August 21, 2026
Home » ଇଛା ଶକ୍ତି ଆଗରେ ସବୁ ହାର ମାନେ

ଇଛା ଶକ୍ତି ଆଗରେ ସବୁ ହାର ମାନେ

0
WhatsApp Image 2026-02-16 at 3.07.58 PM

ଇଛା ଶକ୍ତି ଆଗରେ ସବୁ ହାର ମାନେ,ଦିବ୍ୟାଙ୍ଗ ବ୍ୟକ୍ତି ଙ୍କ ଜାତୀୟ ସ୍ତରରେ ଆଇନ ବିଷୟରେ ପି ଏଚ ଡି ଯୋଗ୍ୟତା ହାସଲ l
ସୁବର୍ଣ୍ଣପୁର ଜିଲ୍ଲା ର ଜଣେ ଲୋକମୋଟର ଦିବ୍ୟାଙ୍ଗ ବ୍ୟକ୍ତି ଶ୍ରୀ କେଶବ ଚନ୍ଦ୍ର ମେହେର ବର୍ତ୍ତମାନ ପ୍ରକାଶ ପାଇଥିବା ଡିସେମ୍ବର, 2025 ଏନ ଟି ଏ / ୟୁ ଜି ସି ନେଟ ପରୀକ୍ଷାରେ ଜାତୀୟ ସ୍ତରରେ ଆଇନ ପାଠ୍ୟକ୍ରମ ବିଷୟରେ ଯୋଗ୍ୟତା ହାସଲ କରି ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଗୌରବ ଓ ପ୍ରେରଣା ସାଜିଛନ୍ତି l ସେ ଜଣେ ପରିଣତ ବୟସରେ ମଧ୍ୟ ନିରାଶ ନ ହୋଇ ବାରମ୍ବାର ଚେଷ୍ଟା କରିବା ସଂଗେ ସଂଗେ ପ୍ରତିଦିନ ସକାଳ ଛଅଟା ରୁ ଆଠଟା ଓ ରାତି ଆଠଟା ରୁ ଦଶଟା ପର୍ଯ୍ୟନ୍ତ ଦିନକୁ ଚାରି ଘଣ୍ଟା ପରିଶ୍ରମ କରି ଆସୁଥିଲେ l ଶ୍ରୀ ମେହେର ବର୍ତ୍ତମାନ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଥିବା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗରେ କାର୍ଯ୍ୟରତ ଆଇନ ତଥା ( ପାରିବିକ୍ଷା) ଅଧିକାରୀ ଭାବରେ ଦୀର୍ଘ 13 ବର୍ଷରୁ ଉର୍ଦ୍ଧ୍ୱ ହେବ କାର୍ଯ୍ୟ କରି ଆସୁଛନ୍ତି l ଶ୍ରୀ ମେହେର ହେଉଛନ୍ତି ସ୍ବର୍ଗତ ଶ୍ରୀ ଧରଣୀ ମେହେର ଓ ସ୍ବର୍ଗତ ମନ୍ଦାକିନୀ ମେହେର ଙ୍କ ତୃତୀୟ ପୁତ୍ର l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed