ଅଖିଳଚକ୍ର ପକ୍ଷରୁ ବରିଷ୍ଠ ସାମ୍ବାଦିକ ଅଜୟ ଦାସ ସମ୍ବର୍ଦ୍ଧିତ

କଟକ :ଓଡିଶା ର ଅନ୍ୟତମ ସାରସ୍ୱତ ଓ ସାହିତ୍ୟ ସଂଗଠନ ଅଖିଳଚକ୍ର ପକ୍ଷରୁ ଯାଜପୁର ଜିଲ୍ଲା ଅରେଇ ସ୍ଥିତ ବରୁଣେଇଶ୍ୱର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ମକର ମିଳନ ଉତ୍ସବରେ ସାମ୍ବାଦିକ ଆନନ୍ଦ ବିହାରୀ ବର୍ମା ସ୍ମୃତି ସମ୍ମାନରେ ସାମ୍ବାଦିକ ଅଜୟ କୁମାର ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି |ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ ବାଚସ୍ପତି ପ୍ରମିଳା ମଲ୍ଲିକ ମୁଖ୍ୟବକ୍ତା ଭାବେ କବି ଅମରେଶ ପଟ୍ଟନାୟକ, ଅଭିନେତା ପ୍ରଦୁମ୍ନ ଲେଙ୍କା ମହାବିଦ୍ୟାଳୟ ର ଅଧକ୍ଷ ବିନ୍ଦୁରେଖା ନାୟକ, ମକର ମିଳନ କମିଟି ର ସଭାପତି ପ୍ରାଧ୍ୟାପକ ପ୍ରସନ୍ନ କୁମାର ରାଉତ, ଅଖିଳଚକ୍ର ର ରାଜ୍ୟ ସଭାପତି ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର, ଅଖିଳଚକ୍ର ର ସମ୍ପାଦକ ଶ୍ରୀ ହରେକୃଷ୍ଣ ପଣ୍ଡା ପ୍ରମୁଖ ଅତିଥିଗଣ ସମ୍ବର୍ଦ୍ଧିତ କାର୍ଯ୍ୟରେ ଅଂଶ ଗ୍ରହଣ କରିଥିଲେ |ସାମ୍ବାଦିକ ଶ୍ରୀ ଦାସ ବର୍ତମାନ କଟକ ଜିଲ୍ଲା ସାମ୍ବାଦିକ ୟୁନିଅନ ର ସାଧାରଣ ସମ୍ପାଦକ |ତାଙ୍କ ଜନ୍ମସ୍ଥାନ ଯାଜପୁର ଜିଲ୍ଲା ର କଣ୍ଟାବଣିଆ ଗ୍ରାମରେ |
କଟକ ଇପିଏ ରୁ ଲଳିତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )