January 25, 2025
Home » ଆସନ୍ତା ଡିସେମ୍ବର ୧୭ ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଆରମ୍ଭ ହେବ

ଆସନ୍ତା ଡିସେମ୍ବର ୧୭ ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଆରମ୍ଭ ହେବ

0

। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକ ଶେଷ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏହି ସୂଚନା ଦେଇଛନ୍ତି। ଦ୍ବିତୀୟ ଭୋଗ ମଣ୍ଡପ ବା ଦ୍ବିପ୍ରହର ଧୂପ ଶେଷ ପରେ ଦିନ ୧ ଟା ରୁ ସନ୍ଧ୍ୟା ୬ଟା ଯାଏଁ ଏଏସଆଇ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ କରିବ। ଏହି ସମୟରେ ଶ୍ରଦ୍ଧାଳୁ ମାନେ କେବଳ ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ତେବେ କିଛି ବିଶେଷ ଦିନ, ଶନିବାର, ରବିବାର, ଡିସେମ୍ବର ୩୧, ନବବର୍ଷ ଏବଂ ନୀତି ବହୁଳ ଦିବସରେ ମରାମତି କାର୍ଯ୍ୟ ବନ୍ଦ ରହିବ। ତିନିମାସ ଭିତରେ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଶେଷ କରିବାକୁ ଏଏସଆଇ ସମୟ ମାଗିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସମୟରେ ଏସଓପି ଅନୁଯାୟୀ କେବଳ ପ୍ରାଧିକୃତ ସେବାୟତ, ଶ୍ରୀମନ୍ଦିର ପ୍ରଶାସନ ଓ ଏଏସଆଇ ର କର୍ମଚାରୀ ମାନେ ଉପସ୍ଥିତ ରହିବେ। ସମସ୍ତ ସୁରକ୍ଷା ଉପକରଣ ସମସ୍ତେ ପରିଧାନ କରିବେ।

ତେବେ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଶେଷ ହେବା ପରେ ଅସ୍ଥାୟୀ ରତ୍ନଭଣ୍ଡାରରୁ ରତ୍ନ ଅଳଙ୍କାର ସ୍ଥାନାନ୍ତର କରାଯାଇ ରତ୍ନଭଣ୍ଡାରକୁ ଅଣାଯିବ। ଏହାପରେ ରତ୍ନଭଣ୍ଡାର ଭିତରେ ହିଁ ସମସ୍ତ ରତ୍ନ ଅଳଙ୍କାରର ଗଣତି ମଣତି କରାଯିବ। ସେପଟେ ଏଏସଆଇ ସୁପରିଟେଣ୍ଡେଣ୍ଟ ଡି.ବି ଗଡନାୟକ କହିଛନ୍ତି ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଯଥାଶୀଘ୍ର ସାରିବାକୁ ଏଏସଆଇ ଚେଷ୍ଟା କରିବ। ଏହି କାର୍ଯ୍ୟ କେବେ ଶେଷ ହେବ ତାହା ଏବେ କହିବା ସମ୍ଭବପର ନୁହେଁ ବୋଲି କହିଛନ୍ତି ଏଏସଆଇ ଅଧିକାରୀ। ଲେଜର ସ୍କାନିଂରେ ରତ୍ନଭଣ୍ଡାରର କାନ୍ଥ ଏବଂ ଚଟାଣରେ ଫାଟ ଥିବା ରିପୋର୍ଟ ମିଳିସାରିଥିବାରୁ ଭଲଭାବରେ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ କରାଯିବ। ସେପଟେ ଆସନ୍ତା ଡିସେମ୍ବର ୧୬ ରେ ପହିଲି ଭୋଗ ନୀତି ନିର୍ଘଣ୍ଟ ଏବଂ ଦେବାଭିଷେକ ଓ ମକର ସଂକ୍ରାନ୍ତି ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯାଇଛି। ନୀତି କାନ୍ତି କୁ ଦୃଷ୍ଟିରେ ରଖାଯାଇ ମହାପ୍ରଭୁଙ୍କ ଦିବା ପହୁଡ଼ ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *