June 18, 2026
Home » ସୋନପୁର ମହିଳା କାବ୍ୟ ମଞ୍ଚ ର କବିତା ଆସର ଅନୁଷ୍ଠିତ

ସୋନପୁର ମହିଳା କାବ୍ୟ ମଞ୍ଚ ର କବିତା ଆସର ଅନୁଷ୍ଠିତ

0
WhatsApp Image 2026-05-27 at 12.59.09 PM

ସୁବର୍ଣ୍ଣପୁର: ଆଭାସୀ ମାଧ୍ୟମ ରେ ସୁବର୍ଣ୍ଣପୁର ମହିଳା କାବ୍ୟ ମଞ୍ଚ ର କବିତା ଆସର ଅନୁଷ୍ଠିତ ହୋଇ ଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ପ୍ରଫେସର ଡ.କମଲ ପ୍ରଭା କପାନି ଓ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ ଶିକ୍ଷା ମଞ୍ଚ ର ଅଧ୍ୟକ୍ଷl ଡ. ଇତିଶ୍ରୀ ଦାସ,ପ୍ରଦେଶ ଉପାଧ୍ୟକ୍ଷl ଡ. ସ୍ୱର୍ଣ୍ଣପ୍ରଭା ମହାପାତ୍ର।ଅଧ୍ୟକ୍ଷା ଗୀତାଞ୍ଜଳି ମିଶ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କବିତା ଆସର ରେ ପ୍ରାୟ କୋଡିଏ ଜଣ କବି ଆଭାସୀ ମାଧ୍ୟମ ରେ ଯୋଗ ଦେଇ ସ୍ବରଚିତ ବହୁଭାଷୀ କବିତା ପାଠ କରିଥିଲେ। ସ୍ୱାଗତ ସଙ୍ଗୀତ ଗାୟନ କରିଥିଲେ ଜୟଶ୍ରୀ ପଣ୍ଡା ଓ ବ୍ୟଙ୍ଗ କବିତା ଦେଶପ୍ରେମ କବିତା ପ୍ରକୃତି ପ୍ରେମ ସହିତ ନାରୀ ସମ୍ମାନ କବିତା ସମସ୍ତଙ୍କ ହୃଦୟ ସ୍ପର୍ଶ କରିଥିଲା।କବିତା ଗୁଡ଼ିକ ସୁନ୍ଦର୍ ଶବ୍ଦ ସଂଯୋଜନା କରିଥିଲେ ହିରାବତୀ ସାହୁ ଓ ଶେଷ ରେ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ମହିଳା କାବ୍ୟ ମଞ୍ଚ ର ପ୍ରମୁଖ ଉପଦେଷ୍ଟା ଯମୁନା ମହାପାତ୍ର । ପ୍ରତିଟି ହୃଦୟ ରେ କବିତା ର ମୂର୍ଚ୍ଛନା ତୋଳିବା ସହିତ କବିତା ଲେଖିବାକୁ ପ୍ରେରଣା ଯୋଗାଇବା ଏହି ମହିଳା କାବ୍ୟ ମଞ୍ଚ ର ଉଦ୍ଦେଶ୍ୟ ।

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *