October 23, 2025
Home » ୨୦ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ୍,୨ଗିରଫ।

୨୦ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ୍,୨ଗିରଫ।

0
WhatsApp Image 2025-09-28 at 7.09.10 AM (1)

 

ପୁରୀରୁ ୨୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତକରାଯାଇଛି। ସଦର ଥାନା ଅନ୍ତର୍ଗତ ନୀଳଚକ୍ର ନଗରରୁଏହି ୨୦୦ ଗ୍ରାମ ବ୍ରାଉନ ସୁଗାର ଜବତକରାଯାଇଛି। ଏହି ଘଟଣାରେ ସଦର ଥାନା ପୋଲିସ ଦ୍ବାରା ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫକରାଯାଇଛି।

ଗିରଫ ଦୁଇ ଅଭିଯୁକ୍ତ ମଧ୍ୟରେ ଜଣେ ମହିଳା ଅଛନ୍ତି। ଏହି ଦୁଇଜଣ ହେଲେ ନୀଳଚକ୍ର ନଗରର ସୁକାନ୍ତି ପଣ୍ଡା ଏବଂ ଜଳେଶ୍ବର ଅଞ୍ଚଳର ମହମ୍ମଦ ସାଜଦ୍। ପୋଲିସ ଏମାନଙ୍କ ଠାରୁ ନଗଦ ୫ ହଜାର ୨ ଶହ ଟଙ୍କା ସହିତ ଚାରି ଚକିଆ ଯାନ, ଦୁଇଟି ମୋବାଇଲ ଫୋନ୍ ଜବତ କରିଛି। ସାମ୍ବାଦିକ ସମ୍ମିଳନୀରେ ପୁରୀ ଏସପି ପ୍ରତୀକ ସିଂ ଏହି ସୂଚନା ଦେଇଛନ୍ତି।

 

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *