October 4, 2026
Home » ସେବା ପ୍ରତିନିଧି ତରଫରୁ ଲକ୍ଷେଶ୍ଵର ମନ୍ଦିର ସଫେଇ

ସେବା ପ୍ରତିନିଧି ତରଫରୁ ଲକ୍ଷେଶ୍ଵର ମନ୍ଦିର ସଫେଇ

0
WhatsApp Image 2026-08-20 at 1.59.51 PM

ତୃତୀୟ ସୋମବାର ଲକ୍ଷେଶ୍ଵର ମହାଦେବଙ୍କ ନିକଟରେ ଜଳ ଲାଗି କରିଥିଲେ।ମାଟି, ବ୍ଲେଡ, ଘଡ଼ି ଇତ୍ୟାଦିରେ ଲକ୍ଷେଶ୍ଵର ଲହଡ଼ା ମାରୁଥିବା ବେଳେ ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ ରଙ୍ଗାମାଟିଆରୁ ଛବିରାଣୀ ବେହେରା, ପୁନାମା ଗେଟରୁ ସୀତା ରାଉତ, ଭୁବନେଶ୍ଵର ତିନି ମୁଣ୍ଡିଆ ରୁ ବର୍ଣ୍ଣମାଳା ପାତ୍ର, ଚେମେଡି ସାହିରୁ ନୟନୀ ବେହେରା, ପାଟଦେଇ ବସ୍ତିରୁ ଶ୍ରୀମତୀ ବେହେରା ପ୍ରମୁଖ ତାଙ୍କ ସାଥୀମାନଙ୍କୁ ଧରି ଦିବା ତିନି ଘଟିକାରୁ ଛଅ ଘଟିକା ପର୍ଯ୍ୟନ୍ତ ଲକ୍ଷେଶ୍ଵର ମନ୍ଦିରରେ ଶ୍ରମଦାନ କରିଥିଲେ।

ପରିବେଶକୁ ସରସ ସୁନ୍ଦର କରାଯାଇଥିଲା। ସନ୍ଧ୍ୟା ସମୟରେ ଦର୍ଶନ ଅଭିଳାଷୀ ଲକ୍ଷେଶ୍ଵରଙ୍କୁ ଦର୍ଶନ କରିବାକୁ ଆସି କାର୍ଯ୍ୟରତ ସମସ୍ତଙ୍କୁ ସାଧୁବାଦ ଜଣାଇ ଥିଲେ।ପ୍ରତିବର୍ଷ ଏହି କାର୍ଯ୍ୟ ଚାଲୁ ରହିଥିବା ବେଳେ ଚଳିତ ବର୍ଷ ଏହି କାର୍ଯ୍ୟ ସୂଚାରୁରୂପେ କରିଥିବାରୁ ଶ୍ରୀ ମିଶ୍ର ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। ଆଗାମୀ ସୋମବାର ଗୋରଖନାଥ ଓ ସାରଳା ମନ୍ଦିରରେ କାର୍ଯ୍ୟ କରାଯିବ ବୋଲି ଶ୍ରୀ ମିଶ୍ର ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *