June 14, 2025
Home » ଅକ୍ଷର”ର ୧୬ତମ ବାର୍ଷିକୋତ୍ସବ ଓ ସମ୍ବର୍ଦ୍ଧନା ସଭା

ଅକ୍ଷର”ର ୧୬ତମ ବାର୍ଷିକୋତ୍ସବ ଓ ସମ୍ବର୍ଦ୍ଧନା ସଭା

0
WhatsApp Image 2024-11-13 at 5.03.27 PM

ଭୁବନେଶ୍ୱର : “ ସାହିତ୍ୟ ପରି ଏକ ଶକ୍ତିଶାଳୀ ଓ ବୈଭବଶାଳୀ ବିଭାଗକୁ ଆମ ଦେଶ ଖୁବ୍ ଅବହେଳା କରିଛି । ନବ୍ୟ ସମାଜର ନବ୍ୟ ଚେତନାକୁ କେବଳ ସାହିତ୍ୟ ହିଁ ପ୍ରଦାନ କରିଥାଏ । କାହିଁକି କେଜାଣି ଏ ଦେଶ ଆଜିଯାଏ ଗୁରୁତ୍ବ ଦେଉନି କି ଦେଇନାହିଁ । ଏହା ହିଁ ସବୁଠୁ ବଡ଼ ଆଶ୍ଚର୍ଯ୍ୟ ବିଷୟ ।” ଏମିତି ବକ୍ତବ୍ୟ ରଖୁଛନ୍ତି ବଲିଉଡ୍ ଫିଲ୍ମ କଳାକାର ରାଜେନ୍ଦ୍ର ଗୁପ୍ତା । ଉଦ୍‌ଘାଟନ କରି ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ “ ଅକ୍ଷର”ର ୧୬ତମ ବାର୍ଷିକୋତ୍ସବକୁ ପ୍ରଗତିଶୀଳ, ସାରସ୍ଵତ ସାଧକ, ବୁଦ୍ଧିଜୀବି ଓ ରାଜନେତାମାନଙ୍କୁ ଉଦ୍‌ବୋଧନ ଦେଇ ସିନେ ତାରକା ଶ୍ରୀ ଗୁପ୍ତା ୪ଟି ହିନ୍ଦୀ କବିତା ପାଠ କରି କହିଲେ – “ ସରଳ ଶବ୍ଦବିନ୍ୟାସ ସହ ଜୀବନ ଓ ସମାଜର ଏତେ ମାର୍ମିକ କଥା କବିତାରେ
କୁହାଯାଇଛି, ଯାହାକୁ ବୁଝିବାକୁ ଆଦୌ କଷ୍ଟ ହେବନି । ଏହି କବିତାକୁ ବୁଝି ପାରିଲେ ଏତେ ବକ୍ତୃତା, ପ୍ରବଚନ ଓ
ଆଲୋଚନା ଶୁଣିବାର ଆବଶ୍ୟକତା ନାହିଁ ।” ବଲିଉଡ଼ରେ ତାଙ୍କର ସିନେ କ୍ୟାରିୟର ଉପରେ ଆଲୋଚନା କରି କହିଲେ, “ ଆମେ ତ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ କାଠ ପିତୁଳି । ତାଙ୍କ ଇସାରାରେ ଅଭିନୟ କରୁ । କିନ୍ତୁ ଆମର ଜୀବନ ଧାରା ସହ ଏହାର କୌଣସି ସମ୍ପର୍କ ନାହିଁ” ।
ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର ପ୍ରଦୋଷ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରଗତିଶୀଳ କବି
ନିରାକାର ଦାସ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ଦେଶର ସାମ୍ପ୍ରତିକ ପରିସ୍ଥିତିରେ ସାହିତ୍ୟିକ ଓ ବୁଦ୍ଧିଜୀବିମାନଙ୍କ ଭୂମିକା ଉପରେ ଆଲୋକପାତ କରି କହିଲେ, “ତର୍କ, ବିତର୍କ, ଆଲୋଚନା ଓ ସମାଲୋଚନା ମାଧ୍ୟମରେ ହିଁ ଆଦର୍ଶର ନିସ୍କର୍ଷ ବାହାରିଥାଏ ଓ ସତ୍ୟର ଉନ୍ମୋଚନ ହୋଇଥାଏ । ଯଦି ପ୍ରତିବାଦର ସ୍ଵରକୁ ଚାପି ଦିଆଯାଏ ତେବେ ସତ୍ୟର ହତ୍ୟା
ହେବା ସହ ଗଣତନ୍ତ୍ର ବିପଦକୁ ଠେଲି ହୋଇଯାଏ ।” ସମ୍ମାନିତ ଅତିଥୁ ଭାବେ ରାଜନେତା ମାନସ ଚୌଧୁରୀ ଯୋଗଦାନ କରି “ ଅକ୍ଷର” ପରି ସତ୍ୟ ଉପରେ ବିଶ୍ଵାସ ରଖୁଥ‌ିବା ଏବଂ ଓଡ଼ିଶାରେ ତର୍କର ତାଣ୍ଡବ ସୃଷ୍ଟି କରିଥିବା ଅମୀୟ ପାଣ୍ଡବର
ପ୍ରଗତିଶୀଳ ସାରସ୍ଵତ ଜୟଯାତ୍ରାର ପ୍ରଶଂସା କରିଥିଲେ । ସମ୍ପାଦକ ତଥା କବି, କଥାକାର ଓ ସ୍ତମ୍ଭକାର ଅମୀୟ ପାଣ୍ଡବ ଉତ୍ସବକୁ ପରିଚାଳନା କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପତ୍ରିକାର ଶରତ ସଂଖ୍ୟା ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି ଅବସରରେ ଉଲ୍ଲେଖନୀୟ ଜନସେବା ନିମନ୍ତେ ଡ଼. ଶମ୍ଭୁ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସ୍ଵାଗତିକା ସ୍ୱାଇଁଙ୍କୁ “ଅକ୍ଷର ସୃଜନ ସମ୍ମାନ”, ଶୁଭଶ୍ରୀ ସୁବୁଦ୍ଧିଙ୍କୁ “ଉତ୍କର୍ଷ ଉଦ୍ୟୋଗୀ ସମ୍ମାନ”, ବନସ୍ମିତା ପତିଙ୍କୁ “ଯୁବ ପ୍ରତିଭା ସମ୍ମାନ”, ଇଂ ପାର୍ଥ ସାରଥୀ ମୁଦୁଲିଙ୍କୁ “ଯୁବ ସ୍ଵର ସମ୍ମାନ” ପ୍ରଦାନ କରାଯାଇଥିଲା । ମୀର ମହମ୍ମଦ ଅଲ୍ଲୀ ଧନ୍ୟବାଦ ଅର୍ପଣ କରିଥିଲାବେଳେ, ମାନସ ରଞ୍ଜନ ସାହୁ, ରାହୁଲ୍ ମହାନ୍ତି, ରାଖାଲ୍ ପଟ୍ଟନାୟକ ଏବଂ ତାପସ କୁମାର ଦେ ପ୍ରମୁଖ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ପ୍ରାରମ୍ଭରେ ସ୍ଵାଗତ ସଂଗୀତ “ମୋ ଓଡ଼ିଶା– ମୋ ଓଡ଼ିଶା” ଗାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *