June 14, 2025
Home » ଆର.ଜି କର ମେଡିକାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ସଦସ୍ୟତା ରଦ୍ଦ

ଆର.ଜି କର ମେଡିକାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ସଦସ୍ୟତା ରଦ୍ଦ

0
WhatsApp Image 2024-08-29 at 8.19.55 PM

 

କୋଲକାତା : ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ (ଆଇଏମଏ) ବୁଧବାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଇଏମଏ ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ସଦସ୍ୟତାକୁ ରଦ୍ଦ କରିଦେଇଛି। ଆଇଏମଏ ଅନୁଯାୟୀ, ସନ୍ଦୀପ ଘୋଷଙ୍କୁ ତୁରନ୍ତ ଭାରତୀୟ ମେଡିକାଲ ଆସୋସିଏସନର ସଦସ୍ୟତାରୁ ନିଲମ୍ବନ କରିବାକୁ ଅନୁଶାସନ କମିଟି ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇଛି। ଉଲ୍ଲେଖଯୋଗ୍ୟ କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସନ୍ଦୀପ ଘୋଷଙ୍କୁ ସିବିଆଇ ପଚରାଉଚରା କରୁଛି। ଏଥି ସହିତ ଏହି ଘଟଣାରେ ତାଙ୍କର ପଲିଗ୍ରାଫ୍ ଟେଷ୍ଟ ମଧ୍ୟ କରାଯାଇଥିଲା।ଏପରିକି ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ପରିଚାଳନା କରିବାରେ ସେ ଅବହେଳା କରିଥିବା ଅଭିଯୋଗ ହୋଇଛି। ଏଥିସହ ତାଙ୍କ ନାଁରେ ଆର୍ଥିକ ଅନିୟମିତତାର ଅଭିଯୋଗ ମଧ୍ୟ ଆସିଛି। ଅଗଷ୍ଟ ୯ରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସେମିନାର ରୁମରୁ ଜଣେ ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା।

 

ଇପିଏ ରୁ ବିରଞ୍ଚିନାରାୟଣ ପତ୍ରୀଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି ଭୁବନେଶ୍ୱର

Leave a Reply

Your email address will not be published. Required fields are marked *