July 23, 2026
Home » ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା

ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା

0
Screenshot 2026-07-23 141812

ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ଆଜି ଆଡ଼ପ ଦର୍ଶନ ର ଅନ୍ତିମ ଦିବସ। ଏଣୁ ମହାପ୍ରଭୁ ଙ୍କ ଆଡ଼ପ ଦର୍ଶନ ପାଇଁ ସକାଳୁ ଗୁଣ୍ଡିଚା ମନ୍ଦିରରେ ଭକ୍ତ ଙ୍କ ସମାଗମ ରହିଛି। ହଜାର ହଜାର ଭକ୍ତ ଙ୍କ ଆଗମନ ଜାରି ରହିଛି। ତେବେ ଆସନ୍ତାକାଲି ମହାପ୍ରଭୁ ଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ପାଇଁ ଆଜି ସଂଧ୍ୟା ୬ ଟା ଯାଏ ଦର୍ଶନ ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଜି ଟିକେଟ ଧାରି ମାନେ ଗର୍ଭ ଗୃହକୁ ପ୍ରଵେଶ କରିପାରିବେ ନାହିଁ। ତେବେ ସେବକ ପରିବାର ର ମହିଳା ଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା କରଯାଇଛି। ସନ୍ଧ୍ୟା ୬ ଟା ରେ ଦର୍ଶନ ବନ୍ଦ ହେଲେ ମଧ୍ୟ ଆନନ୍ଦ ବଜାର କୁ ଯିବା ଆସିବା ପାଇଁ ଶ୍ରୀଗୁଣ୍ଡୀଚା ମନ୍ଦିର ର ନାକଚଣା ଦ୍ୱାର ଖୋଲା ରହିବ। ଆଡ଼ପ ଅବଢ଼ା ରାତି ୧୨ ଟା ଯାଏ ଉପଲବ୍ଧ ରହିବ। ଏଣୁ ଭକ୍ତ ମାନେ ନାକଚଣା ଦ୍ୱାର ଦେଇ ଆନନ୍ଦ ବଜାର ରୁ ଆଡ଼ପ ଅବଢ଼ା ଆଣିପାରିବେ।ମହାପ୍ରଭୁ ଙ୍କ ଗୁଣ୍ଡିଚା ଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଶରଧା ବାଲି ଉତ୍ସବ ମୁଖର ହୋଇ ଉଠିଛି।

ତିନି ରଥର ଦକ୍ଷିଣ ମୋଡ ନୀତି ଶେଷ ହୋଇଛି। ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ୨୫ ତାରିଖ ରେ ସୁନାବେଶ, ୨୬ ତାରିଖ ରେ ଅଧରନୀତି, ୨୭ ତାରିଖ ରେ ନିଳାଦ୍ରୀ ବିଜେ ନୀତି ଅନୁଷ୍ଠିତ ହେବ।ଶ୍ରୀମନ୍ଦିର ଦଇତାପତି ନିଯୋଗ ର ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି, ବାହୁଡ଼ା ଯାତ୍ରା ପ୍ରସ୍ତୁତି ପାଇଁ ଆଜି ସନ୍ଧ୍ୟା ୬ ଟା ଦର୍ଶନ ବନ୍ଦ ରହିବ। ତେବେ ଭକ୍ତ ମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସୁନ୍ଦର୍ ବ୍ୟବସ୍ଥା କରାଯାଇଛି। ଭକ୍ତ ମାନେ ବହୁତ୍ ଭଲରେ ଆଡ଼ପ ଦର୍ଶନ କରୁଛନ୍ତି। ଆଜି ର ସବୁ ନୀତି କାନ୍ତି କିଭଳି ନିର୍ଦ୍ଧାରିତ ସମୟ ରେ ଅନୁଷ୍ଠିତ ହେବ ସେ ନେଇ କାର୍ଯ୍ୟ ଚାଲିଛି। ବାହୁଡ଼ା ଯାତ୍ରା ପାଇଁ ବହୁତ୍ କିଛି ପ୍ରସ୍ତୁତି ଚାଲିଛି। ଆଶା କରୁଛୁ ମହାପ୍ରଭୁ ଙ୍କ କୃପାରୁ ବାହୁଡ଼ା ଯାତ୍ରା ଭଲରେ ଅନୁଷ୍ଠିତ ହେବ । ସୁନା ବେଶ କୁ ଶୃଙ୍ଖଳିତ କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯିବ। ଅପରାହ୍ନ ୪ ଟା ସୁଦ୍ଧା ଯେଭଳି ସୁନା ବେଶ୍ ଆରଂଭ ହେବ ସେ ନେଇ ସବୁ ବ୍ୟବସ୍ଥା କରାଯାଉଛି।

Leave a Reply

Your email address will not be published. Required fields are marked *