅର ରୁ ଗ୍ରିଡ୍ ଫେଲୁଅର ପର୍ଯ୍ୟନ୍ତ ଘଟୁଛି । ଫଳରେ ଘରେ ମଟରରୁ ପାଣି ଉଠୁ ନାହିଁ । ପ୍ରବଳ ଗରମରେ ବିଜୁଳିକାଟ ଯୋଗୁ ଏସି, ଫ୍ୟାନ, କୁଲର ବନ୍ଦ ହୋଇ ସାଧାରଣ ଜନତା ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଓ ଲୋକଙ୍କ କଥା ଶୁଣିବାକୁ କେହି ନାହାନ୍ତି । ଫଳରେ ସାଧାରଣ ଜନତା ଦଳବଦ୍ଧ ହୋଇ ବିଜୁଳି କାର୍ଯ୍ୟାଳୟ ସାମ୍ନାରେ ପ୍ରତିବାଦ କରି ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହେଉଛି । ଏ ସମସ୍ତ ବିଭ୍ରାଟର ସମାଧାନ ପାଇଁ ବିଜୁଳି ବିଭାଗ ବିଜୁଳି ଅଡିଟ୍ କରିବା ନେତାଙ୍କ ଜରୁରୀ । ପ୍ରତି ଟ୍ରାନ୍ସଫରମର ପଏଣ୍ଟରେ ଯୋଗାଣ ଅଡିଟ୍ ବ୍ୟବସ୍ଥା କରାଯାଇ କେଉଁ ଘଣ୍ଟାରେ କମ୍ ବିଦ୍ୟୁତ ସରବରାହ ହୋଇଛି ଓ କାରଣ କଣ ଜଣାପଡିବ ।
ସମ୍ମିଳନୀରେ ଉପସ୍ଥିତ ଥିବ ପୂର୍ବତନମନ୍ତ୍ରୀ ଦେବାଶିଷ ନାୟକ କହିଲେ ବିଜେପି ସରକାର ଆସିବା ପର ଠାରୁ ଘୋର ବିଜୁଳି ସଙ୍କଟ ଦେଖାଯାଉଛି କାହିଁକି ବର୍ତ୍ତମାନ ଜାଣି ସାରିଲେଣି । ଟାଟା ପାୱାର ଓ ସରକାରଙ୍କ ମଧୁଚନ୍ଦ୍ରିକା ବର୍ତ୍ତମାନ ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଛି । କୌଣସି ବିଭାଗ ଠିକ୍ ଭାବରେ କାର୍ଯ୍ୟ ସମ୍ପାଦନ କରିପାରୁନାହାନ୍ତି ।  ସରକାର ସମସ୍ତ ବିଷୟରେ ଆଗୁଆ ପଦକ୍ଷେପ ଗ୍ରହଣ କଲେ ଏଭଳି ଜନଅସନ୍ତୋଷ ବ୍ୟାପନ୍ତା ନାହିଁ ।
ଉପସ୍ଥିତ ପିସିସି ମୁଖପାତ୍ର ଅଶୋକ ସ୍ୱାଇଁ କହିଲେ ସରକାର ଓ ଟାଟା ପାୱାର ବିଭିନ୍ନ ଶିଳ୍ପ ସଂସ୍ଥାକୁ ବିଜୁଳି ଯୋଗାଣ କରିବାରେ କୌଣସି ସୃଷ୍ଟି ହେଉନାହିଁ । ଟାଟା ମାଇନ୍ସକୁ ଅନବରତ ବିଜୁଳି ଯୋଗାଣ ଚାଲିଛି । ସେଥିରେ ମଧ୍ୟ କୌଣସି ସମସ୍ୟା ନାହିଁ । ଏହା ସହିତ ଭିଭିଆଇପି ଅଂଚଳ ମାନଙ୍କୁ ମଧ୍ୟ ବିଜୁଳି ଯୋଗାଣ ବରାବର ରହୁଛି । କିନ୍ତୁ ସାଧାରଣ ଲୋକଙ୍କ ପାଇଁ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ, ଅଧିକ ବିଲିଂ, ନୂତନ ମିଟର ସ୍ଥାପନ ଇତ୍ୟାଦି ପାଇଁ ଘୋର ହଇରାଣ କରି ଜୀବନ ଦୁର୍ବିସହ କରିଦେଉଛି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି ।

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed