February 17, 2025
Home » ଆଇ.ଆର୍.ଇ.ଏଲ. (ଇଣ୍ଡିଆ) ଏବଂ ଗୋପାଳପୁର ବନ୍ଦର ପ୍ରତିଷ୍ଠାନରେ ସ୍ଥାୟୀ ନିଯୁକ୍ତି ନେଇ ଗଞ୍ଜାମ ଜିଲ୍ଲାପାଳଙ୍କୁ ଦାବୀପତ୍ର !

ଆଇ.ଆର୍.ଇ.ଏଲ. (ଇଣ୍ଡିଆ) ଏବଂ ଗୋପାଳପୁର ବନ୍ଦର ପ୍ରତିଷ୍ଠାନରେ ସ୍ଥାୟୀ ନିଯୁକ୍ତି ନେଇ ଗଞ୍ଜାମ ଜିଲ୍ଲାପାଳଙ୍କୁ ଦାବୀପତ୍ର !

0

 

ଛତ୍ରପୁର ବ୍ଲକ୍ ଅନ୍ତର୍ଗତ କଣମଣା ଗ୍ରାମ ପଞ୍ଚାୟତ ଏବଂ ଆଖପାଖ ସ୍ଥାନୀୟ ଅଞ୍ଚଳର ଯୁବକଯୁବତୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଦାବୀ ନେଇ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦତ୍ତ ହୋଇଛି । ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତୀକ ଧାରଣା ଦେବା ସାଂଗକୁ ଏକ ପ୍ରତିନିଧିମଣ୍ଡଳୀ ଙ୍କ ସମାବେଶ ହୋଇ ଏହାର ଦୃଢ଼ ପ୍ରତିବାଦ କରି ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟିଙ୍କ ଙ୍କୁ ପ୍ରତିନିଧି ମଣ୍ଡଳୀ ଭେଟି ଏସମ୍ପର୍କିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ’ ୨୦୧୯ ରୁ ଦୀର୍ଘଦିନ ଧରି ସ୍ଥାନୀୟ ଲୋକମାନେ ଏହି ଦାବୀକୁ ବହୁ ବାର ଜଣାଇଥିଲେ ମଧ୍ୟ ଆଇ.ଆର୍.ଇ.ଏଲ. (ଇଣ୍ଡିଆ) କର୍ତ୍ତୃପକ୍ଷ ଏବଂ ଏବଂ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷ ପକ୍ଷ କର୍ଣ୍ଣପାତ କରିନଥିବା ନେଇ ଏଠାରେ କ୍ଷୋଭ ପ୍ରକାଶ କରିଛନ୍ତି ।
କମ୍ପାନୀ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାନେଇ ଅଞ୍ଚଳର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହାର ଦୃଢ଼ ପ୍ରତିବାଦ କରିଛନ୍ତି । ସ୍ଥାନୀୟ ଅଧିବାସୀଙ୍କ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।
ତେବେ ୨୮/୦୮/୨୪ ଠାରୁ ୩/୯/୨୪ ପର୍ଯ୍ୟନ୍ତ ସାତ ଦିନ ବ୍ୟାପୀ ଧାରଣାରେ ବସି ରହିବା ପରେ ମଧ୍ୟ ଜିଲ୍ଲା ପ୍ରଶାସନ ଏବଂ ଆଇ.ଆର୍.ଇ.ଏଲ.(ଇଣ୍ଡିଆ) ଏବଂ ପୋର୍ଟ କର୍ତ୍ତୃପକ୍ଷ କର୍ଣ୍ଣପାତ କରିନଥିବା ଦୃଢ଼ ଅଭିଯୋଗ କରିଛନ୍ତି ।
ଏ ନେଇ ଆନ୍ଦୋଳନକାରୀ ରାସ୍ତାଅବରୋଧ କରିଥିଲେ, ଫଳରେ ଚମାଖଣ୍ଡି ପୋଲିସ ପକ୍ଷରୁ ଆନ୍ଦୋଳନ କାରୀ ଙ୍କୁ ଗିରଫ କରାଯାଇଥିଲା । ଏହାର ମଧ୍ୟ କୌଣସି ଆଶୁ ସମାଧାନ ହୋଇନାହିଁ । ଘଟଣାର ୨୦ ଦିନ ବିତିଯାଇଥିବା ବେଳେ ଗଞ୍ଜାମ ପୋଲିସ ପ୍ରଶାସନ ପକ୍ଷରୁ କୌଣସି ଆଲୋଚନା ର ସମାଧାନ ହୋଇନାହିଁ । ଏଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯଦି କୌଣସି ପଦକ୍ଷେପ ଗ୍ରହଣ ନ କରାଯାଏ ତା’ହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ଓ ଜୋର୍ କରାଯିବ ବୋଲି ସମାଜ ସେବୀ ଭାଗିରଥି ବେହେରା କହିଛନ୍ତି ।
ଏହି ଦାବିପତ୍ର ପ୍ରଦାନ ବେଳେ ଏନ୍ ଗଣେଷ ରେଡ୍ଡୀ, ସୁଧୀର ବିଶ୍ଵାଳ,ଅଶୋକ ପଟ୍ଟନାୟକ, ଟି. କ୍ରିଷ୍ଣା ରାଓ, କାଳିଆ ରାଉଳ, ଭବାନୀ ବେହେରା, କୁନି ନାୟକ, ପ୍ରଶାନ୍ତ ବେହେରା, ଜି. ଗୌରୀ, କୁନି ବେହେରା, ସୁରେନ୍ଦ୍ର ପ୍ରଧାନ(ରମ୍ଭା),ପ୍ରମୁଖ ଉପସ୍ଥିତ ହୋଇ ସ୍ଥାନୀୟ ଲୋକଙ୍କୁ ସ୍ଥାୟୀ ନିଯୁକ୍ତି ଦାବି ପ୍ରସଙ୍ଗରେ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।।

Leave a Reply

Your email address will not be published. Required fields are marked *