September 25, 2026
Home » ହାଇଟେକ୍ ମେଡିକାଲରେ ବିଶ୍ୱ ଫାର୍ମାସି ଦିବସ

ହାଇଟେକ୍ ମେଡିକାଲରେ ବିଶ୍ୱ ଫାର୍ମାସି ଦିବସ

0
WhatsApp Image 2026-09-25 at 5.12.31 PM

 

ଭଲ ମଣିଷଙ୍କ ଜୀବନ ଓ ଭବିଷ୍ୟତ ନିଶ୍ଚିତ ଉଜ୍ଜଳ-ଡ.ତିରୁପତି ପାଣିଗ୍ରାହୀ

ଭୁବନେଶ୍ୱର: ହାଇଟେକ୍ ମେଡିକାଲ୍ କଲେଜ ଓ ହସପିଟାଲ ପରିସରରେ,ହାଇଟେକ୍ ଫାର୍ମାସି କଲେଜ୍ ଦ୍ୱାରା ଭରପୁର ପ୍ରେକ୍ଷାଳୟରେ ବିଶ୍ୱ ଫାର୍ମାସି ଦିବସମହାସମାରୋହରେ ପାଳିତ ହୋଇଛି, ଚଳିତବର୍ଷର ଥିମ୍ ରହିଛି, ସଶକ୍ତ୍‌୍ ଫାର୍ମାସିସୁନିଶ୍ଚିତ ଭବିଷ୍ୟତ ସ୍ୱାସ୍ଥ୍ୟସେବା। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେଯୋଗଦେଇ ହାଇଟେକ୍ ଗ୍ରୁଫର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀକହିଛନ୍ତି ଯେ, ବିଶ୍ୱ ଫାର୍ମାସି ଦିବସରେ ପ୍ରତ୍ୟକ ଫାର୍ମାସି ଛାତ୍ରଛାତ୍ରୀ ପ୍ରଥମେ ଭଲ ମଣିଷ ହେବାକୁ ସଦା ସର୍ବଦା ଉଦ୍ୟମ କରିବା ଆବଶ୍ୟକ, କାରଣ ଜଣେ ଭଲ ମଣିଷ ହିଁ ଜୀବନରେ ପୂର୍ଣ୍ଣତା ଲାଭ କରିଥାଏ ।

ନିଜର କର୍ମକୁ ସେବା ମାଧ୍ୟମରେ ଏମିତି କିଛି କରିବା ଆବଶ୍ୟକ ଯାହାକି ପରିବାର ପାଇଁ ଗର୍ବ ଓ ଗୌରବ ଆଣିଦେବ । ସେହିପରି ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଭାରତ ବାୟୋଟେକ୍‌ର ସଭାପତି ଡକ୍ଟର ରଜତ କୁମାର ମହାପାତ୍ର ଆସନ୍ତା ଦିନରେ ଫାର୍ମାସି ରେ କ୍ୟାରିୟର କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ୱ ବଜାର ଖୋଲା ରହିଛି ବୋଲି କହିଥିଲେ।

ସମ୍ମାନୀତ ଅତିଥି ଭାବେ କ୍ୟାପିଟାଲ୍ ହସ୍ପିଟାଲର ଫାର୍ମାସି ବିଭାଗ ମୁଖ୍ୟ ଭାନୁପ୍ରସାଦ ମିଶ୍ର ଯୋଗଦେଇ ନିଜର ଲମ୍ବା କ୍ୟାରିୟରର ଅନୁଭୂତି ବାଣ୍ଟିଥିଲେ। ଫାର୍ମାସି କଲେଜର ପାର୍କିଂ ଚେୟାରମ୍ୟାନ ତଥା ଟ୍ରଷ୍ଟି ସାବିତ୍ରୀ ପାଣିଗ୍ରାହୀ, ହାଇଟେକ୍ କଲେଜ୍‌ ଓ ହସ୍ପିିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟ ତଥା ପ୍ରାଶାସନିକ ନିର୍ଦ୍ଦେଶକ ପ୍ରଫେସର ସୀତାରାମ ମହାପାତ୍ର,ସିଓଓ ଜ୍ୟୋର୍ତୀମୟ ପଣ୍ଡା, ମୁଖ୍ୟ ପ୍ରାଶାସନିକ ଅଧିକାରୀ ମାଲକିନ୍ ବେହେରା,ଫାର୍ମାସି କଲେଜ ଅଧକ୍ଷ ଡକ୍ଟର ପ୍ରସନ୍ନ କର, ଉପାଧ୍ୟକ୍ଷ ବବିତା ସାହୁ, ଷ୍ଟୋର ଆଣ୍ଡ ପରଚେଚ୍ ବିଭାଗ ନିର୍ଦ୍ଦେଶକ ଗିରିଶ ପାତ୍ର,ପ୍ରମୁଖ ମଞ୍ଚାସୀନ ଥିଲେ। ଫାର୍ମାସି କଲେଜ୍‌ର ଅଧ୍ୟାପକ ଡକ୍ଟର ନମିତ ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥବା ବେଳେ ମଞ୍ଚ ପରିଚାଳନା କରିଥଲେ ଶୁଭମ କୁମାର ଓଝା ଓ ଶୁଭଲକ୍ଷ୍ମୀ ପ୍ରିୟଦର୍ଶିନୀ ମାଝୀ, କାର୍ଯ୍ୟକ୍ରମ ଶେଷରେ ଫାର୍ମାସି ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *