May 15, 2025
Home » ଆନ୍ତର୍ଜାତୀୟ ତାଇକଣ୍ଡୋ ପ୍ରତିଯୋଗିତାରେ ଭାଗନେଇଛନ୍ତି ସୁବର୍ଣ୍ଣପୁରର ୪ ଖେଳାଳୀ

ଆନ୍ତର୍ଜାତୀୟ ତାଇକଣ୍ଡୋ ପ୍ରତିଯୋଗିତାରେ ଭାଗନେଇଛନ୍ତି ସୁବର୍ଣ୍ଣପୁରର ୪ ଖେଳାଳୀ

0
WhatsApp Image 2024-08-10 at 3.54.48 PM

l

ସୁବର୍ଣ୍ଣପୁର:  ଆନ୍ତର୍ଜାତୀୟ ତାଇକଣ୍ଡୋ ପ୍ରତିଯୋଗିତାରେ ପୁଣି କମାଲ ଦେଖାଇବେ ୪ ଓଡିଆ ଖେଳାଳୀ । ଥାଇଲାଣ୍ଡ ର ଆସୁମସନ ବିଶ୍ୱବିଦ୍ୟାଳୟ ବେଙ୍ଗକକ୍ ଠାରେ ଅନୁଷ୍ଠିତ ହେଉଥିବା ୭ମ ହିରୋସ କପ ଆନ୍ତର୍ଜାତୀୟ ତାଇକଣ୍ଡୋ ଚମ୍ପିଆନସିପ-୨୦୨୪ରେ ଅଂଶଗ୍ରହଣ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାଏହେସାସ ତାଇକଣ୍ଡୋ ଏକାଡେମୀର ୪ ଖେଳାଳୀ । ଆର୍ନ୍ତଜାତୀୟ ତାଇକଣ୍ଡୋ ଖେଳାଳୀ ତଥା ଭାରତୀୟ ଦଳର କୋଚ ଏହେସାସ ହୋତାଙ୍କ ନେତୃତ୍ୱରେ ଏହି ଟିମ ଆଜି ବେଙ୍ଗକକ୍ ରେ ପଂହଚିଥିବାବେଳେ ଏହି ଟିମରେ ସବ ଜୁନିଅର ( ମହିଳା) ତାସା ନାୟକ, ସବ ଜୁନିଅର ( ମହିଳା) ବର୍ଗରେ ତନୟା ଦାଶପଟ୍ଟନାୟକ,ଜୁନିଅର (ମହିଳା) ଅନୁସ୍କା ଦାଶ ଏବଂ ସିନିଅର ( ପୁରୁଷ) ବର୍ଗରେ ବିଶ୍ୱରଂଜନ ସାହୁ ଯୋଗଦେଇଛନ୍ତି । ଏହି ପ୍ରତିଯୋଗିତାରେ ୩୦ ଗୋଟି ଦେଶର ୩ ହଜାର ଜଣ ଖେଳାଳୀ ବିଭିନ୍ନ ବର୍ଗରେ ଭାଗନେଇଛନ୍ତି । ୧୦ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହେବ । ଥାଇଲାଣ୍ଡ ଗସ୍ତରେ ଥିବା ଏହି ଖେଳାଳୀଙ୍କ ସଫଳତା ପାଇଁ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା,ଜିଲ୍ଲା କ୍ରୀଡା ଅଧିକାରୀ ଚିତରଂଜନ ମିଶ୍ର,ରାଜ୍ୟ ତାଇକଣ୍ଡୋ ସଂଘର ସଂପାଦକ ମନମୋହନ ଭଂଜ,ଜିଲ୍ଲା ତାଇକଣ୍ଡୋ ସଂଘର ସଭାପତି ରବୀନ୍ଦ୍ର ହୋତା ଏବଂ ଜିଲ୍ଲା ତାଇକଣ୍ଡୋ ସଂଘର ଆଇନ ପରାମର୍ଶଦାତା ଶେଷଦେବ ବାରିକ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *

You may have missed