August 21, 2026
Home » ସୋନପୁର ଟାଉନ ହଲ ପଛରେ ଦେଶୀ ମଦ ଭାଟି, କଳାକାର ଅସୁକ୍ଷିତ, କଳାକାରଙ୍କୁ ମଦୁଆଙ୍କ ଦୁର୍ବ୍ୟବହାର ଅଭିଯୋଗ

ସୋନପୁର ଟାଉନ ହଲ ପଛରେ ଦେଶୀ ମଦ ଭାଟି, କଳାକାର ଅସୁକ୍ଷିତ, କଳାକାରଙ୍କୁ ମଦୁଆଙ୍କ ଦୁର୍ବ୍ୟବହାର ଅଭିଯୋଗ

0
WhatsApp Image 2026-01-20 at 11.30.15 AM

ସୁବର୍ଣ୍ଣପୁର:ସୋନପୁର ସହରର ଟାଉନ ହଲ ପଛପଟରେ ଥିବା ଦେଶୀ ମଦ ଭାଟି ହେତୁ ସମ୍ପ୍ରତି ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଆସୁଥିବା କଳାକାର ଓ ସାଧାରଣ ନାଗରିକମାନେ ଚିନ୍ତା ଓ ଅସୁବିଧାରେ ପଡୁଛନ୍ତି। ସନ୍ଧ୍ୟା ଓ ରାତି ସମୟରେ ମଦୁଆମାନଙ୍କ ପାଦୁର୍ଭାବ, ଦାଦାଗିରି ଓ ଅସଭ୍ୟ ବ୍ୟବହାର ଫଳରେ ଟାଉନ ହଲ ପରିସରର ଶାନ୍ତ ପରିବେଶ ନଷ୍ଟ ହେଉଛି। କାର୍ଯ୍ୟକ୍ରମ ଓ ରିହାର୍ସଲ କରିବାକୁ ଯାଇଥିବା କଳାକାରମାନେ କହୁଛନ୍ତି— ନିକଟରେ ହୋଇଥିବା ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ ସମୟରେ କଳାକାର ମାନଙ୍କ ଭୋଜନ ର ବ୍ୟବସ୍ଥା ହୋଇଥିଲା ଏହି ଟାଉନ ହଲ ରେ କିନ୍ତୁ ଏଠାକୁ ଭୋଜନ ପାଇଁ ଆସିଥିବା କଳାକାର ମାନଙ୍କୁ ମଦ୍ୟପାନ କରିଥିବା ମଦୁଆ ମାନେ ଅସଭ୍ୟ ବ୍ୟବହାର କରିଥିବା ଅଭିଯୋଗ ହୋଇଛି l ଯିବା ଆସିବା ସମୟ ରେ ରାସ୍ତାରେ ଅଟକେଇ ଦେଉଛନ୍ତି ଓ କେବେ କେବେ ଅପମାନଜନକ ଭାଷା ବ୍ୟବହାର କରୁଛନ୍ତି। ଏଥିରେ ମହିଳା କଳାକାରମାନେ ସବୁଠାରୁ ଅଧିକ ଅସୁବିଧାରେ ପଡୁଛନ୍ତି।ସ୍ଥାନୀୟ ବାସିନ୍ଦାମାନେ ବି କହିଛନ୍ତି ଯେ ରାତି ବେଳେ ମଦୁଆମାନଙ୍କ ଝଗଡା, ଉଚ୍ଚଶବ୍ଦ ଓ ବାଦବିବାଦ ଦେଖିବାକୁ ମିଳୁଛି। ଏଠାକୁ ଗ୍ରାମାଞ୍ଚଳରୁ କାର୍ଯ୍ୟକ୍ରମ ପାଇଁ ଆସୁଥିବା କିଛି ଦର୍ଶକ ବି ଅସୁରକ୍ଷିତ ଭାବରେ ରହୁଥିବା ଅଭିଯୋଗ ହେଉଛି lସୋନପୁର ଟାଉନ ହଲ ସହରର ସାମାଜିକ ଓ ସାହିତ୍ୟିକ କାର୍ଯ୍ୟକ୍ରମର ମୁଖ୍ୟ କେନ୍ଦ୍ର। ଏଠାରେ ବର୍ଷ ପାଇଁ ଅନେକ ସାଂସ୍କୃତିକ, ସାହିତ୍ୟିକ ଓ ଶିକ୍ଷାସମ୍ପର୍କୀୟ କାର୍ଯ୍ୟକ୍ରମ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ।ସ୍ଥାନୀୟ ନାଗରିକ ଓ କଳାକାରମାନେ ଦାବି କରୁଛନ୍ତି ଯେ, ଦେଶୀ ମଦ ଭାଟିକୁ ଟାଉନ ହଲ ଅଞ୍ଚଳରୁ ଦୂରରେ ପୁନଃସ୍ଥାପନ କରାଯାଉ, ଅଞ୍ଚଳରେ ପୋଲିସ ପଟ୍ରୋଲିଂ କଡାକଡି କରାଯାଉ l ଟାଉନ ହଲ ପରିସରରେ ସୁରକ୍ଷା ବ୍ୟବସ୍ଥା କରାଯିବାକୁ ଦାବି ହେଉଛି l ଟାଉନ ହଲ ପଛ ରେ ମଦ ଭାଟି ରହିବା ଯୋଗୁଁ ସହରର ସାଂସ୍କୃତିକ ପରିଚୟ ମଧ୍ୟ ପ୍ରଭାବିତ ହେଉଛି l ଜିଲ୍ଲା ପ୍ରଶାସନ ଏ ବିଷୟ ରେ ଅବଗତ ଥିଲେ ମଧ୍ୟ କୌଣସି ପଦକ୍ଷେପ ଏପର୍ଯ୍ୟନ୍ତ ନେଇନଥିବା ଅଭିଯୋଗ ହେଉଛି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।