December 14, 2024
Home » ଅର୍ଜୁନପୁର – ଡୁଙ୍ଗୁରିପାଲି ରାସ୍ତା,ଧୂଳି ଗୁଣ୍ଡରେ ଅତିଷ୍ଠ ବିନିକା ବାସୀ, ନିମ୍ନ ମାନର ରାସ୍ତା କାମକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି

ଅର୍ଜୁନପୁର – ଡୁଙ୍ଗୁରିପାଲି ରାସ୍ତା,ଧୂଳି ଗୁଣ୍ଡରେ ଅତିଷ୍ଠ ବିନିକା ବାସୀ, ନିମ୍ନ ମାନର ରାସ୍ତା କାମକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି

0

l
ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ଅର୍ଜୁନପୁର ରୁ ଡୁଙ୍ଗୁରିପାଲି ରାସ୍ତା ପ୍ରଶସ୍ତି କରଣ କାମ ଚାଲିଛି । କାମ ମନ୍ଥର ଗତିରେ ଚାଲୁଥିବା ବେଳେ ନିମ୍ନ ମାନର ରାସ୍ତା କାମକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ପ୍ରାୟ ୧୨୮ କୋଟି ୮୫ଲକ୍ଷ ଟଙ୍କା ବ୍ୟୟରେ ଏହି ରାସ୍ତା କାମ ଦୀର୍ଘ ଦିନରୁ ଚାଲିଛି । ହେଲେ ବିଭାଗୀୟ ଉଚ୍ଚ କତୃପକ୍ଷ ରାସ୍ତା କାମ ପ୍ରତି ଦୃଷ୍ଟି ଦେଉନଥିବାରୁ କାମ ମନ୍ଥର ଗତିରେ ଚାଲୁଥିବା ସହିତ ନିମ୍ନ ମାନର ରାସ୍ତା କାମ ହେଉଥିବା ଅଭିଯୋଗ ହେଉଛି | ବିନିକା ସହରରେ ଚାରିଚକିଆ ଯାନ ଗଲେ ଧୂଳି ଗୁଣ୍ଡରେ ଲୋକେ ଢାଙ୍କି ହୋଇ ଯାଉଛନ୍ତି । ରାସ୍ତାରେ ବହୁ ମାତ୍ରା ରେ ବଡ଼ବଡ଼ ମାଲବାହୀ ଟ୍ରକ ଯିବା ଆସିବା କରୁଛି । ରାସ୍ତାରେ ଟ୍ରକ ଗଲେ ଆଖପାଖ ଦୋକାନ ର ଲୋକେ, ବାଇକ ଆରୋହୀ ଏବଂ ପଥଚାରୀ ଧୂଳି ଧୂସର ହୋଇ ପଡୁଛନ୍ତି । ବିନିକା ସହର ରୁ ଵିଶାଲପାଲି ଛକ ପର୍ଯ୍ୟନ୍ତ ଏଭଳି ଅବସ୍ଥା ସୃଷ୍ଟି ହୋଇଛି । ନିୟମିତ ଭାବରେ ରାସ୍ତା ରେ ପାଣି ମଧ୍ୟ ଦିଆଯାଉନାହିଁ । ଯଦି ଏଭଳି ଅବସ୍ଥା ଆଉକିଛି ଦିନ ରହିବ ତେବେ ବିନିକା ଅଞ୍ଚଳବାସୀ ଆଗକୁ ଶ୍ୱାସରୋଗରେ ପଡିବେ ବୋଲି ଜନସାଧାରଣ ରେ ଆଲୋଚନା ହେଉଛି । ଉକ୍ତ ରାସ୍ତା ଅତ୍ୟନ୍ତ ଖରାପ ହୋଇଥିବା ଯୋଗୁଁ ଜରୁରୀ କାମ ନଥିଲେ ଆଖପାଖ ଗ୍ରାମର ଲୋକେ ବିନିକା ସହର କୁ ଆସିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି । ଏହି ନିମ୍ନ ମାନର ରାସ୍ତା କାମ ଯୋଗୁଁ ଜନସାଧାରଣ ଙ୍କ ଅସନ୍ତୋଷ ତୀବ୍ରତର ହେବାରେ ଲାଗିଛି । ତେଣୁ ରାଜ୍ୟ ସରକାର ଓ ବିଭାଗୀୟ ଉଚ୍ଚ କତୃପକ୍ଷ ଏହି ରାସ୍ତା କାମ ପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଜନସାଧାରଣ ରେ ଦାବି ହେଉଛି l

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *