ଆଇରନ୍ ଓର୍ ବକେଟ ଖସି ପଡି ହାଇଓା ଚାଳକ ମୃତ
ପାରାଦୀପ,: ଶନିବାର ଦିନ ପାରାଦୀପ ବନ୍ଦର ପୋତାଶ୍ରୟ ମଧ୍ୟରେ ଏକ ଅଘଟଣରେ ହାଇଓା ଚାଳକଙ୍କ ମୃତ୍ୟୁ ଘଟିଛି । ଘଟଣାରୁ ପ୍ରକାଶଯେ, ପାରାଦୀପ ବନ୍ଦର ସିକ୍ୟୁ-୧ ବର୍ଥରେ ଜିନ୍ ହାଏ ହେ ନାମକ ଏକ ଜାହାଜରେ ଆଇରନ୍ ଓର୍ ବୋଝେଇ ହେଉଥିଲା । ଏହି ଜାହାଜରେ ଆଇରନ୍ ଓର୍ ପ୍ଲଟ୍ରୁ ଆଇରନ୍ ଓର୍ ପରିବହନ ନିମନ୍ତେ ହାଇଓା ନିୟୋଜିତ ହୋଇଥାଏ । ଶନିବାର ଦିନ ପ୍ଲଟ୍ରୁ ଆଇରନ୍ ଓର୍ ଆଣି ଜାହାଜ ପାଖରେ ଓଆର୍-୨୧-ବି-୯୨୩୬ ନମ୍ବର ବିଶିଷ୍ଟ ହାଇଓା ଆସିଥିଲା । ଜାହାଜରେ ଆଇରନ୍ ଓର୍ କ୍ରେନ୍ ଯୋଗେ ବୋଝେଇ ହେଉଥିବା ବେଳେ କ୍ରେନ୍ ବକେଟ୍ର ଆଇରନ୍ ଓର୍ ଖସି ପଡିଥିଲା । କ୍ରେନ୍ ତଳେ ଥିବା ହାଇଓା କ୍ୟାବିନ୍ ଉପରେ ଏହି ଆଇରନ୍ ଓର୍ ଖସି ପଡିଥିବାରୁ ଗାଡିରେ ଥିବା ଚାଳକ ସରୋଜ ଖିଲାର (୩୭)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯ୍ଧବଥିଲା । ଏହି ଖବର ପାଇ ଅନ୍ୟ ହାଇଓା ଚାଳକ ଘଟଣାସ୍ଥଳରେ ପହଂଚିଥିଲେ । ଏହି ଘଟଣାକୁ ନେଇ ସେଠାରେ ଉତେଜନା ପ୍ରକାଶ ପାଇଥିଲା । ପୋଲିସ୍ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହିତ ବ୍ୟବଛେଦ ନିମନ୍ତେ ପଠାଇଛି । ମୃତ ଗାଡି ଚାଳକ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଅନଲାକଟା ଗ୍ରାମର ପର୍ଶୁରାମ ଖିଲାରଙ୍କ ପୁଅ ବୋଲି ଜଣାପଡିଛି । ସେ ସୁୟଦ ଖାନ୍ ଙ୍କ ହାଇଓା ଚାଳକ ଭାବେ କାମ କରୁଥିଲେ । ତେବେ ଶୁକ୍ରବାର ଦିନ ପାରାଦୀପରେ ପ୍ରବଳ ବର୍ଷା ହୋଇଥିଲା । ଏହି ବର୍ଷାରେ ଆଇରନ୍ ଓର୍ ସମ୍ପୂର୍ଣ୍ଣ ଭାବେ ଓଦା ହୋଇ କାଦୁଅ ଆକାରର ହୋଇଯାଇଥିଲା । ଓଦା କାଦୁଆ ଆକାରର ଆଇରନ୍ ଓର୍ କ୍ରେନ୍ ଯୋଗେ ବୋଝେଇ ହେଉଥିବାରୁ ଆଇରନ୍ ଓର୍ ଖସି ପଡି ଏଭଳି ଦୂର୍ଘଟଣା ଘଟିଥିବା ସୂଚନା ମିଳିଛି ।
prasanta dash nka report
