May 23, 2026
Home » ସାମ୍ବାଦିକ ମାନଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ : ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଦାବିପତ୍ର

ସାମ୍ବାଦିକ ମାନଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ : ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଦାବିପତ୍ର

0
WhatsApp Image 2026-05-22 at 11.35.17 AM

ସୁବର୍ଣ୍ଣପୁର —ସାମ୍ବାଦିକ ମାନଙ୍କ ପ୍ରତି ରାଜନେତା ଅରିନ୍ଦମ ରାୟ ଦେଇଥିବା ଅଶୋଭନୀୟ ମନ୍ତବ୍ୟ ପ୍ରତିବାଦରେ ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଏକ ଦାବିପତ୍ର ପୁଲିସ ମହାନିର୍ଦ୍ଦେଶକ ଓଡ଼ିଶାଙ୍କୁ ପ୍ରଦାନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକଙ୍କ ଜରିଆରେ ଦିଆଯାଇଥିବା ଏହି ପ୍ରତିବାଦ ପତ୍ରରେ ସିନେ ଅଭିନେତାରୁ ରାଜନେତା ସାଜିଥିବା ଅରିନ୍ଦମ ରାୟ ସାମ୍ବାଦିକ ମାନଙ୍କ ପ୍ରତି ଚାରଣି ଆଠଣି ଭଳି ଦେଇଥିବା ଅଶାଳୀନ ମନ୍ତବ୍ୟକୁ ସାମ୍ବାଦିକ ମାନେ ଦୃଢ଼ ନିନ୍ଦା କରିଛନ୍ତି।

ସେମାନେ ଦାବିପତ୍ରରେ ଲେଖିଛନ୍ତି, ଅରିନ୍ଦମ ରାୟଙ୍କ ଏଭଳି ଅଶୋଭନୀୟ ତଥା ଅଶାଳୀନ ମନ୍ତବ୍ୟ କୌଣସି ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ । ତେଣୁ ସେମାନେ ଦାବି କରିଛନ୍ତି ସରକାର ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଯେଭଳି ଆଗକୁ କୌଣସି ଅରିନ୍ଦମ ଙ୍କ ଭଳି ମନ୍ତବ୍ୟ ଦେବାକୁ ସାହସ ନକରନ୍ତୁ। ଏହି ଦାବି ପାତ୍ର ପ୍ରଦାନ ସମୟରେ ସନ୍ତୋଷ କୁମାର ମିଶ୍ର, ରାମ ଶଙ୍କର ଭୋଇ, ସତ୍ୟବ୍ରତ ପ୍ରଧାନ, ଭାସ୍କର ଦାଶ , ରଞ୍ଜନ ବାରିକ, ସୁଶାନ୍ତ ପଣ୍ଡା, ସରୋଜ ପଧାନ, ସହଦେବ ମେହେର, ଦେବାନନ୍ଦ ମେଣ୍ଡଲି, ପବିତ୍ର ବରିହା, ମାନଭଞ୍ଜନ ଥନାପତି, ଧନଞ୍ଜୟ ଆଡଜୁଆଡ଼ି, ଅଶ୍ବିନୀ ନେପାକ ପ୍ରମୁଖ ସାମ୍ବାଦିକ ସାମିଲ ହୋଇଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *