August 21, 2026
Home » ସ୍ୱଛାସେବୀ ଅନୁଷ୍ଠାନ ମାନଙ୍କର ସମନ୍ବୟ ସଭା ଅନୁଷ୍ଠିତ

ସ୍ୱଛାସେବୀ ଅନୁଷ୍ଠାନ ମାନଙ୍କର ସମନ୍ବୟ ସଭା ଅନୁଷ୍ଠିତ

0
WhatsApp Image 2026-05-15 at 5.12.07 PM

ପୁରୀ : ରଥଯାତ୍ରା ସମୟରେ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ର ପୁରୀ କୁ ଆଗମନ ଘଟିଥାଏ।ଏହି ଶ୍ରଦ୍ଧାଳୁ ମାନଙ୍କୁ ସ୍ବେଚ୍ଛାସେବୀ ସଂଗଠନ ମାନେ ବିବିଧ ସେବା ଯୋଗାଇ ଦେଇଥାନ୍ତି।ଏହା ମଧ୍ୟ ମହାପ୍ରଭୁଙ୍କ ପ୍ରତି ଏକ ମହାନ ସେବା ବୋଲି କହିଛନ୍ତି ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା।ଆଜି ପୂର୍ବାହ୍ନରେ ଟାଉନ ହଲ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗାମୀ ରଥଯାତ୍ରା କୁ ଶାନ୍ତି ଶୃଙ୍ଖଳାର ସହ ସମ୍ପର୍ଣ୍ଣ ପାଇଁ ସ୍ୱଛାସେବୀ ମାନଙ୍କ ସହ ଏକ ସମନ୍ୱୟ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ପରିଡା ବିଗତ ବର୍ଷ ମାନଙ୍କ ରେ ରଥଯାତ୍ରାରେ ସ୍ୱଛାସେବୀ ମାନଙ୍କର ସେବା ଅନନ୍ୟ ଓ ପ୍ରଶଂସନୀୟ ରହିଥିଲା।ଚଳିତ ରଥଯାତ୍ରା ରେ ମଧ ଅନୁରୂପ ଭାବେ ନିଷ୍ଠାର ସହ ସେବା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ।ସ୍ବେଚ୍ଛାସେବୀ ମାନେ ସେବା ମାଧ୍ୟମରେ ସେମାନଙ୍କ ପରିଚୟ ସୃଷ୍ଟି କରିବା ଆବଶ୍ୟକ।ତେଣୁ ସ୍ୱଛାସେବୀ ଅନୁଷ୍ଠାନ ମାନେ ସେମାନଙ୍କ ଅନୁଭବ ଓ ଅଭିଜ୍ଞତା ରୁ ପ୍ରଭୁ ଙ୍କ କାର୍ଯ୍ୟରେ ବିଭିନ୍ନ ସେବା ଯୋଗାଇ ଦେବା ଉଚିତ।
ଆବେଦନ କରୁଥିବା ସ୍ବେଛାସେବୀ ସଂଗଠନ ମାନଙ୍କ କାର୍ଯ୍ୟାବଳୀର ସମୀକ୍ଷା ସହ ଯେଉଁ ମାନେ ସଠିକ ଭାବେ ସେବା କାର୍ଯ୍ୟ କରୁନାହାଁନ୍ତି ସେମାନ ଙ୍କୁ ଅନୁମତି ଦିଆଯିବ ନାହିଁ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରି ଦେଇଥିଲେ।ଏସପି ପ୍ରତୀକ ସିଂ ରଥଯାତ୍ରା ସମୟରେ ଶୃଙ୍ଖଳିତ ଭାବେ ସେବା ଯୋଗାଇବା ଅର୍ଥ ମହାପ୍ରଭୁଙ୍କ ସେବା କରିବା।ତେଣୁ ବିବିଧ ସେବା ରେ ନିୟୋଜିତ ସ୍ବେଚ୍ଛାସେବୀ ମାନେ ପ୍ରକୃତ ସେବା କରିବାକୁ ସଂକଳ୍ପବଦ୍ଧ ହେବାକୁ ଅନୁରୋଧ କରିଥିଲେ।ପ୍ରାରମ୍ଭରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡ ଶରତ ଚନ୍ଦ୍ର ମହାପାତ୍ର ସମସ୍ତଙ୍କୁ ସ୍ବାଗତ କରିବା ସହ ବିଗତ ବର୍ଷ ମାନଙ୍କ ଭଳି ସ୍ୱଛାସେବୀ ମାନେ ଉନ୍ନତ ସେବା ଯୋଗାଇ ଦେବା କୁ ଅନୁରୋଧ କରିବା ସହ ପ୍ରଶାସନ ପକ୍ଷରୁ ମଧ ଅନୁରୂପ ସହଯୋଗ ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଥିଲେ।
ଖାଦ୍ୟ ଓ ପାନୀୟ ଯୋଗାଉଥିବା ଅନୁଷ୍ଠାନ ମାନେ ସେମାନଙ୍କୁ ପ୍ରଦତ୍ତ ନିର୍ଦ୍ଧାରିତ ସ୍ଥାନରେ ସଠିକ ସମୟ ପୂର୍ବରୁ ପହଞ୍ଚିବା ସହ ଡଷ୍ଟବିନ ରଖିବା, ବ୍ୟବହାର କରାଯାଉଥିବା ସ୍ଥାନକୁ ପରିଷ୍କାର ରଖିବା, ଅଳିଆ ଖୁଡିକୁ ନିୟମିତ ବ୍ୟବଧାନରେ ହଟେଇବା କିମ୍ବା ବଡ ବଡ଼ ଜରି ଅଖା ମାନଙ୍କ ରେ ସଂରକ୍ଷିତ ରଖି କାର୍ଯ୍ୟ ସରିବା ପରେ ଅପସାରଣ କରି ନେବାକୁ ପରାମର୍ଶ ଦିଆଯାଇଥିଲା।ଏହା ଏକ ସେବା କାର୍ଯ୍ୟ।ତେଣୁ ପରସ୍ପର ସମନ୍ବୟ ରଖି ସ୍ନାନ ଯାତ୍ରା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପ୍ରଭୁ ଙ୍କ କାର୍ଯ୍ୟ ରେ ନିଷ୍ଠାପର ଭାବେ ନିୟୋଜିତ ରହିବାକୁ ସମସ୍ତେ ମତ ଦେଇଥିଲେ।ସ୍ବାସ୍ଥ୍ୟ ସେବା,ଆମ୍ବୁଲାନ୍ସ ସେବା, ଆଶୁ ଚିକିତ୍ସା କେନ୍ଦ୍ର ସ୍ଥାପନ, ପାନୀୟ ଜଳ ବଣ୍ଟନ, ଜଳ ସିଞ୍ଚନ,ଶାନ୍ତି ଶୃଙ୍ଖଳା ରକ୍ଷା, ପରିମଳ ବ୍ୟବସ୍ଥା, ସୂଚନା ସେବା ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ବିଷଦ ଆଲୋଚନା ଓ ପ୍ରସ୍ତାବ,ପରାମର୍ଶ ଗ୍ରହଣ କରାଯାଇଥିଲା।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ଏହି ବୈଠକରେ ପୁରୀ ମହାନଗର ନିଗମ ର କମିଶନର ସ୍ନେହା ଅରୁଗୁଳା ,ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ପୁରୀ ମହାନଗର ନିଗମ ର ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା ପିକେଡିଏ ସେକ୍ରେଟାରୀ ଦିଲ୍ଲୀପ କୁମାର ମହାରଣା, ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ଅତିରିକ୍ତ ଏସ ପି ସଚିନ ପଟେଲ,ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ଅନୁଶ୍ରବ ଗନ୍ତାୟତ,ଜିଲ୍ଲା ସ୍ତରୀୟ ବିଭିନ୍ନ ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଏହି ସଭାରେ ଅନ୍ୟାନ୍ୟ ବିଭାଗର ଅଧିକାରୀ ଙ୍କ ସହ ବିଭିନ୍ନ ସ୍ୱଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇ ବିବିଧ ପ୍ରସ୍ତାବ ଦେଇଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସଭା କାର୍ଯ୍ୟ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।