ସେବାସ୍ତମ୍ବ ଦ୍ଵାରା ପୂର୍ବତନ ପାଟଣା ବିଧାୟକ ସ୍ବର୍ଗତ କାହ୍ନୁ ଚରଣ ନାଏକଙ୍କ ସ୍ମୃତିରେ ଶୋକସଭା ଆୟୋଜିତ
କେନ୍ଦୁଝର,ତା ୨୭/୧୦- ସ୍ୱର୍ଗତ କାହ୍ନୁ ଚରଣ ନାଏକ ସେବାସ୍ତମ୍ବର ପ୍ରତିଷ୍ଠାତା ସାଧାରଣ ସମ୍ପାଦକ ଥିଲେ। ତାଙ୍କର ବିୟୋଗ ପଟେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା ଏଥିରେ ସଂସ୍ଥାର ଉପସଭାପତି ଶ୍ରୀଯୁକ୍ତ ଭାଗବତ ନାଏକ ସଭାପତିତ୍ଵ କରିଥିଲେ। ସେ ତାଙ୍କର ଅଭିଭାଷଣରେ ସ୍ବର୍ଗତ ନାଏକଙ୍କର ଲୋକପ୍ରିୟତା ସମ୍ବନ୍ଧରେ ଆଲୋଚନା କରିଥିଲେ, ସ୍ବର୍ଗତ ନାଏକ ପାଟଣା ନିର୍ବାଚନ୍ ମଣ୍ଡଳୀରୁ ୧୯୯୦ ମସିହାରେ ନିର୍ବାଚିତ ହୋଇଥିଲେ।ସେ ଜଣେ ସରଳ ଦୟାଳୁ, ଆଦିବାସୀ ଜନନେତା ଥିଲେ। ପାଟଣl ଅଞ୍ଚଳର ବିକାଶ ପାଇଁ ସେ ସଦାସର୍ବଦା ଆଗଭର ହେଉଥିଲ। ସେ ପ୍ରଥମେ ଶିକ୍ଷକତା ଏବଂ ପରେ ଓଡିଶା ସରକାରଙ୍କ ଉଦ୍ୟାନ କୃଷି ବିଭାଗର ଅମଲା ଭାବେ ଚାକିରି କରୁଥିଲେ l ୧୯୯୦ ମସିହାରେ ସେଚ୍ଛାକୃତ ଅବସର ନେଇ ଜନତାଦଳ ଟିକେଟରେ ନିର୍ବାଚିତ ହୋଇଥିଲେ। ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସେଠୀ,ପୂର୍ବତନ ସଭାପତି ପ୍ରାରମ୍ଭିକ ସୂଚନା ସହ ମଞ୍ଚ ପରିଚାଳନା କରିଥିଲେ। ସେ ତାଙ୍କ ଅଭିଭାଷଣରେ ସ୍ଵର୍ଗତ ନାଏକଙ୍କ ସଙ୍ଗଠନ ଦକ୍ଷତାର ଗୁଣ ବର୍ଣ୍ଣନା କରିଥିଲେ।ଏହି ସଭାରେ ଯୋଗଦେଇ ପୂର୍ବତନ ଓଡିଶା ପ୍ରଶାଶନିକ ଅଧିକାରୀ ଶ୍ରୀଯୁକ୍ତ କୁମର ମଣି ତନ୍ତୀ ଶ୍ରୀଯୁକ୍ତ ନାଏକଙ୍କର ଅତ୍ୟନ୍ତ ପ୍ରଶଂସା କରିଥିଲେ। ଶ୍ରୀଯୁକ୍ତ ନାଏକ ସେବା ସ୍ତମ୍ବର ପୂର୍ବତନ ପ୍ରତିଷ୍ଠାତା ସାଧାରଣ ସମ୍ପାଦକ ଥିଲେ। ସେ ସେବାସ୍ତମ୍ବକୁ ସଂଘଟିତ କରି ଏକ ସୁଦୃଢ ସଂସ୍ଥା ଭାବରେ ଗଠନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ , ରୁଦ୍ର ନାଏକ, ଅଶ୍ୱନି କୁମାର ନାଏକ,ନିରୋଦ ଚନ୍ଦ୍ର ବେହେରା, ଜଶାଇ ହେମ୍ବ୍ରମ , ପ୍ରମୁଖ ଯୋଗ ଦେଇଥିଲେ।
କେନ୍ଦୁଝର ରୁ ରୂପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ
