ହରଭଙ୍ଗା ଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ
ସୁବର୍ଣ୍ଣପୁର :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ହରଭଙ୍ଗା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ନମ୍ରତା ଫାଉଣ୍ଡେସନ ବାଉଁଶୁଣୀ ଏବଂ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲି ବୀରମହାରାଜପୁର ର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିର ସକାଳ ୧୦ଘ. ରୁ ଆରମ୍ଭ ହୋଇ ୧.୦୦ଘ ରେ ଶେଷ ହୋଇଥିଲା l

ଏହି ଶିବିରରେ ହରଭଙ୍ଗା ଗ୍ରାମ ପଞ୍ଚାୟତ ଏବଂ ଆଖ ପାଖ ଅଞ୍ଚଳ ର ଅନେକ ରୋଗୀ ନିଜର ଚକ୍ଷୁ ପରୀକ୍ଷା କରିବା ସହ ସୁଲଭ ମୂଲ୍ୟରେ ଚଷମା ନେଇଥିଲେ ଓ ଯେଉଁ ରୋଗୀ ମାନଙ୍କର ମୋତିଆ ବିନ୍ଦୁ ଅପରେସନ ଦରକାର ଥିଲା ତାଙ୍କୁ ପଣ୍ଡାପାଲି ହସ୍ପିଟାଲ କୁ ନିଆଯାଇ ସମ୍ପୂର୍ଣ୍ଣ ମାଗଣାରେ ଅପରେସନ ର ବ୍ୟବସ୍ଥା କରାଯାଇଛି l ଏହି ଶିବର ରେ ନମ୍ରତା ଫାଉଣ୍ଡେସନ ର ସକ୍ରିୟ ସଦସ୍ୟ ମହେନ୍ଦ୍ର ମହାକୁଳ,କରୁଣାକର କର୍ଣ୍ଣ, ମାନସ ରଞ୍ଜନ ମହାକୁଳ, ପରେଶ ମହାକୁଡ଼,ହରଭଙ୍ଗା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶକୁନ୍ତଳା ବେହେରା ଓ ମହାନଦୀ ନେତ୍ର ଚିକିତ୍ସାଲୟ ର କର୍ମଚାରୀ ମାନେ ଉପସ୍ଥିତ ରହି ଶିବିର କୁ ସଫଳ କରିବାରେ ସହଯୋଗ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
